ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ଏନସିପିରେ ଯୋଗଦେଲେ ବାବା ସିଦ୍ଦିକିଙ୍କ ପୁଅ ଜିଶାନ ସିଦ୍ଦିକି

0

ନୂଆଦିଲ୍ଲୀ: କଂଗ୍ରେସକୁ ଲାଗିଛି ବଡ଼ ଝଟ୍‌କା। ପିତାଙ୍କ ପଥ ଅନୁସରଣ କରି ବରିଷ୍ଠ କଂଗ୍ରେସ ନେତା ବାବା ସିଦ୍ଦିକିଙ୍କ ପୁଅ ଜିଶାନ ସିଦ୍ଦିକି ଶୁକ୍ରବାର ଏନସିପି ଅଜିତ ପାୱାର ଦଳରେ ଯୋଗ ଦେଇଛନ୍ତି। ଅଜିତ ପାୱାର ଏନସିପି ଦଳରେ ଯୋଗଦେବା ମାତ୍ରେ ଦଳ ତାଙ୍କୁ ଟିକେଟ ଦେବାକୁ ଘୋଷଣା କରିଥିଲେ। ଏଥର ମଧ୍ୟ ସେ ତାଙ୍କ ପୁରୁଣା ବିଧାନସଭା ନିର୍ବାଚନମଣ୍ଡଳୀ ବାନ୍ଦ୍ରା ଇଷ୍ଟରୁ ନିର୍ବାଚନ ଲଢିବେ। ଜିଶାନ ଏବେ କଂଗ୍ରେସ ବିଧାୟକ ରହିଛନ୍ତି। କଂଗ୍ରେସ ତାଙ୍କୁ ଦଳରୁ ବହିଷ୍କାର କରିଥିଲା।

ବାନ୍ଦ୍ରା ପୂର୍ବ ବିଧାୟକ ଜିଶାନଙ୍କ ସହ ଏନସିପି ଅଜିତ ପାୱାର ଦଳରେ ଆଉ ଚାରିଜଣ ନେତା ଯୋଗ ଦେଇଛନ୍ତି। ଏହି ନେତାଙ୍କ ମଧ୍ୟରେ ତସଗାଓଁ କଭାଥେରୁ ସଞ୍ଜୟ କାକା ପାଟିଲ, ୱାରୁଦ ମୁର୍ସିରୁ ଦେବେନ୍ଦ୍ର ଭୁୟାର, ଇସଲାମପୁରର ନିଶିକାନ୍ତ ପାଟିଲ ଏବଂ ପୂର୍ବତନ ଭାଜପା ଏମ୍‌ପି ତଥା ଲୋହା କାନ୍ଦାହାରର ପ୍ରତାପ ଚିଖଲିକର ଅଛନ୍ତି। ଅଜିତ ପାୱାର ଦଳରେ ଯୋଗଦେବା ପରେ ଜିଶାନ କହିଛନ୍ତି, ଏନସିପି ସହ କାମ କରିବା କିଛି ନୂଆ କଥା ନୁହେଁ। ପୂର୍ବ ନିର୍ବାଚନରେ ଆମେ ଏନସିପି ସହିତ କାମ କରିଥିଲୁ। ବର୍ତ୍ତମାନ ଏପ୍‌ସିପିରେ କାମ କରବାକୁ ଆହୁରି ଇଚ୍ଛୁକ।

Leave A Reply

Your email address will not be published.