ପ୍ରମୁଖ ଖବର

ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍‌କେ ପୁରସ୍କାର
ଦିଲ୍ଲୀ ଏସ୍‌ଆଇଆର୍‌ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ

ତିରୁପତିର ଇସ୍କନ୍ ମନ୍ଦିରକୁ ବୋମା ଧମକ

0

ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶର କିଛି ହୋଟେଲକୁ ଧମକ ମିଳିବାର ୩ ଦିନ ମଧ୍ୟରେ ତିରୁପତିର ଇସ୍କନ୍ ମନ୍ଦିରକୁ ଧମକ ମିଳିଛି। ଧମକ ମିଳିବା ମାତ୍ରେ ମନ୍ଦିରର ପ୍ରତ୍ୟେକ କୋଣ ଅନୁକୋଣରେ ଅଗ୍ନିଶମ ବାହିନୀ, ପୋଲିସ୍ ଟିମ୍, ବମ୍ ସ୍କ୍ୱାଡ ଏବଂ ସନ୍ଧାନୀ କୁକୁରଙ୍କ ଦ୍ବାରା ଯାଞ୍ଚ କରାଯାଇଥିଲା ବେଳେ କିଛି ମିଳିନଥିଲା। ବର୍ତ୍ତମାନ ମନ୍ଦିରର ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯିବା ସହ ପ୍ରତ୍ୟେକ ବ୍ୟକ୍ତିଙ୍କୁ କଡାକଡି ଯାଞ୍ଚ କରାଯାଉଛି।

ସୂଚନା ଅନୁଯାୟୀ, ଦେଶର ବିଭିନ୍ନ ସ୍ଥାନରେ ବୋମା ବିସ୍ଫୋରଣ ନେଇ ଧମକ ମିଳିବାରେ ଲାଗିଛି। ଅକ୍ଟୋବର ୨୭ରେ ଇସ୍କନ୍ ମନ୍ଦିର କର୍ମଚାରୀମାନେ ଏକ ଇମେଲ ପାଇଥିଲେ, ଯେଉଁଥିରେ ପାକିସ୍ତାନର ଆଇଏସଆଇ ଆତଙ୍କବାଦୀମାନେ ମନ୍ଦିରକୁ ଉଡ଼ାଇ ଦେବେ ବୋଲି ଧମକ ମିଳିଥିଲେ। ଏହାପରେ ମନ୍ଦିରରେ ସର୍ଚ୍ଚ ଅପରେସନ କରାଯାଇଥିଲା, କିନ୍ତୁ ମନ୍ଦିର ପରିସରରୁ କୌଣସି ବିସ୍ଫୋରକ କିମ୍ବା ଅନ୍ୟ କିଛି ଆପତ୍ତିଜନକ ଜିନିଷ ମିଳିନଥିଲା।

ତେବେ ପୋଲିସ ଏହାକୁ ଏକ ଗୁଜବ ବୋଲି ସନ୍ଦେହ କରୁଥିବା ବେଳେ ସେହି ଇମେଲ ଆଇଡି କୁ ଧରିବା ପାଇଁ ଚେଷ୍ଟା ଚଳାଇଛି। ଏହା ପୂର୍ବରୁ ଅକ୍ଟୋବର ୨୬ରେ ତିରୁପତିର ଦୁଇଟି ବଡ଼ ହୋଟେଲକୁ ମଧ୍ୟ ବୋମା ଧମକ ମିଳିଥିଲା। ଉଭୟ ହୋଟେଲରେ ବମ୍ ସ୍କ୍ବାଡ୍ ଏବଂ ସନ୍ଧାନୀ କୁକୁରଙ୍କ ଦ୍ୱାରା ଖୋଜାଖୋଜି ପରେ ମଧ୍ୟ କିଛି ମିଳିନଥିଲା।

Leave A Reply

Your email address will not be published.