ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

ଓଏଏସ୍‌ ସ୍ତରରେ ଅଦଳବଦଳ

0

ଭୁବନେଶ୍ବର: ଓଏଏସ୍‌ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର। କ୍ରୀଡା ଓ ଯୁବ ସେବା ବିଭାଗର ଯୁଗ୍ମ ସଚିବ ଶୈଳେନ୍ଦ୍ର କୁମାର ଜେନାଙ୍କୁ ମିଶନ ଶକ୍ତି ଯୁଗ୍ମ ସଚିବ ଭାବେ ଦାୟିତ୍ୱ ମିଳିଛି। ସେହିପରି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଯୁଗ୍ମ ସଚିବ ମମତା ବାରିକଙ୍କୁ ଓଡ଼ିଶା ଜୀବିକା ମିଶନ ଯୁଗ୍ମ ସଚିବ, ମିଶନ ଶକ୍ତି ବିଭାଗରେ ଯୁଗ୍ମ ସଚିବ ଥିବା ବିନୋଦ କୁମାର ଜେନାଙ୍କୁ ପର୍ଯ୍ୟଟନ ବିଭାଗ ଯୁଗ୍ମ ସଚିବ ଭାବେ ନିଯୁକ୍ତ ମିଳିଛି। ପୁରୀ ସବ କଲେକ୍ଟର ଗୋପୀନାଥ କୁଅଁରଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗ ଯୁଗ୍ମ ସଚିବ, ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଟ୍‌ ଜିଏମ (ସୋସିଆଲ ପ୍ରୋଜେକ୍ଟସ) ଥିବା ମନୋରଞ୍ଜନ ସାହୁଙ୍କୁ ଭୁବନେଶ୍ୱର ସବ-କଲେକ୍ଟର ଭାବେ ବଦଳି କରାଯାଇଛି। ସେହିପରି ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ରେ ଡେପୁଟି କମିଶନର ଥିବା ରାଜ କିଶୋର ଜେନାଙ୍କୁ ପୁରୀ ସବ-କଲେକ୍ଟର ଭାବେ ବଦଳି କରାଯାଇଛି।

ଯାଜପୁରର ଅତିରିକ୍ତ ସବ୍‌ କଲେକ୍ଟର ମନୋରମା ଜାଲିଙ୍କୁ ଭୁବନେଶ୍ୱରସ୍ଥିତ ଏସ୍‌ଆଇଆରଡିର ଡେପୁଟି ଡାଇରେକ୍ଟର ଭାବେ ବଦଳି କରାଯାଇଛି। ବଲାଙ୍ଗିର ତହସିଲଦାର ସୁନୀଲ କୁମାର ମେହେରଙ୍କୁ ପାଟଣାଗଡ଼ ସବ୍‌-କଲେକ୍ଟର ଭାବେ ବଦଳି କରାଯାଇଛି। ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ପୂର୍ବତନ ସବ୍‌-କଲେକ୍ଟର ହେମସାଗର ଭୋଇ ଏବେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ (ଜିଏ ଓ ପିଜି) ବିଭାଗରେ କାର୍ଯ୍ୟରତ ଥିବା ବେଳେ ତାଙ୍କୁ କୁଚିଣ୍ଡା ଆଇଟିଡିଏ ପିଏ ଭାବେ ବଦଳି କରାଯାଇଛି। ସୋହେଲା ବିଡିଓ ସୁରେନ୍ଦ୍ର ମେହେରଙ୍କୁ ସୁବର୍ଣ୍ଣପୁରର ଅତିରିକ୍ତ ସବ୍‌-କଲେକ୍ଟର ଭାବେ ବଦଳି କରାଯାଇଛି।

Leave A Reply

Your email address will not be published.