ପ୍ରମୁଖ ଖବର

ଶିକ୍ଷକଙ୍କ ପାଇଁ ନୂଆ ସର୍ଭିସ୍‌ ରୁଲ୍‌, ୪.୨୦ ଲକ୍ଷ ଯୁବକଯୁବତୀଙ୍କୁ ମିଳିବ ଦକ୍ଷତା ତାଲିମ
ମଣିପୁରରେ ପୁଣି ରକ୍ତପାତ: କଟାମୁଣ୍ଡ ଫେରାଇବାକୁ ୪୮ ଘଣ୍ଟାର ମହଲତ
ଓଡ଼ିଶାରେ ଶିଳ୍ପାୟନକୁ ବଡ଼ ଗତି: ୩୯ ହଜାର କୋଟିରୁ ଅଧିକ ନିବେଶ
ରାଜଧାନୀରେ ପୋଖରୀରେ ବୁଡ଼ି ୧୭ ବର୍ଷୀୟ ନାବାଳକଙ୍କ ମୃତ୍ୟୁ
ଦୀପାବଳି ପର୍ଯ୍ୟନ୍ତ ଘୁଞ୍ଚିଲା ୟୁପିଆଇ ଚାର୍ଜ ଲାଗୁ ନିଷ୍ପତ୍ତି
ହସ୍ପିଟାଲରେ ଚିକିତ୍ସା ଖର୍ଚ୍ଚର ତାଲିକା ଲଗାଇବାକୁ ରାଜ୍ୟଗୁଡ଼ିକୁ କେନ୍ଦ୍ରର ନିର୍ଦ୍ଦେଶ
ବାଣଫୁଟା ନୁହେଁ, ପ୍ରଦୂଷଣମୁକ୍ତ ପର୍ବ ପାଳନ ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱ

୧୦ରୁ ୧୫ ଦିନ ମଧ୍ୟରେ ଶେଷ ହେବ ଇ-କେଓ୍ବାଇସି

0

ଭୁବନେଶ୍ବର:ଇ-କେଓ୍ବାଇସି କୁ ନେଇ ବଡ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ଆଉ ୧୦ରୁ ୧୫ ଦିନ ମଧ୍ୟରେ ଶେଷ ହେବ ଇ-କେଓ୍ବାଇସି। ଇ-କେଓ୍ବାଇସି ପରେ ନୂଆ ହିତାଧିକାରୀଙ୍କୁ ମିଳିବ କାର୍ଡ ବୋଲି ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର।

କିଛି ମାସ ପୂର୍ବରୁ, ରାଶନ କାର୍ଡଧାରୀଙ୍କ ପାଇଁ ଇ-କେଓ୍ବାଇସି କରିବା ପାଇଁ ସରକାର ନିର୍ଦ୍ଦେଶନାମା ଜାରି କରିଥିଲେ। ଯେଉଁଥିରେ ସମସ୍ତ ରାଶନ କାର୍ଡଧାରୀଙ୍କ ପାଇଁ ଇ-କେଓ୍ବାଇସି କରିବା ବାଧ୍ୟତାମୂଳକ କରାଯାଇଥିଲା। ମନ୍ତ୍ରୀ କହିଛନ୍ତି ଯେ, ଅଯୋଗ୍ୟଙ୍କୁ ଚିହ୍ନଟ ପାଇଁ ଚାଲିଛି ଇ-କେଓ୍ବାଇସି ପ୍ରକ୍ରିୟା। ରାଶନକାର୍ଡରୁ ବାଂଲାଦେଶୀ ଓ ରୋହିଙ୍ଗ୍ୟା ବାଦ୍‌ ପଡ଼ିବେ।
ଯଦି ଆପଣ ଏ ପର୍ଯ୍ୟନ୍ତ ଆପଣଙ୍କର ଇ-କେଓ୍ବାଇସି କରିନାହାଁନ୍ତି। ତେବେ ଆପଣ ନିଜ ଅଞ୍ଚଳର ଯେକୌଣସି ନିକଟତମ ସରକାରୀ ରାଶନ ବଣ୍ଟନ ଦୋକାନକୁ ଯାଇ ପିଓଏସ୍ ମେସିନ୍ ମାଧ୍ୟମରେ ଇ-କେଓ୍ବାଇସି କରିପାରିବେ।

Leave A Reply

Your email address will not be published.