ପ୍ରମୁଖ ଖବର

ମହିଳା କବାଡିରେ ଭାରତକୁ ସ୍ୱର୍ଣ୍ଣ
ନାଗାଲାଣ୍ଡରେ ବିଷାକ୍ତ ମଦ ନେଲା ୧୯ ଜୀବନ
ପାରାଦୀପକୁ ମିଳିଲା ମେଗା ବନ୍ଦର ମାନ୍ୟତା
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ
୩.୩୫ କେଜି ହେରୋଇନ୍‌ ସହ ପଞ୍ଜାବ ପୁଲିସ୍‌ ଇନ୍‌ସପେକ୍ଟର ଗିରଫ
ଓଡ଼ିଶାରେ ବେଦାନ୍ତର ୧ ଲକ୍ଷ କୋଟି ନିବେଶ ଯୋଜନା, ଢେଙ୍କାନାଳରେ ହେବ ସ୍ମେଲ୍ଟର ପ୍ଲାଣ୍ଟ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ

ଏବେ ନିଆଁ ଲିଭାଇବ ରୋବଟ

0

ଭୁବନେଶ୍ବର: ଏଥର ଭୟଙ୍କର ନିଆଁ ଲିଭାଇବା ହେବ ସହଜ। ଆହୁରି ସଶକ୍ତ ଓ ମଜଭୁତ ହେବ ଅଗ୍ନିଶମ ବିଭାଗ। ଓଡ଼ିଶାରେ ପ୍ରଥମ ଥର ପାଇଁ ନିଆଁ ଲିଭାଇବା କାର୍ଯ୍ୟାରେ ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ରୋବଟକୁ ବ୍ୟବହାର କରାଯିବ। ଏହାର ନାଁ ହେଉଛି ଫାୟାର ଫାଇଟିଂ ରୋବୋଟିକ ମନିଟର। ଆଜି ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ତଥା ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ। ଏହି ଅବସରରେ ଓଡ଼ିଶା ଅଗ୍ନିଶମ ଓ ବିପତ୍ତି ନିସ୍ତାର ପ୍ରତିଷ୍ଠାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୨୨ଟି ଫାୟାର ଫାଇଟିଙ୍ଗ ରୋବଟିକ୍‌ ମନିଟରକୁ ସାମିଲ କରାଯାଇଛି।

ଅଗ୍ନିଶମ କର୍ମଚାରୀ ଏହାର ରିମୋଟକୁ ନିୟନ୍ତ୍ରଣ କରିବେ। ଏକ କିମି ଦୂରରୁ ଏହାକୁ ରିମୋଟ୍ ଦ୍ୱାରା ନିୟନ୍ତ୍ରଣ କରିହେବ। ଏହି ରୋବଟ୍ ଭିତରେ ପାଣି ଭର୍ତ୍ତି କରାଯିବ। ନିଆଁ ଲାଗିଥିବା ସ୍ଥାନକୁ ଯାଇ ଉକ୍ତ ମେସିନ୍ ଟି ପାଣି ସ୍ପ୍ରେ କରିବ। ଏଥିସହ ଅତ୍ୟଧିକ ଉତ୍ତାପରେ ମଧ୍ୟ ମନିଟରକୁ ଥଣ୍ଡା ରଖିବାକୁ ବ୍ୟବସ୍ଥା କରାଯାଇଛି।

ଏହି ରୋବଟରେ ୩୬୦ ଡିଗ୍ରୀ କ୍ୟାମେରା ବ୍ୟବହାର କରାଯାଇଛି। ଥର୍ମାଲ ଓ ନର୍ମାଲ କ୍ୟାମେରା ବ୍ୟବହାର ହୋଇଛି। ନର୍ମାଲ କ୍ୟାମେରା ଦ୍ୱାରା ଆଗରେ ରାସ୍ତା ସଫା ଅଛି ନା ନାହିଁ ତାହା ଜଣାପଡ଼ିବ। ଥର୍ମାଲ କ୍ୟାମେରା ଦ୍ୱାରା ନିଆଁ ଲାଗିବା ଦ୍ୱାରା ଚାରିଆଡ଼େ ଧୂଆଁମୟ ହୋଇଗଲେ ଆଗ ରେ କ’ଣ ଅଛି ତାହା ଜଣାପଡ଼ିବ।

Leave A Reply

Your email address will not be published.