ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

ଓଡିଶାରୁ ଓହରିନି ଆର୍ସେଲର ମିତ୍ତଲ-ନିପନ୍ ଷ୍ଟିଲ: ଶିଳ୍ପମନ୍ତ୍ରୀ

0

ଭୁବନେଶ୍ବର: ୨୪ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଇସ୍ପାତ କାରଖାନା ପ୍ରକଳ୍ପରୁ ଓହରିନି ଆର୍ସେଲର ମିତ୍ତଲ-ନିପନ୍ ଷ୍ଟିଲ କମ୍ପାନୀ। ଅଗ୍ରଣୀ ଷ୍ଟିଲ୍ ଉତ୍ପାଦନକାରୀ କମ୍ପାନୀ ଆର୍ସଲମିତ୍ତଲ ଏବଂ ଜାପାନର ନିପନ ଷ୍ଟିଲ୍ ଓଡିଶାରୁ ଓହରି ନଥିବା କହିଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ। ଦୁଇ କମ୍ପାନୀ ମିଳିତଭାବେ ଓଡ଼ିଶାରେ ବିଶାଳ ଷ୍ଟିଲ୍ ପ୍ଲାଣ୍ଟ ବସାଇବେ ବୋଲି ପୂର୍ବ ସରକାରଙ୍କ ସମୟରେ ଓଡିଶା ସହିତ ଚୁକ୍ତି କରିଥିଲେ।

କମ୍ପାନୀ ଏ ସମ୍ପର୍କରେ ସ୍ପଷ୍ଟୀକରଣ ରଖି କହିଛି ଯେ, କମ୍ପାନୀର ଏହି ପ୍ରକଳ୍ପ ପ୍ରତିଷ୍ଠା ନେଇ ପ୍ରକ୍ରିୟା ଜାରି ରହିଛି। କେନ୍ଦ୍ରାପଡ଼ା ଷ୍ଟିଲ ପ୍ଲାଣ୍ଟ ଏବେ ବିଭିନ୍ନ ସରକାରୀ ଅନୁମୋଦନ ପ୍ରକ୍ରିୟାରେ ରହିଛି। ଏହାଛଡ଼ା ଆର୍ସେଲର ମିତ୍ତଲ-ନିପନ ଷ୍ଟିଲ ପାରାଦୀପରେ ମଧ୍ୟ ଏକ ୭ ନିୟୁତ ଟନ କ୍ଷମତା ବିଶିଷ୍ଟ ଇସ୍ପାତ କାରଖାନା ସ୍ଥାପନ କରୁଛି। ଏହି ପ୍ରକଳ୍ପ କାମ ମଧ୍ୟ ଚାଲୁ ରହିଛି।

କେନ୍ଦ୍ରାପଡାରେ ହେବାକୁ ଥିବା ଏହି ପ୍ରକଳ୍ପରୁ ଓହରି ପଡୋଶୀ ଆନ୍ଧ୍ର ପ୍ରଦେଶକୁରେ ଦୁଇ କମ୍ପାନୀ ସମାନ ନିବେଶ କରିବାକୁ ଯାଉଥିବା ଖବର ପ୍ରସାର ହେବା ପରେ ଶିଳ୍ପମନ୍ତ୍ରୀ ଏହା ଉପରେ ସ୍ପଷ୍ଟୀକରଣ ଦେବା ସହିତ ଏହାକୁ ବିଜେଡିର ଚକ୍ରାନ୍ତ ବୋଲି କହିଛନ୍ତି। ନିପନ ଷ୍ଟିଲ୍ ଓଡ଼ିଶାରେ ଏବଂ ଗୁଜରାଟରେ ଷ୍ଟିଲ୍ ପ୍ଲାଣ୍ଟ ବସାଇବାକୁ ବେଶ ଆଗ୍ରହୀ ଅଛି। ଏଥିସହିତ ଯେଉଁ କମ୍ପାନୀଗୁଡ଼ିକ ବିଜେଡି ସରକାର ସମୟରେ ଓଡିଶା ଛାଡି ପଳାଉଥିଲେ ଏବେ ସେମାନେ ପୁଣି ଓଡିଶାକୁ ଫେରୁଛନ୍ତି।

ଓଡିଶାରୁ ଏହି ପ୍ରକଳ୍ପ ଓହରାଯିବା ଖବର ଆସିବା ପରେ ରାଜ୍ୟର ବିଜୁ ଜନତା ଦଳର(ବିଜେଡି) ନିପନ କମ୍ପାନୀକୁ ଓଡିଶା ଆଣିବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜାପାନ ଗସ୍ତ କରିଥିଲେ। ପୂର୍ବରୁ ଜେଏସଡବ୍ଲୁ ମଧ୍ୟ ଓଡ଼ିଶାରେ କରିବାକୁ ଥିବା ଇଲେକ୍ଟ୍ରିକ କାର୍ କାରଖାନାକୁ ମହାରାଷ୍ଟ୍ରକୁ ନେଇଯିବା କଥା ଆସିବା ପରେ ଜେଏସଡବ୍ଲୁ ସ୍ପଷ୍ଟୀକରଣ ରଖି ଏହା ଓଡିଶାରୁ ସ୍ଥାନାନ୍ତରଣ ହୋଇ ନ ଥିବା କହିଥିଲା।

Leave A Reply

Your email address will not be published.