ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା

ବୁଦା ମୂଳରୁ ଶିଶୁକନ୍ୟା ଉଦ୍ଧାର

0

କରଞ୍ଜିଆ: ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା। ଆଜିର ଯୁଗରେ ମହାକାଶରେ ନାରୀ ପହଞ୍ଚି ସାରିଥିଲେ ମଧ୍ୟ କେତେକ ସ୍ଥାନରେ କନ୍ୟା ସନ୍ତାନ ଅତି ଅଲୋଡ଼ା ହୋଇ ପଡିଛି। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ଭଅଁରା ଗାଁ ନିକଟରୁ ଏକ ନବଜାତ ଶିଶୁ କନ୍ୟା ଉଦ୍ଧାର ହୋଇଛି। ଶିଶୁ କନ୍ୟାଟିର ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ଥିବାବେଳେ ତାକୁ ମେଡ଼ିକାଲ୍‌ ଏସଏନସିୟୁରେ ଭର୍ତ୍ତି କରାଯାଇଛି।

ଖବର ମୁତାବକ, କରଞ୍ଜିଆ ଥାନା ଅଧୀନ ଭଅଁରା ଗାଁ ବୁଦା ମୂଳରେ ଏକ ନବଜାତ ଶିଶୁ କନ୍ୟା ପଡ଼ିଥିବା ଗାଁ ଲୋକେ ଦେଖିବାକୁ ପାଇଥିଲେ। ଶିଶୁ କନ୍ୟାଟି ଜୀବିତ ଥିବା ଲୋକମାନେ ଦେଖିବାକୁ ପାଇଥିଲେ। ଏହା ପରେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା ପରେ ଶିଶୁ କନ୍ୟାକୁ ଏସଏନସିୟୁରେ ଭର୍ତ୍ତି କରାଯାଇଛି।

ବର୍ତ୍ତମାନ ପର୍ଯ୍ୟନ୍ତ ଶିଶୁ କନ୍ୟାଟିର ପରିଚୟ ମିଳିପାରି ନଥିବାବେଳେ, କିଏ ଓ କାହିଁକି ଶିଶୁ କନ୍ୟାକୁ ଏପରି ଅବସ୍ଥାରେ ଫିଙ୍ଗି ଚାଲିଗଲା ତାହା ଜଣାପଡ଼ି ନାହିଁ । ଅନୁମାନ କରାଯାଉଛି ଯେ ନବଜାତକ ଟି କନ୍ୟାସନ୍ତାନ ହୋଇଥିବାରୁ କିଏ ଫିଙ୍ଗି ଦେଇଛି। ଏନେଇ ପୋଲିସରେ ଅଭିଯୋଗ ହୋଇଛି ଘଟଣାର ତଦନ୍ତ ଆରମ୍ଭ ହୋଇଛି।

Leave A Reply

Your email address will not be published.