ପ୍ରମୁଖ ଖବର

ପିକନିକ ହେଲା କାଳ: ଦିଭେଗାର ସମୁଦ୍ରରେ ବୁଡି ୮ ଛାତ୍ର ମୃତ
ଦେଶରେ ଆଉ ୫୦ ଲକ୍ଷ ଘରକୁ ପିଏନଜି, ଆରମ୍ଭ ହେଲା ‘ନ୍ୟାସନାଲ ପିଏନଜି ଡ୍ରାଇଭ୍‌ ୩.୦’
ଟ୍ରକ୍‌ ବନ୍ଧକ ରଖି ପୁଅକୁ ପଠାଇଲେ, କାନାଡାରେ ସ୍ୱର୍ଣ୍ଣ ଜିତିଲେ ମହେଶ
ପିୟୁସିସି ନଥିଲେ ପେଟ୍ରୋଲ-ଡିଜେଲ ମନା, ଦିଲ୍ଲୀରେ ଲାଗୁ ହେଲା କଡ଼ା ନିୟମ
୧.୦୩ କୋଟିର ଚୀନ୍ ଡ୍ରୋନ୍ ଜବତ, ୩ ଯାତ୍ରୀ ଅଟକ

ତୀର୍ଥ ଯାତ୍ରା ହେଲା ଶେଷ ଯାତ୍ରା

0

ଫିରୋଜାବାଦ: ଅଯୋଧ୍ୟାରୁ ବୃନ୍ଦାବନ ଯାଉଥିବାବେଳେ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଆହତ ହୋଇଛନ୍ତି। ଉତ୍ତର ପ୍ରଦେଶର ଫିରୋଜାବାଦ ଜିଲ୍ଲାରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁର୍ଘଟଣା ସଂପର୍କରେ ସୂଚନା ଦେଇ ଅତିରିକ୍ତ ପୁଲିସ ଅଧୀକ୍ଷକ କହିଛନ୍ତି ଯେ, ବସ୍ ଅଯୋଧ୍ୟାରୁ ତୀର୍ଥଯାତ୍ରୀଙ୍କୁ ନେଇ ମଥୁରା ଅଭିମୁଖେ ଯାଉଥିଲା। ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସ ୱେରେ ନାସିରପୁର ଥାନା ଅଞ୍ଚଳରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ମିନି ଟ୍ରକକୁ ଧକ୍କା ଦେଇଥିଲା। କଣ୍ଟ୍ରୋଲ ରୁମରେ ସୂଚନା ପାଇବା ପରେ ସୁରକ୍ଷା ଅଧିକାରୀ ଏବଂ ବରିଷ୍ଠ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବସ୍‌ରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ପଠାଇଥିଲେ।

ଏହି ଦୁର୍ଘଟଣାରେ ଜଣେ ଶିଶୁ ସମେତ ତିନି ଜଣଙ୍କର ମୃତ୍ୟୁ ଘଟିଛି। ୧୨ ଜଣ ଦୁର୍ଘଟଣାରେ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରାୟ ୧୭ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ଟ୍ରାଭେଲର ବସଟି ଅଯୋଧ୍ୟାରୁ ବୃନ୍ଦାବନ ଅଭିମୁଖେ ଯାଉଥିଲା। ସମସ୍ତ ଯାତ୍ରୀ ଦାଦ୍ରା ନଗର ହାଭେଳି ଏବଂ ଗୁଜରାଟର ବାସିନ୍ଦା।

Leave A Reply

Your email address will not be published.