ପ୍ରମୁଖ ଖବର

ଭଞ୍ଜନଗର ଜଳଭଣ୍ଡାରରେ ବୁଡି ଦୁଇ କଲେଜ୍ ଛାତ୍ରଙ୍କ ମୃତ୍ୟୁ
ପଶ୍ଚିମବଙ୍ଗରେ ନିର୍ବାଚନ ପୂର୍ବରୁ ଟିଏମ୍‌ସି ନେତାଙ୍କ ଘରେ ଆୟକର ଚଢଉ
ସ୍ମାର୍ଟଫୋନ୍‌ରେ ଆଧାର ଆପ୍‌ ପ୍ରି-ଇନଷ୍ଟଲେସନ୍‌ ପ୍ରସ୍ତାବକୁ ପ୍ରତ୍ୟାହାର କଲେ ସରକାର
ତାମିଲନାଡୁର ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ: ୧୬ ମୃତ
ଇଟାଲୀରେ ଗୁରୁଦ୍ୱାର ବାହାରେ ଗୁଳିକାଣ୍ଡ: ଦୁଇ ଭାରତୀୟ ଶିଖଙ୍କ ମୃତ୍ୟୁ
ଖୋର୍ଦ୍ଧାରେ ୨୦ରୁ ୨୩ ପର୍ଯ୍ୟନ୍ତ ସ୍କୁଲ ଛୁଟି
ଫିରୋଜାବାଦରେ ଭୟଙ୍କର ଅଗ୍ନିକାଣ୍ଡ: ୬୦ରୁ ଅଧିକ ଦୋକାନ ଜଳି ଛାରଖାର
ମହିଳା ସଂରକ୍ଷଣ ବିଲ୍ ବାବଦରେ ବିଜେପି ଦେଶବାସୀଙ୍କୁ ଭ୍ରମିତ କରୁଛି: ବିଜେଡି

ରେଲୱେ ଷ୍ଟେସନ ପରିସରରେ ଭୟଙ୍କର ବିସ୍ଫୋରଣ

0

ପାକିସ୍ତାନ: ବେଲୁଚିସ୍ତାନରେ ଥିବା କ୍ୱେଟା ରେଲୱେ ଷ୍ଟେସନ ପରିସରରେ ଘଟିଛି ଭୟଙ୍କର ବିସ୍ଫୋରଣ। ଏହି ବିସ୍ଫୋରଣରେ ପ୍ରାୟ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତାହତଙ୍କ ସଂଖ୍ୟା ବଢ଼ିବା ନେଇ ଆଶଙ୍କା ପ୍ରକାଶ ପାଇଛି।

ପାକିସ୍ତାନର ଏକ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ବିସ୍ଫୋରଣ ରେଲୱେ ଷ୍ଟେସନର ବୁକିଂ କାର୍ଯ୍ୟାଳୟ ନିକଟରେ ଘଟିଛି। ପେସୱାର ଅଭିମୁଖେ ଯିବାକୁ ଥିବା ଏକ ପାସେଞ୍ଜର ଟ୍ରେନ୍‌ଟି ପ୍ଲାଟଫର୍ମରେ ପହଞ୍ଚିବା ପୂର୍ବରୁ ଏହି ବିସ୍ଫୋରଣ ଘଟିଛି। ସେହି ସମୟରେ ଷ୍ଟେସନରେ ପ୍ରବଳ ଭିଡ ଥିଲା। ତେଣୁ ମୃତାହତଙ୍କ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି।

ଖବର ପାଇ ତୁରନ୍ତ ପୁଲିସ୍‌ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନିତ କରିଛନ୍ତି। ଏଥିସହ ବମ୍‌ ନିଷ୍ଟ୍ରିୟ ଟିମ୍‌ ଷ୍ଟେସନରେ ପହଞ୍ଚି ବିଭିନ୍ନ ସ୍ଥାନରେ ଯାଞ୍ଚ କରୁଛନ୍ତି। କ୍ୱେଟାସ୍ଥିତ ସିଭିଲ ହସ୍ପିଟାଲରେ ଗୁରୁତରଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ସମସ୍ତ ଡାକ୍ତର ଓ କର୍ମଚାରୀଙ୍କ ଛୁଟିକୁ ବାତିଲ କରି ଦିଆଯାଇଛି।

Leave A Reply

Your email address will not be published.