ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ବିଦାୟ ନେଲେ ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୂଡ଼

0

ଅବସରକାଳୀନ ବାର୍ତ୍ତା ବେଳେ ହେଲେ ଭାବବିହ୍ୱଳ

କହିଲେ ମୁଁ ଆଉ ନ୍ୟାୟ କରିପାରିବିନି

କାହା ମନରେ ଦୁଃଖ ଦେଇଥିଲେ ସେଥିପାଇଁ କ୍ଷମା କରିବେ

ନୂଆଦିଲ୍ଲୀ; ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୂଡ଼ଙ୍କର ଗଲାକାଲି ଶେଷ କାର୍ଯ୍ୟଦିବସ ଥିଲା। ଡିୱାଇ ଚନ୍ଦ୍ରଚୂଡ଼ ୨୦୨୪ ନଭେମ୍ବର ୧୦ରେ ତାଙ୍କର ଦୁଇ ବର୍ଷର କାର୍ଯ୍ୟକାଳ ଶେଷ କରୁଥିବା ବେଳେ ଗଲାକାଲି ଥିଲା ତାଙ୍କର ଶେଷ କାର୍ଯ୍ୟଦିବସ। ଶେଷ କାର୍ଯ୍ୟଦିବସରେ ଅବସରକାଳୀନ ବାର୍ତ୍ତା ବେଳେ ଭାବବିହ୍ୱଳ ହୋଇଗଲେ ପ୍ରଧାନ ବିଚାରପତି। ସେ କହିଲେ, କାଲିଠାରୁ ମୁଁ ଆଉ ନ୍ୟାୟ ପ୍ରଦାନ କରିପାରିବି ନାହିଁ। କିନ୍ତୁ ଏତିକିରେ ମୁଁ ସନ୍ତୁଷ୍ଟ ବୋଲି କହିଛନ୍ତି ବିଦାୟୀ ପ୍ରଧାନ ବିଚାରପତି।

ପୂର୍ବତନ ପ୍ରଧାନ ବିଚାରପତି ୱାଇଭି ଚନ୍ଦ୍ରଚୂଡ଼ଙ୍କ ପୁଅ ଡିୱାଇ ଚନ୍ଦ୍ରଚୂଡ଼ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଅଯୋଧ୍ୟା ମନ୍ଦିର ରାୟ ଠାରୁ ଆରମ୍ଭ କରି ଧାରା ୩୭୦ ଉଚ୍ଛେଦ ଭଳି କେତେକ ଐତିହାସିକ ରାୟ ଦେଇଛନ୍ତି ଯାହା ତାଙ୍କୁ ଦେଶବାସୀଙ୍କ ନିକଟରେ ଲୋକପ୍ରିୟ କରାଇପାରିଛି। ତାଙ୍କ କାର୍ଯ୍ୟକାଳ ସମୟରେ କୋଭିଡ୍-୧୯ ମହାମାରୀ ଯୋଗୁ ଭର୍ଚୁଆଲ୍ ଶୁଣାଣି ବ୍ୟବସ୍ଥା ଆରମ୍ଭ ହୋଇଥିଲା, ଯାହା ପରବର୍ତ୍ତୀ ସମୟରେ ଅଦାଲତ କାର୍ଯ୍ୟର ଏକ ସ୍ଥାୟୀ ଓ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଥିଲା।

୨୦୨୨ ନଭେମ୍ବର ୯ରେ ଦାୟିତ୍ୱ ଗ୍ରହଣ କରିଥିବା ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ ତାଙ୍କର ଦୁଇ ବର୍ଷର କାର୍ଯ୍ୟକାଳ ଶେଷ ହେବା ପରେ ଆଜି ତାଙ୍କ ପଦରୁ ବିଦାୟ ନେଇଛନ୍ତି। ବିଦାୟୀ ବାର୍ତ୍ତା ବେଳେ ସିଜେଆଇ ଚନ୍ଦ୍ରଚୂଡ଼ କୋର୍ଟରେ କେବେ କାହା ମନରେ ଦୁଃଖ ଦେଇଥିଲେ ସେଥିପାଇଁ କ୍ଷମା ପ୍ରାର୍ଥନା ମଧ୍ୟ କରିଥିଲେ। ସେ କହିଥିଲେ, ଯଦି ମୁଁ କେବେ କୋର୍ଟରେ କାହା ମନକୁ ଆଘାତ ଦେଇଛି, ଦୟାକରି ମୋତେ କ୍ଷମା କରନ୍ତୁ। କାରଣ ମୋର ଭାବନା କେବେ କାହାକୁ ଦୁଃଖ ଦେବା ନଥିଲା। ପ୍ରଧାନ ବିଚାରପତି ଏହି ସମୟରେ ‘ମିଛାମି ଦୁକ୍କଡମ୍’ ବାକ୍ୟାଂଶ ବ୍ୟବହାର କରିଥିଲେ। ଏହାର ଅର୍ଥ ହେଉଛି- “ଯାହା କିଛି ଖରାପ ହୋଇଛି, ତାହା ବୃଥା ହେଇଯାଉ।” ଏହା ଏକ ପ୍ରାଚୀନ ଭାରତୀୟ ପ୍ରାକୃତ ଭାଷାର ଏକ ବାକ୍ୟାଂଶ। ସଂସ୍କୃତରେ ଏହାର ଅନୁବାଦ ହେଉଛି – “ମିଥ୍ୟା ମେ ଦୁଷ୍କୃତମ୍”। ଜୈନ ଧର୍ମରେ ଅନେକ ସମୟରେ ଏହି ବାକ୍ୟାଂଶର ବ୍ୟବହାର କରାଯାଇଥାଏ।

ବିଦାୟକାଳୀନ ସମାରୋହରେ ସେ ପୂର୍ବ ସନ୍ଧ୍ୟା କଥା ମନେ ପକାଇଥିଲେ। ସେ କହିଛନ୍ତି, ‘ଯେତେବେଳେ ଗତକାଲି ସନ୍ଧ୍ୟାରେ ମୋ ରେଜିଷ୍ଟ୍ରାର ଜୁଡିସିଆଲ ମୋତେ ପଚାରିଲେ ଯେ ବିଦାୟକାଳୀନ ସମାରୋହ କେତେବେଳେ ଆରମ୍ଭ ହେବା ଉଚିତ? ଏହାର ଉତ୍ତରରେ ମୁଁ କହିଥିଲି ଦିନ ୨ଟା ବେଳେ। କାରଣ ମୋତେ ଏହା ପୂର୍ବରୁ ଅନେକ ମାମଲା ଉପରେ ରାୟ ଦେବାର ଥିଲା। କିନ୍ତୁ ପରେ ମୁଁ ଭାବୁଥିଲି ଯେ, କ’ଣ ଦିନ ୨ଟା ଯାଏଁ କେହି ରହିଥିବେ? ନା ମୁଁ ଏକା ଥିବି।’

ବିଦାୟୀ ସଭାରେ ବାର ସଦସ୍ୟମାନଙ୍କୁ କହିଥିଲେ ‘ଆସନ୍ତାକାଲିଠାରୁ ମୁଁ ଏହିପରି ନ୍ୟାୟ କରିବାକୁ ସମର୍ଥ ହେବି ନାହିଁ, କିନ୍ତୁ ମୁଁ ବହୁତ ସନ୍ତୁଷ୍ଟ। ସୋମବାର ଠାରୁ ମୋ ପରେ ଏହି ଦାୟିତ୍ୱ ଗ୍ରହଣ କରିବାକୁ ଆସୁଥିବା ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କର ବହୁତ ବ୍ୟାପକ ଅଭିଜ୍ଞତା ରହିଛି। ଖଣ୍ଡପୀଠର ବିଚାରପତି ସଞ୍ଜୀବ ଖାନ୍ନାଙ୍କ ଦକ୍ଷ ହାତରେ ଯିବାକୁ ନେଇ ସେ ଆଶ୍ୱସ୍ତ ଅନୁଭବ କରିଛନ୍ତି, ଯାହାଙ୍କୁ ସେ ଜଣେ ଦକ୍ଷ ନେତୃତ୍ୱ ଭାବରେ ପ୍ରଶଂସା କରିଥିଲେ। ସୂଚନାଥାଉ, ନଭେମ୍ବର ୧୧ରେ ଚନ୍ଦ୍ରଚୂଡ଼ଙ୍କ ଉତ୍ତରାଧିକାରୀ ତଥା ଭାରତର ୫୧ତମ ପ୍ରଧାନ ବିଚାରପତି ଭାବରେ ଜଷ୍ଟିସ ସଞ୍ଜୀବ ଖାନ୍ନା ଶପଥ ନେବେ।

Leave A Reply

Your email address will not be published.