ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ମଧ୍ୟବିତ୍ତଙ୍କ ଉପରୁ କମିଲା ଟିକସ ବୋଝ

0

ନୂଆଦିଲ୍ଲୀ: ଗତ ୧୦ ବର୍ଷରେ କମିଛି ମଧ୍ୟବିତ୍ତଙ୍କ ଆୟକର। ବିଜେପି ସରକାରର ୧୦ ବର୍ଷ କାର୍ଯ୍ୟକାଳ ମଧ୍ୟରେ ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ କରୁଥିବା ଟିକସଦାତାଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ମଧ୍ୟବିତ୍ତ ପରିବାର ଉପରୁ କମିଲା ଟିକସ ବୋଝ। ସାଧାରଣତଃ ବାର୍ଷିକ ଆୟ ୨୦ ଲକ୍ଷ, ଯେଉଁମାନଙ୍କୁ ମୋଟାମୋଟି ଭାବେ ମଧ୍ୟମ ବର୍ଗରେ ଅନ୍ତର୍ଭୁକ୍ତ କରାଯାଇଛି, ସେମାନଙ୍କ ଠାରୁ ନିଆଯାଉଥିବା ଟିକସର ହାର ହ୍ରାସ ପାଇଛି। ଏଥିସହିତ ୫୦ ଲକ୍ଷରୁ ଅଧିକ ବାର୍ଷିକ ଆୟ କରୁଥିବା ବ୍ୟକ୍ତିଙ୍କ ଟିକସ ହାର ଯଥେଷ୍ଟ ବୃଦ୍ଧି ପାଇଛି।

ଆୟକର ରିଟର୍ଣ୍ଣ(ଆଇଟିଆର) ପୈଠ କରିବାର ଗଣନା ଅନୁସାରେ, ବାର୍ଷିକ ୫୦ ଲକ୍ଷରୁ ଅଧିକ ଆୟ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ୨୦୨୩-୨୪ରେ ୯.୩୯ ଲକ୍ଷ ବୃଦ୍ଧି ପାଇଛି। ଯାହା ୨୦୧୩-୧୪ ଗଣନା ୧.୮୫ ଲକ୍ଷ ଠାରୁ ପାଞ୍ଚଗୁଣା ଅଧିକ ଅଟେ। ଏଥିସହିତ ୫୦ ଲକ୍ଷ ଟଙ୍କାରୁ ଅଧିକ ଆୟ କରୁଥିବା ଲୋକଙ୍କ ଆୟକର ୨୦୧୪ରେ ୨.୫୨ ଲକ୍ଷ କୋଟିରୁ ବୃଦ୍ଧି ପାଇ ୨୦୨୪ରେ ୯.୬୨ ଲକ୍ଷ କୋଟିରେ ପହଞ୍ଚିଛି। ଯାହା ପ୍ରାୟ ୩.୨ ଗୁଣା ବୃଦ୍ଧି ପାଇଛି।

ଆୟକରର ୭୬ ପ୍ରତିଶତ ୫୦ ଲକ୍ଷରୁ ଅଧିକ ରୋଜଗାର କରୁଥିବା ଲୋକଙ୍କଠାରୁ ମିଳିଥାଏ। ଏହା ମଧ୍ୟବିତ୍ତଙ୍କ ଉପରେ ଟିକସ ବୋଝ ହ୍ରାସ କରିଛି। ମୋଦି ସରକାରଙ୍କ ଟିକସ ବିରୋଧୀ ଆଇନ ଏବଂ କଳାଧନ ବିରୋଧୀ କଠୋର ଆଇନ ଯୋଗୁଁ, ବାର୍ଷିକ ଆୟ ୫୦ ଲକ୍ଷରୁ ଅଧିକ ଆୟ ସହିତ ଆୟକର ରିଟର୍ଣ୍ଣ ଦାଖଲ କରୁଥିବା ଲୋକଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି।

ତେବେ ୨୦୧୪ ରେ ୨ ଲକ୍ଷରୁ ଅଧିକ ରୋଜଗାର କରୁଥିବା ଲୋକଙ୍କୁ ଆୟକର ଦେବାକୁ ପଡୁଥିଲା। କିନ୍ତୁ ମୋଦି ସରକାର ଘୋଷଣା କରିଥିବା ରିହାତି ଅନୁଯାୟୀ ଏବେ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା ଲୋକଙ୍କୁ କୌଣସି ଟିକସ ଦେବାକୁ ପଡିବ ନାହିଁ। ୧୦ ଲକ୍ଷରୁ କମ୍ ଆୟ ଥିବା ଟିକସଦାତାଙ୍କ ଠାରୁ ଆୟକର ସଂଗ୍ରହର ହାର ୨୦୧୪ ରେ ପ୍ରଦାନ କରାଯାଇଥିବା ମୋଟ ଟ୍ୟାକ୍ସର ୧୦.୧୭ ପ୍ରତିଶତରୁ ୨୦୨୪ ରେ ୬.୨୨ ପ୍ରତିଶତକୁ ହ୍ରାସ ପାଇଛି।

ଏଥିସହିତ ମିଲିଥିବା ସୂଚନା ଅନୁସାରେ, ଯେଉଁମାନେ ୨.୫ ରୁ ୭ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ସେମାନଙ୍କୁ ୨୦୨୩-୨୪ ରେ ହାରାହାରି ୪୩ହଜାର ଟଙ୍କା ଆୟକର ଦେବାକୁ ହେବ । ଯାହାକି ସେମାନଙ୍କ ଆୟର ପ୍ରାୟ ୪ରୁ ୫ ପ୍ରତିଶତ । ଯାହାକି ଉଦୀୟମାନ ଅର୍ଥନୀତି ମଧ୍ୟରେ ସର୍ବନିମ୍ନ ସ୍ତର। ସରକାରୀ ହିସାବ ଅନୁଯାୟୀ, ୧୦ ବର୍ଷ ମଧ୍ୟରେ ମୁଦ୍ରାସ୍ଫୀତିକୁ ଦୃଷ୍ଟିରେ ରଖି ୧୦ରୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ବ୍ୟକ୍ତିଙ୍କ ପାଇଁ ଆୟକର ପ୍ରାୟ ୬୦ ପ୍ରତିଶତ ହ୍ରାସ ପାଇଛି।

Leave A Reply

Your email address will not be published.