ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

ମହାପ୍ରଭୁଙ୍କ ଜମିକୁ ହଡପ ଉଦ୍ୟମ

0

ପୁରୀ: ମହାପ୍ରଭୁ ଜଗନ୍ନାଥଙ୍କ ଜମି ଜାଲିଆତି କରି ବିକ୍ରି କରାଯିବାକୁ ନେଇ ଥାନାରେ ଦିଆଗଲା ଏତଲା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାଁରେ ଥିବା ଜମିକୁ ଜାଲିଆତି କରି ବିକ୍ରି ହେଉଥିବା ଅଭିଯୋଗ କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ। ବେଆଇନ ଭାବେ ଜବରଦଖଲ କରି ଲୋକଙ୍କୁ ପ୍ଲଟିଂ କରି ବିକ୍ରି କରାଯାଉଥିବା ନେଇ ଗତକାଲି ବାସେଳିସାହି ଥାନାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ପୋଲିସ୍ ମାମଲା ରୁଜୁ କରି ଏନେଇ ଅଧିକ ତଦନ୍ତ ଆରମ୍ଭ କରିଛି।

ତେବେ ମିଳିଥିବା ସୂଚନା ଅନୁସାରେ, ପୁରୀ ଶ୍ରୀମନ୍ଦିର ତଥା ଆଖପାଖ ଅଞ୍ଚଳରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମରେ ହଜାରହଜାର ଏକର ଜମି ରହିଛି। ବିଭିନ୍ନ ସମୟରେ ବେଆଇନ ଭାବେ ଜମି ଦଲାଲମାନେ ସାଧାରଣ ଲୋକଙ୍କୁ ଉକ୍ତ ଜମିଗୁଡିକୁ ପ୍ଲଟିଂ କରି ବିକ୍ରି କରିଥିବା ଅଭିଯୋଗ ହୋଇଛି। ବାସେଳିସାହି ଥାନା ଅଧୀନ ମାଟିତୋଟା ମୌଜାର ୟୁନିଟ ନଂ-୧, ଖାତା ନଂ -୩୮ରେ ଥିବା ସମୁଦାୟ ୧୦୯ଟି ପ୍ଲଟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ରହିଥିବା ବେଳେ ସେଗୁଡିକୁ ବେଆଇନ ଭାବେ କରାଯାଇଛି। ଜମି ବିକ୍ରିବେଳେ କବଲା କରାନଯାଇ ନୋଟାରୀ ମାଧ୍ୟମରେ ବିକ୍ରି କରାଯାଇଥିବା ସୂଚନା ମିଳିଛି। ଯାହା ସମ୍ପୂର୍ଣ୍ଣ ବେଆଇନ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଜମି ବିକ୍ରିରେ ଏକାଧିକ ପ୍ରଭାବଶାଳୀ ବ୍ୟକ୍ତି ସାମିଲ ଥିବା ଅଭିଯୋଗ ହୋଇଛି।

ସେପଟେ ଏହାକୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି, ଶ୍ରୀଜଗନ୍ନାଥଙ୍କ ନାମରେ ଥିବା ଜମିକୁ ବେଆଇନ ଭାବେ ବିକ୍ରି ଏବଂ ଖରିଦରେ ସାମିଲ ଥିବା ବ୍ୟକ୍ତିଙ୍କୁ ଛଡ଼ାଯିବ ନାହିଁ। ଶ୍ରୀଜଗନ୍ନାଥଙ୍କ ଭୂସମ୍ପତ୍ତିରେ ହସ୍ତାନ୍ତର ସମ୍ପୂର୍ଣ୍ଣ ରୂପେ ବେଆଇନ। ଏହାଦ୍ବାରା ଜମି ମାଲିକ ଦଲାଲଙ୍କ ଦ୍ବାରା ଠକେଇର ଶିକାର ହେଉଛନ୍ତି। ଜମି ହାତେଇଥିବା ମାଲିକଙ୍କ ବିରୋଧରେ ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଭଳି ବେଆଇନ ହସ୍ତାନ୍ତରରୁ ବ୍ୟକ୍ତିବିଶେଷ ଏବଂ ଅନୁଷ୍ଠାନ ବିରତ ରହିବାକୁ ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ସତର୍କ କରାଇଛନ୍ତି।

ଏହି ସମ୍ପର୍କରେ ପ୍ରତିକ୍ରିୟା ଦେଇ ଆଇନ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ କହିଛନ୍ତି, ଏଥିରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ। ମହାପ୍ରଭୁଙ୍କ ଜମି ବେଆଇନ ବିକ୍ରି ହୋଇଥିଲେ କ୍ରେତା ଓ ବିକ୍ରେତା ଓ ସବ୍‌ ରେଜିଷ୍ଟ୍ରାର ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ। ଜବରଦଖଲ ଜମିକୁ ବିକ୍ରି କରି କର୍ପସ ଫଣ୍ଡ ସଂଗ୍ରହ ଯୋଜନା ରହିଛି। ୨୦୦୩ ୟୁନିଫର୍ମ ପଲିସିରେ ଜବରଦଖଲ ଜମିର ସେଟଲମେଣ୍ଟ ହେବ। ସେଟଲମେଣ୍ଟ ଦ୍ବାରା ପ୍ରାୟ ୮ରୁ ୧୦ ହଜାର କୋଟିର କର୍ପସ ଫଣ୍ଡ ସଂଗ୍ରହ ହେବ ବୋଲି ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.