ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

କଟକ ବାଲିଯାତ୍ରାରୁ ବିପୁଳ ପରିମାଣର ବାସି ଖାଦ୍ୟ ନଷ୍ଟ କଲା ସିଏମସି

0

କଟକ: ଆରମ୍ଭ ହୋଇଯାଇଛି ଐତିହାସିକ ବାଲିଯାତ୍ରା ବାଲିଯାତ୍ରାର ମଜା ନେଉଛନ୍ତି ହଜାର ହଜାର ଲୋକେ। ଏହାର ସୁଯୋଗ ନେଇ ଲୋକଙ୍କୁ ଠକୁଛନ୍ତି ବ୍ୟବସାୟୀ। ବାଲିଯାତ୍ରା ପଡିଆରେ କଟକ ମହାନଗର ନିଗମ ଫୁଡ଼ ସ୍କ୍ବାର୍ଡର ଚଢାଉ। ସମସ୍ତ ଉପର ଏବଂ ତଳ ପଡିଆରେ ଥିବା ଫୁଡ୍ ଷ୍ଟଲରେ ଚଢାଉ କରି ବାସି ଖାଦ୍ୟ ନଷ୍ଟ କରିଛି ସ୍ୱାସ୍ଥ୍ୟ ଟିମ୍। ସେହିପରି ବାସିଖାଦ୍ୟ ରଖିଥିବା ନେଇ କିଛି ଫୁଡ୍ ଷ୍ଟଲକୁ ଫାଇନ୍ ଦେବାକୁ ମଧ୍ୟ ପଡିଛି।

ତେବେ ବାଲିଯାତ୍ରା ୯ ଦିନ ବ୍ୟାପି ହେବାକୁ ଥିଲା ବେଳେ ଖାଦ୍ୟ ଉପରେ ସମସ୍ତଙ୍କ ରହିଥାଏ ନଜର। ଆଉ ଏହାର ସୁଯୋଗ ନେଇ ଅନେକ ବ୍ୟବସାୟୀ ଲୋକମାନଙ୍କୁ ବାସୀ ଖାଦ୍ୟ ଦେଇ ଠକିଥିବା ଅଭିଯୋଗ ହୋଇଛି। ଚାଓମିନ, ମୋମୋ, ବିରିୟାନୀ, ଚାଟ, ତଡକା, ତରକାରୀ ଆଦି ବିଭିନ୍ନ ପ୍ରକାର ବାସୀ ଖାଦ୍ୟ ଜବତ କରି ନଷ୍ଟ କଲା ସ୍କ୍ବାର୍ଡ। ଏନେଇ ସିଏମସି ସ୍ବାସ୍ଥ୍ୟ ଅଧିକାରୀଙ୍କ ନେତୃତ୍ବରେ ଚାଲିଛି ଚଢାଉ। ତେଲ ଓ ମସଲା ମାନ କୁ ନେଇ ମଧ୍ୟ ଯାଞ୍ଚ କରୁଛି ଟିମ। ଯେଉଁ ବ୍ୟବସାୟୀ ମାନେ ବାସୀ ଖାଦ୍ୟ ଦେଉଛନ୍ତି ସେମାନଙ୍କୁ ଚେତବନୀ ଦେହା ସହ ଯଦି ଆଗାମୀ ଦିନରେ ଏପରି ଦୃଶ୍ୟ ସାମ୍ନା କୁ ଆସେ ତେବେ ସଙ୍ଗେ ସଙ୍ଗେ ଫାଇନ କରାଯିବ ବୋଲି ସୂଚନା ଦେଇଛନ୍ତି ସିଏମସି ସ୍ବାସ୍ଥ୍ୟ ବିଭାଗ ଅଧିକାରୀ।

Leave A Reply

Your email address will not be published.