ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

କଟକ ବାଲିଯାତ୍ରାରୁ ବିପୁଳ ପରିମାଣର ବାସି ଖାଦ୍ୟ ନଷ୍ଟ କଲା ସିଏମସି

0

କଟକ: ଆରମ୍ଭ ହୋଇଯାଇଛି ଐତିହାସିକ ବାଲିଯାତ୍ରା ବାଲିଯାତ୍ରାର ମଜା ନେଉଛନ୍ତି ହଜାର ହଜାର ଲୋକେ। ଏହାର ସୁଯୋଗ ନେଇ ଲୋକଙ୍କୁ ଠକୁଛନ୍ତି ବ୍ୟବସାୟୀ। ବାଲିଯାତ୍ରା ପଡିଆରେ କଟକ ମହାନଗର ନିଗମ ଫୁଡ଼ ସ୍କ୍ବାର୍ଡର ଚଢାଉ। ସମସ୍ତ ଉପର ଏବଂ ତଳ ପଡିଆରେ ଥିବା ଫୁଡ୍ ଷ୍ଟଲରେ ଚଢାଉ କରି ବାସି ଖାଦ୍ୟ ନଷ୍ଟ କରିଛି ସ୍ୱାସ୍ଥ୍ୟ ଟିମ୍। ସେହିପରି ବାସିଖାଦ୍ୟ ରଖିଥିବା ନେଇ କିଛି ଫୁଡ୍ ଷ୍ଟଲକୁ ଫାଇନ୍ ଦେବାକୁ ମଧ୍ୟ ପଡିଛି।

ତେବେ ବାଲିଯାତ୍ରା ୯ ଦିନ ବ୍ୟାପି ହେବାକୁ ଥିଲା ବେଳେ ଖାଦ୍ୟ ଉପରେ ସମସ୍ତଙ୍କ ରହିଥାଏ ନଜର। ଆଉ ଏହାର ସୁଯୋଗ ନେଇ ଅନେକ ବ୍ୟବସାୟୀ ଲୋକମାନଙ୍କୁ ବାସୀ ଖାଦ୍ୟ ଦେଇ ଠକିଥିବା ଅଭିଯୋଗ ହୋଇଛି। ଚାଓମିନ, ମୋମୋ, ବିରିୟାନୀ, ଚାଟ, ତଡକା, ତରକାରୀ ଆଦି ବିଭିନ୍ନ ପ୍ରକାର ବାସୀ ଖାଦ୍ୟ ଜବତ କରି ନଷ୍ଟ କଲା ସ୍କ୍ବାର୍ଡ। ଏନେଇ ସିଏମସି ସ୍ବାସ୍ଥ୍ୟ ଅଧିକାରୀଙ୍କ ନେତୃତ୍ବରେ ଚାଲିଛି ଚଢାଉ। ତେଲ ଓ ମସଲା ମାନ କୁ ନେଇ ମଧ୍ୟ ଯାଞ୍ଚ କରୁଛି ଟିମ। ଯେଉଁ ବ୍ୟବସାୟୀ ମାନେ ବାସୀ ଖାଦ୍ୟ ଦେଉଛନ୍ତି ସେମାନଙ୍କୁ ଚେତବନୀ ଦେହା ସହ ଯଦି ଆଗାମୀ ଦିନରେ ଏପରି ଦୃଶ୍ୟ ସାମ୍ନା କୁ ଆସେ ତେବେ ସଙ୍ଗେ ସଙ୍ଗେ ଫାଇନ କରାଯିବ ବୋଲି ସୂଚନା ଦେଇଛନ୍ତି ସିଏମସି ସ୍ବାସ୍ଥ୍ୟ ବିଭାଗ ଅଧିକାରୀ।

Leave A Reply

Your email address will not be published.