ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ଜାନୁଆରୀ ଶେଷ ସୁଦ୍ଧା ସରିବ ରତ୍ନଭଣ୍ଡାର ଗଣତି ମଣତି

0

ପୁରୀ: ଆସନ୍ତା ଜାନୁଆରୀ ଶେଷ ସୁଦ୍ଧା ରତ୍ନଭଣ୍ଡାର ଗଣତି ମଣତି ଶେଷ ହେବ। ରତ୍ନଭଣ୍ଡାର ମରାମତି ସହ ଅଳଙ୍କାର ଗଣତି ମଣତି କାମ ସଂପୂର୍ଣ୍ଣ ହେବା ନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।

ଏନେଇ ମନ୍ତ୍ରୀ କହିଛନ୍ତି, କାର୍ତ୍ତିକ ମାସରେ ଭକ୍ତଙ୍କ ପ୍ରବଳ ଭିଡ଼ ହେତୁ ଏଏସଆଇ ରତ୍ନଭଣ୍ଡାରର ମରାମତି କାମ କରିପାରିନଥିଲା। ହେଲେ ଏବେ ମରାମତି କାମ ଆରମ୍ଭ ହେବ। ଏନେଇ ଏଏସଆଇ ପକ୍ଷରୁ ପ୍ରସ୍ତୁତି ସରିଛି। ମୁଁ ଆଶା କରୁଛି, ଜାନୁଆରି ଶେଷ ସୁଦ୍ଧା ସରିବ ରତ୍ନଭଣ୍ଡାର ଗଣତିମଣତି। ଯେହେତୁ କାର୍ତ୍ତିକ ମାସ ସରିଛି ତେଣୁ ଏଏସଆଇ ଖୁବ୍ ଶୀଘ୍ର ମରାମତି କାମ ଆରମ୍ଭ କରିବ। ମରାମତି ସରିବା ପରେ ରତ୍ନ ଅଳଙ୍କାର ଗୁଡିକୁ ଅସ୍ଥାୟୀ ଭଣ୍ଡାରରୁ ରତ୍ନଭଣ୍ଡାର ମଧ୍ୟକୁ ନେଇ ଗଣତିମଣତି ପ୍ରକ୍ରିୟା ଆରମ୍ଭ ହେବ।

ତେବେ ରତ୍ନଭଣ୍ଡାର ଭିତରେ କୌଣସି ଗୁପ୍ତ କୋଠରୀ ନଥିବା ଜଣାପଡିବା ପରେ ଏଏସଆଇ ବର୍ତ୍ତମାନ ତାର କାମକୁ ତ୍ବରାନିତ କରିବା କହିଛନ୍ତି ମନ୍ତ୍ରୀ। ପ୍ରାଥମିକ ଆଲୋଚନାରୁ ରତ୍ନଭଣ୍ଡାରରେ କୌଣସି ଗୁପ୍ତ କୋଠରୀ କିମ୍ବା ସୁଡ଼ଙ୍ଗ ନାହିଁ ବୋଲି ସୂଚନା ଦେଇଥିଲେ ଆଇନ ମନ୍ତ୍ରୀ। ତେବେ ଆମେ ଚୂଡ଼ାନ୍ତ ରିପୋର୍ଟକୁ ଅପେକ୍ଷା କରିଛୁ ବୋଲି ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ।

ତେବେ କହିରଖୁଛୁ, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଏବଂ ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ, ଦୀର୍ଘ ୪୬ ବର୍ଷ ପରେ ଚଳିତ ବର୍ଷ ୧୪ ଜୁଲାଇରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯାଇଥିଲା। ରତ୍ନ ଭଣ୍ଡାରରେ ଥିବା ସମସ୍ତ ଅଳଙ୍କାର ଏବଂ ଜିନିଷପତ୍ରକୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମ ଘରକୁ ସ୍ଥାନାନ୍ତର କରିଥିଲେ। ପରେ ଏଏସଆଇ ଆର୍କୋଲୋଜିକାଲ ବିଶେଷଜ୍ଞଙ୍କ ଦ୍ବାରା ରତ୍ନଭଣ୍ଡାର ସର୍ଭେ କରି କେଉଁଠି କ’ଣ ଫାଟ ରହିଛି ସେନେଇ ଯାଞ୍ଚ କରିଥିଲେ? ଯେମିତି ଆଗାମୀ ୧୦୦ ବର୍ଷ ପାଇଁ ମରାମତି ଆବଶ୍ୟକ ପଡ଼ିବନି ସେହିଭଳି ଭାବେ ସମସ୍ତ ଯାଞ୍ଚ କରି କାର୍ଯ୍ୟ କରାଯିବ ବୋଲି ମନ୍ତ୍ରୀ ମତ ରଖିଥିଲେ ।

Leave A Reply

Your email address will not be published.