ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

କ୍ୟାପିଟାଲ ହସ୍ପିଟାଲରେ ବଢିବ ଆଇସିୟୁ ବେଡ୍

0

ଭୁବନେଶ୍ବର:କ୍ୟାପିଟାଲ ହସ୍ପିଟାଲରେ ବଢିବ ଆଇସିୟୁ ବେଡ୍ ସଂଖ୍ୟା। ଖୁବଶୀଘ୍ର ଆଉ ୨୪ଟି ନୂଆ ଆଇସିୟୁ ବେଡ୍ ସାମିଲ ହେବ। ବେଡ ସଂଖ୍ୟା ବୃଦ୍ଧି ପାଇ ୪୦ରେ ପହଞ୍ଚିବ। ୪୦ ଆଇସିୟୁ ବେଡ୍ ବିଶିଷ୍ଟ ହେବ କ୍ୟାପିଟାଲ ହସ୍ପିଟାଲ। ଏନେଇ ସୂଚନା ଦେଇଛନ୍ତି କ୍ୟାପିଟାଲ ହସ୍ପିଟାଲ ରୋଗୀ କଲ୍ୟାଣ ସମିତି ଅଧ୍ୟକ୍ଷା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ।

ବର୍ତ୍ତମାନ ସୁଦ୍ଧା କ୍ୟାପିଟାଲ ହସପିଟାଲରେ ୧୬ଟି ଆଇସିୟୁ ବେଡ୍ ରହିଛି। ଖୁବଶୀଘ୍ର ଆଉ ୨୪ଟି ନୂଆ ଆଇସିୟୁ ବେଡ୍ ସାମିଲ ହେବ ବୋଲି ରୋଗୀ କଲ୍ୟାଣ ସମିତି ବୈଠକରେ ନିଷ୍ପତ୍ତି ହୋଇଛି। ଆଜି କ୍ୟାପିଟାଲ ହସ୍ପିଟାଲରେ ବସିଥିବା ରୋଗୀ କଲ୍ୟାଣ ସମିତି ଗଭର୍ଣ୍ଣିଂ କମିଟି ବୈଠକରେ ହସ୍ପିଟାଲ ସମ୍ପର୍କିତ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ହସ୍ପିଟାଲ୍ କାର୍ଯ୍ୟକାରୀ କମିଟି ବୈଠକରେ ଉପସ୍ଥାପିତ ତଥ୍ୟ କହୁଛି, ଏଠି ପଡିଛି ଡାକ୍ତର ମରୁଡ଼ି । ରହିବା କଥା ୧୭୫ ଡାକ୍ତର, ଅଛନ୍ତି ମାତ୍ର ୧୧୧ । ୬୪ ଜଣ ଅର୍ଥାତ୍ ୩୭ ପ୍ରତିଶତ ଡାକ୍ତର ପଦବି ଖାଲି ସେହିପରି ପୂରଣ ହୋଇଥିବା ୧୧୧ ପଦବିରୁ ୯୭ ନିୟମିତ ହୋଇଥିବା ବେଳେ ୧୪ ଜଣ ଠିକାରେ କାମ କରୁଛନ୍ତି । ନର୍ସିଂ ଅଫିସର କ୍ଷେତ୍ରରେ ବି ସେଇ ସମାନ ସ୍ଥିତି।

ସାଂସଦ ଶ୍ରୀମତୀ ଷଡଙ୍ଗୀଙ୍କ କହିବା ଅନୁଯାୟୀ, ପ୍ରତି ମାସରେ ହସ୍ପିଟାଲକୁ ୧ ହଜାର ୪୩୨ଟି ଡାଇଲେସିସ କେସ୍ ଆସୁଛି। ଏବେ ଯେତିକି ବେଡ୍ ରହିଛି, ପ୍ରତ୍ୟେକ ବେଡରେ ଦୈନିକ ୩ଟି ପର୍ଯ୍ୟାୟରେ ଡାଇଲେସିସ କରାଯାଉଛି। ଏହାକୁ ଦୈନିକ ବୃଦ୍ଧି କରାଯିବାର ଯୋଜନା ରହିଛି। ଅର୍ଥାତ ୪ଟି ପର୍ଯ୍ୟାୟରେ ଡାଇଲେସିସ କରାଯିବ। ହସ୍ପିଟାଲରେ ମନ୍ଥର ଗତିରେ ଚାଲିଥିବା ନିର୍ମାଣ କାର୍ଯ୍ୟକୁ ଯଥା ଶୀଘ୍ର ସାରିବାକୁ ମଧ୍ୟ ସମ୍ପୃକ୍ତବିଭାଗକୁ କୁହାଯାଇଥିବା ସୂଚନା ରହିଛି। ତେବେ ଦୈନିକ ହସ୍ପିଟାଲରେ ରୋଗୀ ସଂଖ୍ୟା ବୃଦ୍ଧି ହେଉଥିବା ବେଳେ କିପରି ରୋଗୀ ସେବା ସଠିକ୍ ଯୋଗାଇ ଦିଆଯାଇ ପାରିବ, ସେନେଇ ବୈଠକରେ ଆଲୋଚନା ହୋଇଛି।

Leave A Reply

Your email address will not be published.