ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ଗିରଫ ହେଲେ କୋଟିପତି ଡେପୁଟି ଜେନେରାଲ ମ୍ୟାନେଜର

0

ବ୍ରହ୍ମପୁର: ଗିରଫ ହେଲେ ବ୍ରହ୍ମପୁର ଡିଭିଜନର ଡେପୁଟି ଜେନେରାଲ ମ୍ୟାନେଜର ସୁବାସ ଚନ୍ଦ୍ର ପଣ୍ଡା। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଗିରଫ କରିଛି। ଭୁବନେଶ୍ବରରେ ୩ ମହଲା କୋଠା, ୫ଟି ବହୁମୂଲ୍ୟ ପ୍ଲଟ ମିଳିଛି। ଏଥିସହ ୮୭୦ ଗ୍ରାମ ସୁନା, ୧୩.୪୭ ଲକ୍ଷ ଟଙ୍କା, ୧.୮୪ କୋଟି ଡିପୋଜିଟ ମିଳିଛି।

ଓଡ଼ିଶା ଷ୍ଟେଟ ପୋଲିସ ହାଉସିଂ ଓ୍ବେଲଫେୟାର କର୍ପୋରେସନର ଡେପୁଟି ଜେନେରାଲ ମ୍ୟାନେଜର ସୁଭାଷ ଚନ୍ଦ୍ର ପଣ୍ଡାଙ୍କ ଘରେ ଗତକାଲି ଚଢାଉ ବେଳେ ଏମିତି କିଛି ଅପର୍ଯ୍ୟାପ୍ତ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ। ଯାହାର ମୂଲ୍ୟ କୋଟି କୋଟି ଟଙ୍କା ହେବ। ଏଥିରେ ୫ ଜଣ ଇନସପେକ୍ଟର ଓ‌ ୭ ଜଣ ଡିଏସପିଙ୍କ ଦ୍ବାରା ଗଠିତ ୫ଟି ଟିମ୍ ୪ଟି ସ୍ଥାନରେ‌ ଏକକାଳୀନ ରେଡ କରିଥିଲେ। ରେଡ‌ ବେଳେ ଭୁବନେଶ୍ବର ସ୍ଥିତ ସୁଭାଷଙ୍କ ଘରୁ ପଡୋଶୀ ଘରର ଛାତକୁ ଏକ ବ୍ୟାଗ ଫିଙ୍ଗାଯାଇଥିଲା। ଯାହାକୁ ଭିଜିଲାନ୍ସ ଟିମ୍‌ ଜବତ କରି ଯାଞ୍ଚ କରିଥିଲା। ସେଥିରୁ ବିପୁଳ ପରିମାଣର ଟଙ୍କା ଜବତ କରାଯାଇଥିଲା। ପରେ ଘର ସର୍ଚ୍ଚ ବେଳେ ବିଡା ବିଡା ଟଙ୍କା ଓ ପୁଳା ପୁଳା ସୁନା ଅଳଙ୍କାର, ଭିନ୍ନ ଭିନ୍ନ ରକମର ଗହଣା ସହ ମାଳମାଳ ଦାମୀ ବ୍ରାଣ୍ଡର ମୋବାଇଲ, ଘଣ୍ଟା, ଲ୍ୟାପଟପ ଓ ଅନ୍ୟାନ୍ୟ ସମ୍ପତ୍ତି ସମ୍ପର୍କିତ ଦଲିଲ୍‌ ଦେଖି ଭିଜିଲାନ୍ସ ଅଧିକାରୀମାନେ ମଧ୍ୟ ତାଜୁବ ହୋଇଯାଇଥିଲେ।

ଭୁବନେଶ୍ୱର ସମେତ ୪ଟି ପ୍ରମୁଖ ସ୍ଥାନରେ ବାବୁଙ୍କର ବହୁତଳ ବିଲ୍ଡିଂ ଥିବା କଥା ମଧ୍ୟ ସାମ୍ନାକୁ ଆସିଛି। ଆଇଗିଣିଆ ମହାଦେବ ନଗରର ତିନି ମହଲା ଘର, ମଞ୍ଚେଶ୍ୱର ବିରିମୁଣ୍ଡରେ ଦୁଇ ମହଲା ଘର ସମେତ ବ୍ରହ୍ମପୁରରେ ପୋଲିସ‌ ହାଉସିଂର ଅଫିସ ଏବଂ ବ୍ରହ୍ମପୁର ସ୍ଥିତ ଭଡ଼ା ଘରେ ରେଡ କରିଥିଲା ଭିଜିଲାନ୍ସ। ରେଡ ସମୟରେ ଜଣାପଡିଛି ବାବୁଙ୍କର ଅନେକ‌ ପ୍ଲଟର ରହିଛି। ସେହିପରି ଅନ୍ୟ ସମ୍ପତ୍ତି ବ୍ୟତୀତ ଚଢାଉରେ ନଗଦ ୧୩ ଲକ୍ଷ ଟଙ୍କା ସହ ଏକ କେ.ଜି ସୁନା‌ ଅଳଙ୍କାର ଠାବ ହୋଇଥିବା ମଧ୍ୟ ସୁଚନା‌ ଦିଆଯାଇଛି। ବିଭାଗରେ କେଳେଙ୍କାରୀ ପାଇଁ ୨୦୧୦ ମସିହାରେ‌ ଚାକିରିରୁ ବହିଷ୍କୃତ ହୋଇଥିଲେ ସୁଭାଷ। ପରେ ସେ ଏହି କାର୍ଯ୍ୟାନୁଷ୍ଠାନ ବିରୋଧରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ମାମଲା ଲଢିଥିଲେ। ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ପରେ ପୁଣି ତାଙ୍କୁ ବିଭାଗରେ ଅବସ୍ଥାପିତ କରିଥିଲେ ରାଜ୍ୟ ସରକାର। ଏବେ ଚଢାଉ ପରେ ତାଙ୍କ ସମ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

Leave A Reply

Your email address will not be published.