ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଟ୍ରୋଲିଂ ପାଇଁ ଯାଇଥିବାବେଳେ ମଝି ସମୁଦ୍ରରେ ଟ୍ରଲର ଡ୍ରାଇଭର ମୃତ

0

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅଧୀନ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା। ମଝି ସମୁଦ୍ରକୁ ପାଟ୍ରୋଲିଂ ପାଇଁ ଯାଇଥିବାବେଳେ ଛାତିରେ ଯନ୍ତ୍ରଣା କାରଣରୁ ସେଠାରେ ଟଳିପଡିଲେ ବନକର୍ମଚାରୀ। ମୃତ ବନକର୍ମଚାରୀଜଣକ ହେଲେ ଚଞ୍ଚଳ ମାଇତି (୫୬)।ଚଞ୍ଚଳ ମାଇତି ପ୍ରାୟ ୧୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ ରାଜନଗର ବନ ବିଭାଗ ଅଧୀନରେ ଟ୍ରଲର ଡ୍ରାଇଭର ଭାବେ କାମ କରୁଥିଲେ।

ଖବର ମୁତାବକ, ରାଜନଗର ବନ ବିଭାଗ ଅଧୀନରେ ଟ୍ରଲର ଡ୍ରାଇଭର ଭାବେ କାମ କରୁଥିଲେ ଚଞ୍ଚଳ ମାଇତି। ଗତ ରାତିରେ ବେଆଇନ ଭାବେ ମାଛ ମାରୁଥିବା ଏକ ଟ୍ରଲର ବିଷୟରେ ଖବର ପାଇ ଅନ୍ୟ କର୍ମଚାରୀଙ୍କ ସହ ସେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ୧୩ କିଲୋମିଟର ସମୁଦ୍ର ମଝିକୁ ଯାଇଥିଲେ। ସେଠାରେ ଉକ୍ତ ଟ୍ରଲରକୁ ଜବତ କରିବା ସହ ସେଥିରେ ଥିବା ମତ୍ସଜୀବୀଙ୍କୁ ମଧ୍ୟ ଧରିଥିଲା ବନ ବିଭାଗ। ଏହି ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେଚଞ୍ଚଳ ମାଇତି। ଦେଖୁ ଦେଖୁ ସେହିଠାରେ ହିଁ ଟଳିପଡିଥିଲେ ଚଞ୍ଚଳ। ଅନ୍ୟ ବନ କର୍ମଚାରୀମାନେ ଚଞ୍ଚଳଙ୍କୁ ତୁରନ୍ତ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Leave A Reply

Your email address will not be published.