ପ୍ରମୁଖ ଖବର

ସ୍ୱାୟତ୍ତ ଶାସନ ଦିବସରେ ବଡ଼ ଘୋଷଣା: ୨୮ ନୂଆ ସହରାଞ୍ଚଳ ପାଇଁ ୫୬୦ କୋଟି
ସିନ୍ଧୁ ଜଳ ଚୁକ୍ତି ମାମଲା: ହେଗ୍‌ ଅଦାଲତର ରାୟକୁ ମାନିଲା ନାହିଁ ଭାରତ
ପରଲୋକରେ ଓଡ଼ିଶା କ୍ୟାଡର ଆଇପିଏସ୍‌ ଶଫିନ୍‌ ଅହମ୍ମଦ
ଚଳନ୍ତା ସ୍ଲିପର୍‌ ବସ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୨ ଗିରଫ
ଢେଙ୍କାନାଳରେ ଖୋଲିଲା ରାଜ୍ୟର ତୃତୀୟ ‘ଚାଉଳ ଏଟିଏମ୍‌
ନେପାଳ ବନ୍ୟାର ମୃତ୍ୟୁସଂଖ୍ୟା ୯୦୩, ନିଖୋଜ ୪,୨୪୭
ଏସ୍‌ସିଓ ଶିଖର ସମ୍ମିଳନୀ ପାଇଁ ବିଶକେକରେ ମୋଦୀ

ମା’ ବିରଜା ମନ୍ଦିର ଉନ୍ନତିକରଣ କାମ ଠିକ ସମୟରେ ସାରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

0

ଭୁବନେଶ୍ବର: ଠିକ୍ ସମୟରେ ବିରଜା ମନ୍ଦିର ଉନ୍ନତିକରଣ,ସୌନ୍ଦର୍ଯ୍ୟକରଣ ଓ ପାରିପାର୍ଶ୍ୱିକ କାମ ସମ୍ପୂର୍ଣ୍ଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆଜି ନିର୍ଦ୍ଦେଶ ଦେଇଛନ୍ତି। ଯାଜପୁରର ବିରଜା କ୍ଷେତ୍ର କେବଳ ଓଡିଶାର ନୁହେଁ, ସାରା ଦେଶର ଏକ ଗୁରୁତ୍ୱପୂର୍ଣ୍ଣ ଶକ୍ତି ପୀଠ। ଓଡିଶାର ଜନସାଧାରଣଙ୍କ ଧାର୍ମିକ ଓ ଆଧ୍ୟାତ୍ମିକ ଚେତନାରେ ଏହା ଏକ ପ୍ରମୁଖ ତୀର୍ଥ କ୍ଷେତ୍ର । ମହାଭାରତ, ଆଦି ଶଙ୍କରାଚାର୍ଯ୍ୟଙ୍କ ଶକ୍ତି ପୀଠ ସ୍ତବ ଏବଂ ବାମନ ପୁରାଣରେ ମଧ୍ୟ ମା’ ବିରଜାଙ୍କ ସମ୍ପର୍କରେ ବର୍ଣ୍ଣନା ରହିଛି। ନାଭି ଗୟା ଭାବରେ ବିରଜା ପୀଠର ପ୍ରସିଦ୍ଧି ରହିଛି। ମା’ ବିରଜାଙ୍କ ପ୍ରତି ସାରା ଓଡିଶାର ଜନସାଧାରଣଙ୍କ ପ୍ରଗାଢ ଭକ୍ତି ଓ ନିଷ୍ଠା ରହିଛି।

ଏହି ପ୍ରାଚୀନ ପ୍ରସିଦ୍ଧ ଶକ୍ତି ପୀଠର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ। ଏଥିପାଇଁ ମଞ୍ଜୁର କରାଯାଇଥିବା ପ୍ରକଳ୍ପ ଗୁଡିକ ଜାରି ରହିଛି। ଏହା ସହିତ ମନ୍ଦିରର ସର୍ବାଙ୍ଗୀନ ବିକାଶ ପାଇଁ ଆବଶ୍ୟକ ପଡିଲେ ନୂତନ ପ୍ରକଳ୍ପ ମଧ୍ୟ କାର୍ଯ୍ୟକାରୀ କରାଯିବ।

Leave A Reply

Your email address will not be published.