ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ସୋଫା କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ୩ ଶ୍ରମିକ ଜୀବନ୍ତ ଦଗ୍ଧ

0

ନୂଆଦିଲ୍ଲୀ: ଦିଲ୍ଲୀର ଗ୍ରେଟର ନୋଏଡା ଠାରେ ଥିବା ଏକ ସୋଫା କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୩ ଜଣ ଶ୍ରମିକ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି।କାରଖାନାରେ ଶ୍ରମିକମାନେ ଶୋଇଥିବା ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା।

ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ, ସେଥିରୁ ତିନି ଜଣ ଶ୍ରମିକ ବାହାରି ନପାରି ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ମୃତକମାନେ ହେଉଛନ୍ତି ୨୩ ବର୍ଷୀୟ ଗୁଲଫାମ (ମଥୁରା ବାସିନ୍ଦା), ୨୯ ବର୍ଷୀୟ ମଜହର ଆଲାମ (ବିହାର ବାସିନ୍ଦା) ଏବଂ ୨୪ ବର୍ଷୀୟ ଦିଲଶାଦ (ବିହାରର ଆରାରିଆ ବାସିନ୍ଦା)। ଅଗ୍ନିକାଣ୍ଡ ବାବଦରେ ଖବର ପାଇ ସ୍ଥାନୀୟ ପୁଲିସ ଏବଂ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। କିଛି ଘଣ୍ଟା ପରେ ନିଆଁକୁ ନିୟନ୍ତ୍ରଣ କରିବା ପରେ ତିନି ଜଣଙ୍କୁ ଉଦ୍ଧାର କରିଥିଲେ। ମାତ୍ର ସେମାନଙ୍କର ମୃତ୍ୟୁ ଘଟି ସାରିଥିଲା।

ତେବେ କେଉଁ କାରଣରୁ ସୋଫା ଫ୍ୟାକ୍ଟ୍ରିରେ ନିଆଁ ଲାଗିଲା କାରଣ ଜଣାପଡ଼ିନାହିଁ। କାରଖାନାରେ ଅନ୍ୟ ଶ୍ରମିକ ଥିଲେ କି ନାହିଁ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ। ପୁଲିସ ଘଟଣାସ୍ଥଳରେ ଉପସ୍ଥିତ ରହି ସ୍ଥିତିର ଅନୁଧ୍ୟାନ କରୁଛି।

Leave A Reply

Your email address will not be published.