ପ୍ରମୁଖ ଖବର

ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍‌ ବଜାରକୁ ଆଣିବ ପ୍ୟାକେଟ୍‌ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍‌ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ

ଡିସେମ୍ବର ୨୦ରେ ରାଜ୍ୟସଭା ଉପନିର୍ବାଚନ

0

ନୂଆଦିଲ୍ଲୀ: ଆସିଲା ରାଜ୍ୟସଭା ନିର୍ବାଚନ ତାରିଖ। ଡିସେମ୍ବର ୨୦ରେ ରାଜ୍ୟସଭା ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ଭାରତର ନିର୍ବାଚନ ଆୟୋଗ ପ୍ରେସ୍‌ ବିଜ୍ଞପ୍ତି ଜାରି କରିଛନ୍ତି। ଓଡ଼ିଶା ସମେତ ୪ଟି ରାଜ୍ୟର ମୋଟ୍‌ ୬ଟି ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ।

ବିଜ୍ଞପ୍ତି ଅନୁସାରେ, ଡିସେମ୍ବର ୩ ତାରିଖରେ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ଡିସେମ୍ବର ୧୦ ତାରିଖ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ହୋଇଥିବାବେଳେ ୧୧ ତାରିଖ ପ୍ରାର୍ଥୀପତ୍ର ଯାଞ୍ଚ ଏବଂ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ ରହିଛି ଡିସେମ୍ବର ୧୩। ଭୋଟ୍‌ ଗ୍ରହଣ ଦିନ ଅର୍ଥାତ୍ ଡିସେମ୍ବର ୨୦ରେ ହିଁ ଭୋଟ୍‌ ଗଣତି ହେବ।

ଆନ୍ଧ୍ରପ୍ରଦେଶ, ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ହରିୟାଣାରେ ଅନୁଷ୍ଠିତ ହେବ ରାଜ୍ୟସଭା ଉପନିର୍ବାଚନ। ଓଡ଼ିଶାରେ ଖାଲି ପଡ଼ିଥିବା ଗୋଟିଏ ଆସନ ପାଇଁ ଉପନିର୍ବାଚନ ହେବ। ସୁଜିତ କୁମାରଙ୍କ ଇସ୍ତଫା ପରେ ଖାଲି ପଡ଼ିଛି ଗୋଟିଏ ଆସନ। ସେପ୍ଟେମ୍ବର ୬ରେ ଇସ୍ତଫା ଦେଇଥିଲେ ସୁଜିତ କୁମାର।

କାର୍ଯ୍ୟକାଳ ପୁରିବା ପୂର୍ବରୁ ଗତ ସେପ୍ଟେମ୍ବର ୬ ତାରିଖରେ ରାଜ୍ୟସଭା ସାଂସଦ ପଦ ସହ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ସୁଜିତ। ଏହାପରେ ବିଜେପିରେ ସାମିଲ ହୋଇଥିଲେ ସୁଜିତ କୁମାର। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କଟକ ସାଂସଦ ଭର୍ତୃହରି ମହତାବଙ୍କ ଉପସ୍ଥିତିରେ ନୂଆଦିଲ୍ଲୀ ସ୍ଥିତ ବିଜେପି ପାର୍ଟି ମୁଖ୍ୟାଳୟରେ ପଦ୍ମ ଧରିଥିଲେ ସୁଜିତ କୁମାର। ଏବେ ଓଡିଶାରୁ ରାଜ୍ୟସଭା ସାଂସଦ ପାଇଁ କିଏ ମନୋନୀତ ହେବ ସେ ନେଇ ଚର୍ଚ୍ଚା ଜୋର ଧରିଛି। ପୁଣି ଠାରେ ସୁଜିତ ବ୍ୟାକ କରିବେ ନା ଆଉ କିଏ ପାଦ ସମ୍ଭାଳିବା ତାହା ଏବେ ଦେଖିବାକୁ ବାକି।

Leave A Reply

Your email address will not be published.