ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

୪ବର୍ଷ ବାସନ୍ଦ ହେଲେ ବଜରଙ୍ଗ ପୁନିଆ

0

ନୂଆଦିଲ୍ଲୀ: ବଜରଙ୍ଗ ପୁଣିଆଙ୍କୁ ବଡ ଝଟକା। ଭାରତୀୟ ରେସଲର ବଜରଙ୍ଗ ପୁନିଆ ବାସନ୍ଦ। ନ୍ୟାଶନାଲ ଆଣ୍ଟି ଡୋପିଙ୍ଗ୍‌ ଏଜେନ୍ସି (ନାଡା) ରେସଲର ବଜରଙ୍ଗ ପୁନିଆଙ୍କୁ ୪ବର୍ଷ ବାସନ୍ଦ କରିଛି। ମାର୍ଚ୍ଚ ୧୦ରେ ଜାତୀୟ ଦଳ ପାଇଁ ଚୟନ ବେଳେ ହୋଇଥିବା ଡୋପ୍‌ ଟେଷ୍ଟ ପାଇଁ ସେ ନମୁନା ଦେବାକୁ ମନା କରିଦେଇଥିଲେ। ଏହା ପରେ ନାଡାର ଏନଡିଡିପି ପ୍ୟାନେଲ୍ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ଟୋକିଓ ଗେମ୍ସ ବ୍ରୋଞ୍ଜ ପଦକ ବିଜେତାଙ୍କୁ ନାଡା ପ୍ରଥମେ ଏପ୍ରିଲ ୨୩ରେ ସସ୍‌ପେଣ୍ଡ କରିଥିଲା। ଓ୍ବାଲର୍‌ଡ ଗଭର୍ନିଂ ବଡି ୟୁଡବ୍ଲ୍ୟୁଡବ୍ଲୁୃ୍ୟ ମଧ୍ୟ ତାଙ୍କୁ ତୁରନ୍ତ ସାମୟିକ ସସ୍‌ପେଣ୍ଡ କରିଥିଲା। ବଜରଙ୍ଗ ସାମୟିକ ସସ୍‌ପେଣ୍ଡ ବିରୋଧରେ ଅପିଲ କରିଥିଲେ। ନାଡାର ଆଣ୍ଟି ଡିସିପ୍ଲିନାରୀ ଡୋପିଙ୍ଗ୍‌ ପ୍ୟାନେଲ କିନ୍ତୁ ନାଡା ଆଗତ ଅଭିଯୋଗ ଉପରେ ନୋଟିସ ଜାରି କରିବା ପର୍ଯ୍ୟନ୍ତ ଅର୍ଥାତ ମେ ୧୧ ପର୍ଯ୍ୟନ୍ତ ଏହାର ରଦ୍ଦ କରିଥିଲା। ନାଡା ପରେ ଜୁନ୍‌ ୨୩ରେ ଏହି ରେସ୍‌ଲରଙ୍କ ବିରୋଧରେ ନୋଟିସ ଜାରି କରିଥିଲା।

ବଜରଙ୍ଗ ପରେ ତାଙ୍କ ସାଥୀ ରେସଲର ଭିନେଶ ଫୋଗଟଙ୍କ ସହ ଇତିମଧ୍ୟରେ ସର୍ବଭାରତୀୟ କଂଗ୍ରେସରେ ଯୋଗ ଦେଇଛନ୍ତି। ତାଙ୍କୁ ଅଲ୍‌ ଇଣ୍ଡିଆ କିଷାନ କଂଗ୍ରେସର ଦାୟିତ୍ୱ ପ୍ରଦାନ କରାଯାଇଛି। ବଜରଙ୍ଗ ତାଙ୍କ ବିରୋଧରେ ଆଗତ ଅଭିଯୋଗକୁ ନେଇ ଜୁଲାଇ ୧୧ରେ ଲିଖିତଭାବେ ଜବାବ ଉପସ୍ଥାପନ କରିଥିଲେ। ସେପ୍ଟେମ୍ବର ୨୦ରୁ ଅକ୍ଟୋବର ୪ ପର୍ଯ୍ୟନ୍ତ ମାମଲାର ଶୁଣାଣି ହୋଇଥିଲା। ନାଡାର ଆଣ୍ଟି ଡୋପିଙ୍ଗ୍‌ ପ୍ୟାନେଲ ତାଙ୍କ ରାୟରେ କହିଥିଲେ ଯେ, ଆଥ୍‌ଲେଟ ଜଣକୁ ଅନୁଚ୍ଛେଦ ୧୦.୩.୧ ନିୟମର ଉଲ୍ଲଂଘନ କରିଛନ୍ତି। ସେହି ଅନୁସାରେ ତାଙ୍କୁ ୪ବର୍ଷ ପାଇଁ ସସ୍‌ପେଣ୍ଡ କରାଯାଇପାରିବ। ସସ୍‌ପେଣ୍ଡ ହେବା ଦ୍ୱାରା ବଜରଙ୍ଗ ପ୍ରତିଯୋଗିତାମୂଳକ ରେସ୍‌ଲିଂକୁ ପ୍ରତ୍ୟାବର୍ତ୍ତନ କରିପାରିବେ ନାହିଁ କିମ୍ବା ସେ ବିଦେଶରେ କୋଚିଂ ନିଯୁକ୍ତି ପାଇଁ ଆବେଦନ କରିପାରିବେ ନାହିଁ। ବଜରଙ୍ଗଙ୍କୁ ଯେବେ ନୋଟିସ ଜାରି କରାଯାଇଥିଲା ସେହିଦିନଠାରୁ ସସ୍‌ପେଣ୍ଡ ଆଦେଶ କାର୍ଯ୍ୟକାରୀ ହେବ।

ସୂଚନାଯୋଗ୍ୟ, ବଜରଙ୍ଗ ତାଙ୍କ ଜବାବରେ ନିଜକୁ ନିର୍ଦ୍ଦୋଷ ବୋଲି ପୁନର୍ବାର ଦୋହରାଇଥିଲେ। ୨୦୨୩ ଡିସେମ୍ବରରେ ତାଙ୍କଠାରୁ ଏକ୍ସପାୟର କିଟ୍‌ରେ ମୂତ୍ର ନମୁନା ସଂଗ୍ରହକୁ ସେ ବିରୋଧ କରିଥିଲେ।

Leave A Reply

Your email address will not be published.