କୋରାପୁଟ: କୋରାପୁଟ ବସଷ୍ଟାଣ୍ଡରେ ଛୁରାମାଡ଼। ବସ ଟାଇମିଂକୁ ନେଇ ବୁଧବାର ଅପରାହ୍ନରେ କୋରାପୁଟ ଘରୋଇ ମାଲିକ ସଂଘ ସଭାପତି ଏସ୍. କାସିମଙ୍କୁ କିଛି ଦୁର୍ବୃତ୍ତ ଛୁରାମାଡ଼ କରି ଫେରାର ହୋଇଯାଇଥିବା ଜଣାପଡ଼ିଛି। ଆଜି ଅପରାହ୍ନ ପ୍ରାୟ ୨ଟା ବେଳେ କୋରାପୁଟ ବସ୍ଷ୍ଟାଣ୍ଡରେ ତାଙ୍କ ଉପରେ ଏହି ଆକ୍ରମଣ ହୋଇଛି। ତାଙ୍କ ଡାହାଣ କାନ୍ଧରେ ଆଘାତ ଲାଗିଥିବା ବେଳେ କୋରାପୁଟ ମେଡିକାଲ କଲେଜ ଓ ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯାଇଛି।
ସୂଚନା ଅନୁଯାୟୀ , ବସ୍ ସମୟକୁ ନେଇ କୋରାପୁଟ ଘରୋଇ ବସ୍ ମାଲିକ ସଂଘରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖାଯାଇଥିଲା। ଗତକାଲିଠାରୁ ବିବାଦ ଆରମ୍ଭ ହୋଇଥିବା ବେଳେ ଘଟଣାର ସମାଧାନ ପାଇଁ ଆଜି ସଂଘର ସଭାପତି ଶେଖ କାସିମ ନିଜେ ବସ୍ଷ୍ଟାଣ୍ଡକୁ ଆସିଥିଲେ। ଗୋଟିଏ ଗୋଷ୍ଠୀର ବସ୍ ମାଲିକଙ୍କ ସହିତ ସେ ଆଲୋଚନା କରୁଥିବା ବେଳେ ହଠାତ୍ ୫ରୁ ୮ ଜଣ ତାଙ୍କୁ ପଛପଟୁ ଆକ୍ରମଣ କରିଥିଲେ। ସେମାନେ ତାଙ୍କ କାନ୍ଧରେ ଛୁରୀ ଭୁଷି ଦେଇଥିଲେ। ଏହା ପରେ ସେମାନେ ବାଇକ୍ରେ ସେଠାରୁ ଫେରାର ହୋଇଯାଇଥିଲେ। ଏ ନେଇ କୋରାପୁଟ ଟାଉନ୍ ଥାନାରେ ଏକ ଲିଖିତ ଏତଲା ପ୍ରଦାନ କରାଯାଇଛି। ଏତଲା ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ଅଭିଯୁକ୍ତ ଫେରାର ଥିବାରୁ ତାଙ୍କୁ ଖୋଜା ଚାଲିଛି।
ପ୍ରମୁଖ ଖବର
ପିକନିକ ହେଲା କାଳ: ଦିଭେଗାର ସମୁଦ୍ରରେ ବୁଡି ୮ ଛାତ୍ର ମୃତ
ଦେଶରେ ଆଉ ୫୦ ଲକ୍ଷ ଘରକୁ ପିଏନଜି, ଆରମ୍ଭ ହେଲା ‘ନ୍ୟାସନାଲ ପିଏନଜି ଡ୍ରାଇଭ୍ ୩.୦’
ଟ୍ରକ୍ ବନ୍ଧକ ରଖି ପୁଅକୁ ପଠାଇଲେ, କାନାଡାରେ ସ୍ୱର୍ଣ୍ଣ ଜିତିଲେ ମହେଶ
ପିୟୁସିସି ନଥିଲେ ପେଟ୍ରୋଲ-ଡିଜେଲ ମନା, ଦିଲ୍ଲୀରେ ଲାଗୁ ହେଲା କଡ଼ା ନିୟମ
୧.୦୩ କୋଟିର ଚୀନ୍ ଡ୍ରୋନ୍ ଜବତ, ୩ ଯାତ୍ରୀ ଅଟକ