କୋରାପୁଟ: କୋରାପୁଟ ବସଷ୍ଟାଣ୍ଡରେ ଛୁରାମାଡ଼। ବସ ଟାଇମିଂକୁ ନେଇ ବୁଧବାର ଅପରାହ୍ନରେ କୋରାପୁଟ ଘରୋଇ ମାଲିକ ସଂଘ ସଭାପତି ଏସ୍. କାସିମଙ୍କୁ କିଛି ଦୁର୍ବୃତ୍ତ ଛୁରାମାଡ଼ କରି ଫେରାର ହୋଇଯାଇଥିବା ଜଣାପଡ଼ିଛି। ଆଜି ଅପରାହ୍ନ ପ୍ରାୟ ୨ଟା ବେଳେ କୋରାପୁଟ ବସ୍ଷ୍ଟାଣ୍ଡରେ ତାଙ୍କ ଉପରେ ଏହି ଆକ୍ରମଣ ହୋଇଛି। ତାଙ୍କ ଡାହାଣ କାନ୍ଧରେ ଆଘାତ ଲାଗିଥିବା ବେଳେ କୋରାପୁଟ ମେଡିକାଲ କଲେଜ ଓ ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯାଇଛି।
ସୂଚନା ଅନୁଯାୟୀ , ବସ୍ ସମୟକୁ ନେଇ କୋରାପୁଟ ଘରୋଇ ବସ୍ ମାଲିକ ସଂଘରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖାଯାଇଥିଲା। ଗତକାଲିଠାରୁ ବିବାଦ ଆରମ୍ଭ ହୋଇଥିବା ବେଳେ ଘଟଣାର ସମାଧାନ ପାଇଁ ଆଜି ସଂଘର ସଭାପତି ଶେଖ କାସିମ ନିଜେ ବସ୍ଷ୍ଟାଣ୍ଡକୁ ଆସିଥିଲେ। ଗୋଟିଏ ଗୋଷ୍ଠୀର ବସ୍ ମାଲିକଙ୍କ ସହିତ ସେ ଆଲୋଚନା କରୁଥିବା ବେଳେ ହଠାତ୍ ୫ରୁ ୮ ଜଣ ତାଙ୍କୁ ପଛପଟୁ ଆକ୍ରମଣ କରିଥିଲେ। ସେମାନେ ତାଙ୍କ କାନ୍ଧରେ ଛୁରୀ ଭୁଷି ଦେଇଥିଲେ। ଏହା ପରେ ସେମାନେ ବାଇକ୍ରେ ସେଠାରୁ ଫେରାର ହୋଇଯାଇଥିଲେ। ଏ ନେଇ କୋରାପୁଟ ଟାଉନ୍ ଥାନାରେ ଏକ ଲିଖିତ ଏତଲା ପ୍ରଦାନ କରାଯାଇଛି। ଏତଲା ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ଅଭିଯୁକ୍ତ ଫେରାର ଥିବାରୁ ତାଙ୍କୁ ଖୋଜା ଚାଲିଛି।
ପ୍ରମୁଖ ଖବର
ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ୭୯ ବର୍ଷରେ ପରଲୋକ
ଅମିତାଭଙ୍କ ‘ଜଲ୍ସା’କୁ ବୋମାରେ ଉଡ଼ାଇବା ଧମକ, ଟାର୍ଗେଟ୍ରେ ଦିଲଜିତ ଦୋସାଞ୍ଜ
ଅରୁଣାଚଳରେ ଭାରତ-ଚୀନ୍ ସୈନିକ ମୁହାଁମୁହିଁ
୨୯ରୁ ଓସିଏସ୍ ମୁଖ୍ୟ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍ କାର୍ଡ
ଏସିଆନ ପାରା ଗେମ୍ସ: ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନିତେଶ