ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ରାଜଧାନୀ ରାସ୍ତାକଡରୁ ଶିଶୁ କନ୍ୟା ଉଦ୍ଧାର

0

ଭୁବନେଶ୍ୱର: ପୁଣି ଅଲୋଡ଼ା ହେଲା ଶିଶୁ କନ୍ୟା। ଖୋଦ ରାଜଧାନୀରରେ ସାମ୍ନାକୁ ଆସିଛି ଏପରି ଘଟଣା। ଭୁବନେଶ୍ୱର ଆଚାର୍ଯ୍ୟ ବିହାର ସ୍ଥିତ ମହାରାଜା ସିନେମା ହଲ ନିକଟ ଆର୍‌ଟିଓ-୧ ନିକଟ ବସ୍ତିରୁ ଶିଶୁ କନ୍ୟା ଉଦ୍ଧାର। ଶିଶୁକନ୍ୟାର କାନ୍ଦ ଶୁଣି ଉଦ୍ଧାର କଲେ ବସ୍ତିବାସିନ୍ଦା। ଉଦ୍ଧାର ଶିଶୁକୁ ସହିଦନଗର ଥାନା ପୋଲିସକୁ ହସ୍ତାନ୍ତର କଲେ ବସ୍ତିବାସିନ୍ଦା। ଉଦ୍ଧାର ହୋଇଥିବା ଶିଶୁ କନ୍ୟାଟି ୨୧ ଦିନର ବୋଲି ଅନୁମାନ କରାଯାଉଛି।
ସୂଚନା ଅନୁସାରେ, ଆଜି ସକାଳୁ ସକାଳୁ ଆଚାର୍ଯ୍ୟ ବିହାର ସ୍ଥିତ ଆର୍‌ଟିଓ-୧ ନିକଟରେ ଥିବା ବସ୍ତିରୁ ଏକ ଶିଶୁ କନ୍ୟାର କାନ୍ଦ ସ୍ଵର ଶୁଣିଥିଲେ କିଛି ବସ୍ତି ବାସିନ୍ଧା। ପରେ ଖୋଜାଖୋଜି କରିବାରୁ ଶେଷରେ ଶିଶୁ କନ୍ୟାକୁ ଉଦ୍ଧାର କରିଥିଲେ ଲୋକେ। ବଢ଼ି ଭୋରୁ କିଏ ଛାଡ଼ି ଚାଲି ଯାଇଥିବାବେଳେ ସ୍ଥାନୀୟଲୋକେ ଉଦ୍ଧାର କରିଛନ୍ତି। ଉଦ୍ଧାର ଶିଶୁକୁ ସହିଦନଗର ଥାନା ପୋଲିସକୁ ହସ୍ତାନ୍ତର କଲେ ବସ୍ତିବାସିନ୍ଦା।

ସହିଦନଗର ଥାନା ପୁଲିସ ଶିଶୁକନ୍ୟାକୁ ଉଦ୍ଧାର କରି ଚିକିତ୍ସା ପାଇଁ କ୍ୟାପିଟାଲ ହସପିଟାଲକୁ ନେଇଥିଲେ। ଶିଶୁକନ୍ୟାଟିର ସ୍ବାସ୍ଥ୍ୟାବସ୍ଥା ସୁସ୍ଥ ଥିବା ଜଣା ପଡିଛି।ତେବେ କିଏ ଓ କାହିଁକି ସେଠାରେ ଶିଶୁ କନ୍ୟାକୁ ଛାଡି ଯାଇଛି ସେନେଇ କୌଣସି ସୂଚନା ମିଳିନଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.