ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ରାଜଧାନୀ ରାସ୍ତାକଡରୁ ଶିଶୁ କନ୍ୟା ଉଦ୍ଧାର

0

ଭୁବନେଶ୍ୱର: ପୁଣି ଅଲୋଡ଼ା ହେଲା ଶିଶୁ କନ୍ୟା। ଖୋଦ ରାଜଧାନୀରରେ ସାମ୍ନାକୁ ଆସିଛି ଏପରି ଘଟଣା। ଭୁବନେଶ୍ୱର ଆଚାର୍ଯ୍ୟ ବିହାର ସ୍ଥିତ ମହାରାଜା ସିନେମା ହଲ ନିକଟ ଆର୍‌ଟିଓ-୧ ନିକଟ ବସ୍ତିରୁ ଶିଶୁ କନ୍ୟା ଉଦ୍ଧାର। ଶିଶୁକନ୍ୟାର କାନ୍ଦ ଶୁଣି ଉଦ୍ଧାର କଲେ ବସ୍ତିବାସିନ୍ଦା। ଉଦ୍ଧାର ଶିଶୁକୁ ସହିଦନଗର ଥାନା ପୋଲିସକୁ ହସ୍ତାନ୍ତର କଲେ ବସ୍ତିବାସିନ୍ଦା। ଉଦ୍ଧାର ହୋଇଥିବା ଶିଶୁ କନ୍ୟାଟି ୨୧ ଦିନର ବୋଲି ଅନୁମାନ କରାଯାଉଛି।
ସୂଚନା ଅନୁସାରେ, ଆଜି ସକାଳୁ ସକାଳୁ ଆଚାର୍ଯ୍ୟ ବିହାର ସ୍ଥିତ ଆର୍‌ଟିଓ-୧ ନିକଟରେ ଥିବା ବସ୍ତିରୁ ଏକ ଶିଶୁ କନ୍ୟାର କାନ୍ଦ ସ୍ଵର ଶୁଣିଥିଲେ କିଛି ବସ୍ତି ବାସିନ୍ଧା। ପରେ ଖୋଜାଖୋଜି କରିବାରୁ ଶେଷରେ ଶିଶୁ କନ୍ୟାକୁ ଉଦ୍ଧାର କରିଥିଲେ ଲୋକେ। ବଢ଼ି ଭୋରୁ କିଏ ଛାଡ଼ି ଚାଲି ଯାଇଥିବାବେଳେ ସ୍ଥାନୀୟଲୋକେ ଉଦ୍ଧାର କରିଛନ୍ତି। ଉଦ୍ଧାର ଶିଶୁକୁ ସହିଦନଗର ଥାନା ପୋଲିସକୁ ହସ୍ତାନ୍ତର କଲେ ବସ୍ତିବାସିନ୍ଦା।

ସହିଦନଗର ଥାନା ପୁଲିସ ଶିଶୁକନ୍ୟାକୁ ଉଦ୍ଧାର କରି ଚିକିତ୍ସା ପାଇଁ କ୍ୟାପିଟାଲ ହସପିଟାଲକୁ ନେଇଥିଲେ। ଶିଶୁକନ୍ୟାଟିର ସ୍ବାସ୍ଥ୍ୟାବସ୍ଥା ସୁସ୍ଥ ଥିବା ଜଣା ପଡିଛି।ତେବେ କିଏ ଓ କାହିଁକି ସେଠାରେ ଶିଶୁ କନ୍ୟାକୁ ଛାଡି ଯାଇଛି ସେନେଇ କୌଣସି ସୂଚନା ମିଳିନଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.