ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବିଚ୍‌ ରାସ୍ତାରେ ହୋଟେଲ ମାଲିକଙ୍କୁ ହାଣିଲେ ଦୁର୍ବୃତ୍ତ

0

ବାଲେଶ୍ବର: ବିଚ୍‌ ରାସ୍ତାରେ ଜଣେ ହୋଟେଲ ମାଲିକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ। ବାଲେଶ୍ବର ସରସ୍ବତୀପୁର ସମଲପୁର ଛକରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ୬ରୁ ୭ଜଣ ଦୁର୍ବୃତ୍ତ ମାରଣାସ୍ତ୍ରରେ ଜଣେ ହୋଟେଲ ମାଲିକଙ୍କୁ ବିଚ୍‌ ରାସ୍ତାରେ ଗୋଡାଇ ଗୋଡ଼ାଇ ଆକ୍ରମଣ କରିଛନ୍ତି। ଦୁର୍ବୃତ୍ତଙ୍କ ଖଣ୍ଡା ଚୋଟରେ ହୋଟେଲ ମାଲିକ ଜଣକ ଗୁରୁତର ହୋଇଥିବା ଜଣାପଡିଛି। ଗୁରୁତର ହୋଟେଲ ମାଲିକ ଜଣକ ହେଲେ ସଞ୍ଜୀବ କୁମାର ମହାପାତ୍ର।

ଖବର ମୁତାବକ, ଆଜି ସକାଳେ ସଞ୍ଜୀବ କାର୍‌ ଯୋଗେ ନିଜ କାର୍ଯ୍ୟାଳୟକୁ ଯାଉଥିଲେ। ଏହି ସମୟରେ ସମଲପୁର ଛକ ନିକଟରେ ୭ ରୁ ୮ ଜଣ ଦୁର୍ବୃତ୍ତ ବାଇକ୍‌ ରେ ଆସି ସଞ୍ଜୀବ କୁମାରଙ୍କ ଗାଡ଼ି ଅଟକାଇଥିଲେ। ଏହାପରେ ସେମାନେ ଗାଡ଼ିରୁ ସଞ୍ଜୀବ କୁମାରଙ୍କୁ ଟାଣି ଆଣି ଖଣ୍ଡା ଓ ଭୁଜାଲିରେ ହାଣି ପକାଇଥିଲେ। ସଞ୍ଜୀବଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରି ପୋଲିସରେ ଖବର ଦେଇଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପୋଲିସ ତଦନ୍ତ ଆରମ୍ଭ କରିଛି। ହେଲେ ଆକ୍ରମଣର ସଠିକ୍‌ କାରଣ ବର୍ତ୍ତାମାନସୁଦ୍ଧା ଜଣାପଡି ନାହିଁ। ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି କାଣ୍ଡ ଘଟିଥିବା ସନ୍ଦେହ କରୁଛି ପୋଲିସ। ପୋଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ତନାଘନା ଚଳାଇଛି।

Leave A Reply

Your email address will not be published.