ପ୍ରମୁଖ ଖବର

ସ୍ୱର୍ଣ୍ଣ ମନ୍ଦିରରେ ପଞ୍ଜାବର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲଙ୍କୁ ଗୁଳିମାଡ଼
ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ୱନାଥ ପାତ୍ର
ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ହେବେ ଦେବେନ୍ଦ୍ର ଫଡନାବିସ୍

ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

0

ଭୁବନେଶ୍ବର: ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ଓଡ଼ିଶାରେ ଚାଲିଥିବା ଡିଜିପି ସମ୍ମିଳନୀରେ ହେବେ ସାମିଲ। ଆଜି ପ୍ରଧାନମନ୍ତ୍ରୀ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ। ଆସନ୍ତାକାଲି ଡିଜିପି ଓ ଆଇଜିପି ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।ତେବେ, ବିମାନବନ୍ଦର ନିକଟରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ମହାରାଷ୍ଟ୍ର ନିର୍ବାଚନ ଫଳ, ହରିୟାଣା ନିର୍ବାଚନ ଫଳ ପରେ ଦେଶରେ ବିଶ୍ବାସ ଭରିଛି। ଏହି ବିଜୟର ଆୟମାରମ୍ଭ ଓଡ଼ିଶାରୁ ହୋଇଛି। ବିରୋଧୀ ଦଳ ମୋଦୀ ସରକାରଙ୍କ ବିରୋଧରେ ସବୁବେଳେ ଅପପ୍ରଚାର କରୁଛନ୍ତି। କିନ୍ତୁ ଜନତା ମୋଦୀ ସରକାରଙ୍କୁ ଆଶୀର୍ବାଦ କରୁଛନ୍ତି। ସାଧାରଣ ନିର୍ବାଚନ-୨୦୨୪ ପୂର୍ବରୁ କିଛି ଲୋକ କହୁଥିଲେ ଓଡ଼ିଶାରେ ବିଜେପିର ବଳ ନାହିଁ। ମାତ୍ର ନିର୍ବାଚନ ଫଳାଫଳ ଓଲଟା ଦେଖାଗଲା। ଯେଉଁ ରାଜ୍ୟରେ ଆମ ସରକାର ନଥିଲା, ସେଠାରେ ଆମର ଯୋଜନାର ନାମକୁ ବଦଳାଇ ଦେଉଥିଲେ। କେନ୍ଦ୍ର ସରକାର ଓଡ଼ିଶାର ବିକାଶ ପାଇଁ ସବୁବେଳେ ସମର୍ଥନ ଦେଇ ଆସୁଛନ୍ତି। କେନ୍ଦ୍ରରେ ଓଡ଼ିଶାର ପ୍ରତିନିଧିତ୍ବକୁ ଗୁରୁତ୍ବ ଦିଆଯାଇଛି। କେନ୍ଦ୍ରର କାର୍ଯ୍ୟ ଓଡ଼ିଶାବାସୀ ଗ୍ରହଣ କରିଛନ୍ତି। ଓଡ଼ିଶାକୁ ବିଜେପି  ନୂଆନୂଆ ଯୋଜନା ଭେଟି ଦେଇଛି।

ତେବେ ଓଡ଼ିଶାର ମସାଲା ଚା’କୁ ପ୍ରଶଂସା କରିବା ସହ ନାଁ ନନେଇ ବିରୋଧୀ କଂଗ୍ରେସକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ। ବିରୋଧୀ ସମ୍ବିଧାନ ଓ ଲୋକତନ୍ତ୍ରର ସବୁ ମାନସମ୍ମାନକୁ ଦଳିମକଚି କ୍ଷମତାକୁ ଫେରିବାକୁ ଚାହୁଁଥିବା ପ୍ରଧାନମନ୍ତ୍ରୀ କଟାକ୍ଷ କରି କହିଛନ୍ତି।

ଭୁବନେଶ୍ୱରରେ ପ୍ରଥମଥର ପାଇଁ ଓଡ଼ିଶାରେ ଡିଜିପି ସମ୍ମିଳନୀ ଆୟୋଜନ କରିବା ପାଇଁ ସୁଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଉଛି । ପ୍ରଧାନମନ୍ତ୍ରୀଙ୍କ ଆଶୀର୍ବାଦରେ ଆମ ସରକାର ଦକ୍ଷତାର ସହ ଓଡ଼ିଶାବାସୀଙ୍କ ସେବା କରିଚାଲିଛି । ଆମର ୫ମାସର ସରକାର ଅତ୍ୟନ୍ତ ଘଟଣାବହୁଳ ହୋଇଛି । ସବକା ସାଥ,ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସକୁ ମୂଳମନ୍ତ୍ର କରି ଓଡ଼ିଶାର ବିକାଶ ପାଇଁ କାର୍ଯ୍ୟ କରୁଛି । ଉତ୍କର୍ଷ ଓଡ଼ିଶା ମାଧ୍ୟମରେ ମୋଟ ୧.୮୦ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ କରାଯାଇ ଅନୁମୋଦନ ସହ ୧.୧୦ଲକ୍ଷ ନିଯୁକ୍ତିର ସୁଯୋଗ ସୃଷ୍ଟି ହୋଇଛି । ଖୁବକମ୍ ଦିନରେ ୧୮ହଜାର ସରକାରୀ ନିଯୁକ୍ତି ମଧ୍ୟ ପ୍ରଦାନ କରାଯାଇଛି । ‘ଉତ୍କର୍ଷ ଓଡ଼ିଶା’ ସମ୍ମିଳନୀ ଜାନୁୟାରୀ ୨୮ରେ ହେବ, ସେତେବେଳେ ବି ଆହୁରି ଅଧିକ ପୁଞ୍ଜି ଆସିବ । ଆମ ସରକାର ଏକ ସମ୍ବେଦନଶୀଳ ସରକାର ଭାବେ ସମସ୍ତଙ୍କ ପ୍ରତି ଯତ୍ନବାନ ଅଛନ୍ତି । ପ୍ରଧାନମନ୍ତ୍ରୀ ୨୦୪୭ ମସିହା ସୁଦ୍ଧା ‘ବିକଶିତ ଭାରତ’ ପାଇଁ ଯେଉଁ ଲକ୍ଷ୍ୟ ରଖିଛନ୍ତି ସେଥିରେ ଓଡ଼ିଶାର ବହୁତ ବଡ଼ ଯୋଗଦାନ ରହିଛି । ୨୦୩୬ ମସିହାରେ ଯେବେ ଓଡ଼ିଶା ପ୍ରଦେଶ ଗଠନର ୧୦୦ବର୍ଷ ପୂରଣ ହେବ, ସେବେ ‘ସମୃଦ୍ଧ ଓଡ଼ିଶା, ବିକଶିତ ଓଡ଼ିଶା’ ଗଠନ ହେବ ଯାହାକି ‘ବିକଶିତ ଭାରତ’ ନିର୍ମାଣରେ ବିଶେଷ ସହଯୋଗ ହେବ । କେନ୍ଦ୍ର ସରକାର ଓଡ଼ିଶାକୁ ସର୍ବାଧିକ ଗୁରୁ୍‌ତ୍ୱ ଦେଉଛନ୍ତି । ଓଡ଼ିଶା ପୂର୍ବୋଦୟ ବିକାଶର କେନ୍ଦ୍ରବିନ୍ଦୁ ହେବାସହିତ ଦେଶର ବିକାଶର ରେଳରେ ପ୍ରଥମ ବଗି ହେବ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ଏହାକୁ ସାକାର ରୂପ ଦେବାପାଇଁ ଡବଲ ଇଞ୍ଜିନ ସରକାର ନିଶ୍ଚୟ ଏକ ଆହ୍ୱାନର ସହ କାର୍ଯ୍ୟ କରିବ ବୋଲି ଶ୍ରୀ ମାଝୀ କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ,ଜୁଏଲ ଓରାମ ଓ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ସମେତ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ରାଜ୍ୟର ମନ୍ତ୍ରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.