ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

ଧାନ ଗଦାରେ ନିଆଁ ଲାଗି ପୋଡିଗଲା ସବୁ ଧାନ

0

୫୦ କ୍ୱିଣ୍ଟାଲରୁ ଧାନ ପୋଡ଼ି ପାଉଁଶ

କେସିଙ୍ଗା: ୫୦ କ୍ୱିଣ୍ଟାଲରୁ ଅଧିକ ଧାନ ପୋଡ଼ି ପାଉଁଶ। ବର୍ଷ ସାରା କେମିତି ଚଳିବେ ସେନେଇ ଚିନ୍ତାରେ ପରିବାରବର୍ଗ। କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ପଞ୍ଚାୟତ ଅନ୍ତର୍ଗତ ତହର୍ଶି ଗ୍ରାମରେ ଦେଖିବାକୁ ମିଳିଛି ଏପରି ଏକ ଅଭାବନୀୟ ଘଟଣା। ଏକ ଧାନ ଗଦାରେ କେହି ଦୁର୍ବୃତ୍ତ ନିଆଁ ଲଗାଇଥିବା ଜଣାପଡିଛି। ଫଳରେ ପ୍ରାୟ ୫୦ କ୍ୱିଣ୍ଟାଲରୁ ଅଧିକ ଧାନ ପୋଡ଼ି ପାଉଁଶ ହୋଇଯାଇଛି। ନିଆଁ ଲାଗିଥିବା ଧାନ ଗଦା ମାଲିକ ହେଲେ ଜନ୍ମସି ନାଏକ।

ଶୁକ୍ରବାର ଭୋରରୁ ଧାନ ଗଦାରେ ନିଆଁ ଲାଗିଥିବା ଦେଖିବାକୁ ପାଇଥିଲେ ଜନ୍ମସି। ଏନେଇ ସେ ତୁରନ୍ତ ଥାନାକୁ ଖବର ଦେଇଥିଲେ। ପରେ ଖବରପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ସୁଦ୍ଧା ସେତେ ବେଳକୁ ସବୁ ଧାନ ଜଳି ପୋଡ଼ି ପାଉଁଶ ହୋଇଯାଇଥିଲା।

ଜନ୍ମସି ଓ ତାଙ୍କ ପରିବାରବର୍ଗ କହିବା ଅନୁଯାୟୀ, ଦୁଇ ଏକର ଚାଷ ଜମିରୁ ଧାନ କାଟି କ୍ଷେତରେ ଗଦା କରି ରଖିଥିଲେ। ଯାହା ୫୦ କ୍ୱିଣ୍ଟାଲରୁ ଅଧିକ ହେବ। ଏହି ଧାନ ଗଦାରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛନ୍ତି। ଘଟଣାରେ କେସିଙ୍ଗା ଥାନା ପକ୍ଷରୁ ତଦନ୍ତ ଜାରି ରହିଛି। ବର୍ଷ ସାରା କେମିତି ଚଳିବେ ସେନେଇ ଚିନ୍ତାରେ ପଡ଼ିଛନ୍ତି । ଏତେ କଷ୍ଟରେ ଅର୍ଜନ କରିଥିବା ଧାନ ଆଜି ପୋଡ଼ି ପାଉଁଶ ହୋଇଯାଇଥିବା ଦେଖି ଭାଙ୍ଗିପଡିଛନ୍ତି ପରିବାରବର୍ଗ।

Leave A Reply

Your email address will not be published.