ପ୍ରମୁଖ ଖବର

ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍‌ ବଜାରକୁ ଆଣିବ ପ୍ୟାକେଟ୍‌ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍‌ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ

ଆପ୍‌ କୌଣସି ଦଳ ସହ ମେଣ୍ଟ କରିବ ନାହିଁ: କେଜ୍ରିୱାଲ

0

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଫେବୃଆରୀରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ନେଇ ସମସ୍ତ ଦଳଗୁଡ଼ିକ ଅଣ୍ଟା ଭିଡିଲେଣି। ଏସବୁ ମଧ୍ୟରେ ଆମ୍‌ ଆଦମୀ ପାର୍ଟି(ଆପ୍‌) ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ନିର୍ବାଚନରେ ମେଣ୍ଟକୁ ନେଇ ବଡ଼ ଘୋଷଣା କରିଛନ୍ତି। ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି କେଜ୍ରିୱାଲ ସ୍ପଷ୍ଟ କରିଛନ୍ତି ଯେ ଦିଲ୍ଲୀରେ ହେବାକୁ ଥିବା ନିର୍ବାଚନରେ ଆପ୍‌ କୌଣସି ଦଳ ସହ ମେଣ୍ଟ କରିବ ନାହିଁ ।
ଆପ୍ ବିଧାୟକ ନରେଶ ବାଲ୍ୟାନ ଗିରଫ ହେବାର ଦିନକ ପରେ ଦଳର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ବିଧାନସଭା ନିର୍ବାଚନ ୨୦୨୫କୁ ନେଇ ଏହା କହିଛନ୍ତି। ଦିଲ୍ଲୀ ବିଧାନସଭା ନିର୍ବାଚନରେ ମେଣ୍ଟ ହେବାକୁ ନେଇ ହେଉଥିବା ଚର୍ଚ୍ଚା ଉପରେ ବିରାମ ଲଗାଇଛନ୍ତି କେଜ୍ରିୱାଲ । ଆମେ କୌଣସି ମେଣ୍ଟ କରିବୁ ନାହିଁ। ଦିଲ୍ଲୀର ସମସ୍ତ ଆସନରେ ଆପ୍ ଏକା ନିର୍ବାଚନ ଲଢିବ ବୋଲି କହିଛନ୍ତି କେଜ୍ରିୱାଲ।

ଲୋକ ସଭା ନିର୍ବାଚନ ସମୟରେ ଆପ୍‌ ଏବଂ କଂଗ୍ରେସ ମିଶି ଦିଲ୍ଲୀର ୭ ଆସନରେ ମେଣ୍ଟ କରି ନିର୍ବାଚନ ଲଢ଼ିଥିଲେ। ଆପ୍‌ ୩ ଏବଂ କଂଗ୍ରେସ ୪ ଆସନରେ ନିର୍ବାଚନ ଲଢ଼ିଥିଲା। ହେଲେ ସବୁଥିରେ ଦଳକୁ ପରାଜିତ ହେବାକୁ ପଡ଼ିଥିଲା ଏହାପରେ ହରିୟାଣାରେ ଆପ୍‌ କଂଗ୍ରେସ ସହ ମେଣ୍ଟ କରିବାକୁ ମନା କରିଦେଇଥିଲା। ଏକାକି ନିର୍ବାଚନ ଲଢ଼ିଥିଲା। ଗୋଟିଏ ପଟେ ଆପ୍‌ କାହା ସହ ମେଣ୍ଟ କରିବ ନାହିଁ ବୋଲି ଘୋଷଣା କରିଥିବା ବେଳେ ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ଦେବେନ୍ଦ୍ର ଯାଦବ ଶୁକ୍ରବାର ମଧ୍ୟ ଦଳ ମେଣ୍ଟ କରିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଯଦି ଦଳ ଆପ୍‌ ସହ ମେଣ୍ଟ କରି ନ ଥାନ୍ତା ତେବେ ଆମେ ଗୋଟିଏ କିମ୍ବା ଦୁଇଟି ଆସନ ଜିତିବାରେ ସଫଳ ହୋଇଥାନ୍ତୁ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଆସନ୍ତା ଫେବୃଆରୀ ୨୦୨୫ରେ ଦିଲ୍ଲୀର ମୋଟ ୭୦ ଟି ବିଧାନସଭା ଆସନରେ ନିର୍ବାଚନ ହେବାକୁ ଯାଉଛି। ଏହି ନିର୍ବାଚନରେ ଆପ୍ ଚତୁର୍ଥ ଥର ପାଇଁ ଦିଲ୍ଲୀରେ କ୍ଷମତାକୁ ଫେରିବା ପାଇଁ ଚେଷ୍ଟା କରୁଥିବା ବେଳେ ବିରୋଧି ବିଜେପି ଓ କଂଗ୍ରେସର ନେତାମାନେ ମଧ୍ୟ ଭୋଟରଙ୍କୁ ଆକୃଷ୍ଟ କରିବାକୁ ନିଜର ପ୍ରୟାସ ଜାରି ରଖିଛନ୍ତି। ୨୦୨୦ ବିଧାନସଭା ନିର୍ବାଚନରେ ଆପ୍ ୭୦ ଟି ବିଧାନସଭା ଆସନ ମଧ୍ୟରୁ ୬୦ ଟି ଆସନରେ ଜିତିଥିଲା। ସେହିପରି ଆଠଟି ଆସନରେ ବିଜେପି ବିଜୟ ଲାଭ କରିଥିଲା।

Leave A Reply

Your email address will not be published.