ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ଗୋପବନ୍ଧୁ ଆରୋଗ୍ୟ ସହ ଯୋଡି ହେବ ଆୟୁଷ୍ମାନ ଭାରତ

0

ସାଢ଼େ ୩ କୋଟିଙ୍କୁ ମିଳିବ ସ୍ୱତନ୍ତ୍ର କାର୍ଡ
ଭୁବନେଶ୍ବର: ରାଜ୍ୟରେ ଚଳିତ ଆର୍ଥିକ ବର୍ଷରୁ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା। ଗୋପବନ୍ଧୁ ଆରୋଗ୍ୟ ସହ ଆୟୁଷ୍ମାନ ଭାରତ ଯୋଜନାର ମିଳିତ ଏମ୍‌ଓୟୁ ହେବ। ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ।

ଚଳିତ ଆର୍ଥିକ ବର୍ଷ ଠାରୁ ଗୋପବନ୍ଧୁ ଆରୋଗ୍ୟ ସହ ଆୟୁଷ୍ମାନ ଭାରତ ଯୋଜନାର ମିଳିତ ଏମ୍‌ଓୟୁ ସ୍ଵାକ୍ଷର ହେବ। ଯାହା ରାଜ୍ୟବାସୀଙ୍କୁ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅଧିକ ସହଯୋଗ ଯୋଗାଇବ। ଏହା ଲାଗୁ ହେବା ପରେ ରାଜ୍ୟର ସ୍ୱାସ୍ଥ୍ୟ ଯୋଜନା ଗୋପବନ୍ଧୁ ଆରୋଗ୍ୟ ସହ ଆୟୁଷ୍ମାନ ଭାରତ ଯୋଜନାର ମିଳିତ ଲାଭ ଉଠାଇବେ। କେବଳ ରାଜ୍ୟରେ ରହୁଥିବା ଲୋକ ନୁହେଁ ପ୍ରବାସୀ ଓଡିଆ ମଧ୍ୟ ଉପକୃତ ହେବ। ଏଥିପାଇଁ ସାଢ଼େ ୩ କୋଟି ଲୋକଙ୍କୁ ସ୍ୱତନ୍ତ୍ର କାର୍ଡ ଦିଆଯିବ। କାଶ୍ମୀରରୁ କନ୍ୟାକୁମାରୀ ଯାଏଁ ୨୭ ହଜାର ହସ୍ପିଟାଲରେ ଏହି ଯୋଜନାରେ ସ୍ୱାସ୍ଥ୍ୟ ସୁବିଧା ଉପଲବ୍ଧ ରହିବା ବେଳେ ଏହି କାର୍ଡ ସେସବୁଠି ବୈଧ ହେବ।

ତେବେ ଏନେଇ ଦୁଇଟି ଯୋଜନା ଗୋପବନ୍ଧୁ ଆରୋଗ୍ୟ ସହ ଆୟୁଷ୍ମାନ ଭାରତ ଯୋଜନା ମିଶି ଗୋଟିଏ କାର୍ଡ ପ୍ରଦାନ କରାଯିବ, କି ଉଭୟ ପୃଥକ କାର୍ଡ, ଉଭୟ ଯୋଜନାର ପାଇଁ ବୈଧ କରାଯିବ ସେନେଇ କୌଣସି ସୂଚନା ମିଳିନାହିଁ।

Leave A Reply

Your email address will not be published.