ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ନୌସେନା ଦିବସ ପାଇଁ ଗଜପତି ମହାରାଜଙ୍କୁ ନିମନ୍ତ୍ରଣ

0

ପୁରୀ: ଡିସେମ୍ବର ୪ ତାରିଖରେ ପୁରୀ ବେଳାଭୂମିରେ ନୌସେନା ଦିବସ ପାଇଁ ଚାଲିଛି ବ୍ୟାପକ ପ୍ରସ୍ତୁତି। ଯୁଦ୍ଧ ଜାହାଜ, ଟାଙ୍କ ଓ ହେଲିକ୍ୟାପଟର ଗର୍ଜରେ କମ୍ପୁଛି ପୁରୀ ବେଳାଭୂମି। ସତେ ଯେପରି ଲାଗୁଛି ପୁରୀ ବେଳାଭୂମିରେ ଯୁଦ୍ଧଭୂମିର କ୍ଷେତ୍ର। ନୌସେନା ଦିବସ ପାଇଁ ଗଜପତି ମହାରାଜଙ୍କୁ ନିମନ୍ତ୍ରଣ କରାଯାଇଛି।

ଗଜପତିଙ୍କୁ ଭେଟି ୪ ତାରିଖ ପାଇଁ ନିମନ୍ତ୍ରଣ ଦେଇଛନ୍ତି ନୌସେନାର ବରିଷ୍ଠ ଅଧିକାରୀ। ଏହା ସହିତ ଚଳିତ ବର୍ଷ ନେଭି ଡେରେ ସାମିଲ ହେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନୌସେନା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ସହ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ ରାଷ୍ଟ୍ରପତି।

ସେହିପରି ଯୁଧ୍ୟଭ୍ୟାସରେ ୧୪ ହେଲିକ୍ୟାପଟର, ୧୨ ଯୁଦ୍ଧପୋତ ସାମିଲ ହୋଇଛନ୍ତି। କଳାକୌଶଳ ଦେଖାଇଛନ୍ତି ଫାଇଟର ଜେଟ। ନେଭି ଡେ ପାଇଁ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ପୁରୀରେ ଟ୍ରାଫିକ କଟକଣା କରାଯାଇଛି। ଅପରାହ୍ନ ୨ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ବିଏନଆର୍ ହୋଟେଲ୍‌ଠାରୁ ଆଚାର୍ଯ୍ୟ ହରିହର ଛକ ଏବଂ ପୁରୁଣା ସଦରଥାନା ଛକଠାରୁ ସୁବାଷ ବୋଷ ଛକ ପର୍ଯ୍ୟନ୍ତ ନୋ ଭେଇକିଲ୍ ଜୋନ୍ ହୋଇଛି। ତେବେ ପୁରୀବାସୀଙ୍କ ପାଇଁ ଏହି କଟକଣା ଲାଗୁ ହେବ ନାହିଁ। ସମୁଦ୍ରକୂଳ ଯିବାକୁ ହେଲେ ଏସିଏସ୍ କଲେଜ ଛକ, ରାମକୃଷ୍ଣ ମିଶନ ଛକ, ଆଚାର୍ଯ୍ୟ ହରିହର ଛକ ଏବଂ ଦିଗବାରେଣୀ ଛକ ପଟେ ଯିବା ଆସିବେ।

Leave A Reply

Your email address will not be published.