ପ୍ରମୁଖ ଖବର

ରାଷ୍ଟ୍ରପତି ଭବନରେ ପ୍ରସାରିତ ହେଲା ‘ଶ୍ରୀ ଜଗନ୍ନାଥଙ୍କ ନବକଳେବର’
ପୁଣି ନାବାଳିକା ଦେହରେ ନିଆଁ
ନାବାଳିକାଙ୍କ ଶରୀର ୭୦ପ୍ରତିଶତ ପୋଡିଯାଇଛି- ଏମ୍ସ
ଟ୍ରକକୁ ପଛ ପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ୍‌
୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ
ବାଲେଶ୍ୱର ଘଟଣାକୁ ବିରୋଧ କରି ଜୁଲାଇ ୧୭ରେ ଓଡ଼ିଶା ବନ୍ଦ
ପୁସ୍ ଟ୍ରଲିକୁ ଧକ୍କା ଦେଲା ଟ୍ରେନ, ଜଣେ ମୃତ, ୨ ଗୁରୁତର
ଦୋଷୀଙ୍କୁ ତୁରନ୍ତ ଗିରଫ ସହ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ: ଉପମୁଖ୍ୟମନ୍ତ୍ରୀ
ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ହାର୍ଡକୋର ମାଓବାଦୀ ମୃତ
କଟକ ଆଖପାଖ ଅଞ୍ଚଳକୁ ହେବ ସମୃଦ୍ଧ ମଡେଲ ଅଞ୍ଚଳ: ମୁଖ୍ୟମନ୍ତ୍ରୀ

ଆତଙ୍କବାଦୀ ପନ୍ନୁନର ଧମକପୂର୍ଣ୍ଣ ମେସେଜ ଘଟଣାରେ ଗୁଗୁଲକୁ ଚିଠି ଲେଖିଲା କ୍ରାଇମବ୍ରାଞ୍ଚ ଏସଟିଏଫ

0

ଭୁବନେଶ୍ବର; ଓଡିଆ ସାମ୍ବାଦିକଙ୍କୁ ଖଲିସ୍ତାନୀ ଉଗ୍ରବାଦୀ ପନ୍ନୁନର ଧମକପୂର୍ଣ୍ଣ ମେସେଜକୁ ନେଇ ଏବେ ଖୋଳତାଡ କରୁଛି କ୍ରାଇମବ୍ରାଞ୍ଚ। ଏନେଇ ଅଧିକ ତଥ୍ୟ ପାଇଁ ଆଜି ଗୁଗୁଲକୁ ଚିଠି ଲେଖିଛି କ୍ରାଇମବ୍ରାଞ୍ଚ ଏସଟିଏଫ। କେଉଁ ଆଇପି ଆଡ୍ରେସରୁ ପନ୍ନୁର ଅଡିଓ ଆସିଥିଲା ସେନେଇ ତଥ୍ୟ ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି। ଏଥିସହିତ ଆବଶ୍ୟକ ହେଲେ ଏନଆଇଏ ଏହାର ତଦନ୍ତ କରିବା ନେଇ ମଧ୍ୟ ସୂଚନା ଦେଇଛି କ୍ରାଇମବ୍ରାଞ୍ଚ।

ଭୁବନେଶ୍ୱରରେ ଡିଜି ସମ୍ମିଳନୀ ଚାଲିଥିବା ବେଳେ ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କୁ ଏକ ଧମକପୂର୍ଣ୍ଣ ମେଲ ପଠାଇଥିଲା ଖଲିସ୍ତାନୀ ଆତଙ୍କୀ ପନ୍ନୁ। ପନ୍ନୁର ଧମକ ପୂର୍ଣ୍ଣ ଇ-ମେଲ ଆସିବା ପରେ ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ ପୁଲିସ କମିଶନରେଟଙ୍କୁ ଜଣାଇଥିଲେ। ପରେ କ୍ରାଇମବ୍ରାଞ୍ଚ ଏହାର ତଦନ୍ତ ଆରମ୍ଭ କରିଥିଲା। ଅକ୍ଷୟଙ୍କ ଅଫିସକୁ ଯାଇ ତଥ୍ୟ ସଂଗ୍ରହ କରି ଫେରିଥିଲା।ସେପଟେ ପନ୍ନୁନ୍ ପଟାଇଥିବା ମେସେଜକୁ ଯାଞ୍ଚ କରାଯିବା ପରେ ଉକ୍ତ ଇମେଲ ଆଇଡି ଏବଂ ଡୋମେନ୍ ଧମକ ଦେବାର ଦୁଇ ଦିନ ପୂର୍ବରୁ ବୁକ୍ କରାଯାଇଥିବା ସୂଚନା ଦେଇଛନ୍ତି ସାଇବର ଏକ୍ସପଟ୍।

ତେବେ କହିରଖୁଛୁ, ଗତ ଶୁକ୍ରବାର ପ୍ରଥମ ଥର ପାଇଁ ରାଜ୍ୟରେ ସର୍ବଭାରତୀୟ ଆଇଜି/ଡିଜିପି ସମ୍ମିଳନୀ ଆୟୋଜିତ ହୋଇଥିବା ବେଳେ ଏଥିରେ ପ୍ରଧାନମନ୍ତ୍ରୀ ମୋଦି ଗୃହମନ୍ତ୍ରୀ ଅମିତ୍ ଶାହ, ଦେଶ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହାକୁ କେନ୍ଦ୍ର କରି ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତଓ୍ବନ୍ତ ପନ୍ନୁନ୍ କିଛି ନିର୍ଦ୍ଦିଷ୍ଟ ବରିଷ୍ଠ ଓଡିଆ ସାମ୍ବାଦିକଙ୍କୁ ଇ-ମେଲ ଜରିଆରେ ଧମକପୂର୍ଣ୍ଣ ମେସେଜ୍ ପଠାଇଥିଲା। ଏଥିସହିତ ଏକ ଅଡିଓ ବାର୍ତ୍ତା ମଧ୍ୟ ଦେଇଥିଲା। ଭୁବନେଶ୍ବର ବିମାନବନ୍ଦରକୁ ରବିବାର ନଯିବା ପାଇଁ ଚେତାବନୀ ଦେଇଥିଲା। ସବୁଠୁ ବଡ କଥା ହେଉଛି, ଏହା ଧମକପୂର୍ଣ୍ଣ ମେସେଜ୍ ଉଭୟ ଓଡିଆ ଏବଂ ଇଂରାଜୀରେ ଲେଖାଯାଇଥିଲା। ଯାହାକୁ ନେଇ ଏଥିରେ କେହି ଓଡିଆ ଲୋକ ସମ୍ପୃକ୍ତି ଥିବା କିମ୍ବା ଓଡିଶାରୁ ପନ୍ନୁନର ସ୍ନିପର ସେଲ୍ କାମ କରୁଥିବା ସନ୍ଦେହ କରି ଖୋଳତାଡ ଆରମ୍ଭ କରିଥିଲା କ୍ରାଇମବ୍ରାଞ୍ଚ।

Leave A Reply

Your email address will not be published.