ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଆତଙ୍କବାଦୀ ପନ୍ନୁନର ଧମକପୂର୍ଣ୍ଣ ମେସେଜ ଘଟଣାରେ ଗୁଗୁଲକୁ ଚିଠି ଲେଖିଲା କ୍ରାଇମବ୍ରାଞ୍ଚ ଏସଟିଏଫ

0

ଭୁବନେଶ୍ବର; ଓଡିଆ ସାମ୍ବାଦିକଙ୍କୁ ଖଲିସ୍ତାନୀ ଉଗ୍ରବାଦୀ ପନ୍ନୁନର ଧମକପୂର୍ଣ୍ଣ ମେସେଜକୁ ନେଇ ଏବେ ଖୋଳତାଡ କରୁଛି କ୍ରାଇମବ୍ରାଞ୍ଚ। ଏନେଇ ଅଧିକ ତଥ୍ୟ ପାଇଁ ଆଜି ଗୁଗୁଲକୁ ଚିଠି ଲେଖିଛି କ୍ରାଇମବ୍ରାଞ୍ଚ ଏସଟିଏଫ। କେଉଁ ଆଇପି ଆଡ୍ରେସରୁ ପନ୍ନୁର ଅଡିଓ ଆସିଥିଲା ସେନେଇ ତଥ୍ୟ ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି। ଏଥିସହିତ ଆବଶ୍ୟକ ହେଲେ ଏନଆଇଏ ଏହାର ତଦନ୍ତ କରିବା ନେଇ ମଧ୍ୟ ସୂଚନା ଦେଇଛି କ୍ରାଇମବ୍ରାଞ୍ଚ।

ଭୁବନେଶ୍ୱରରେ ଡିଜି ସମ୍ମିଳନୀ ଚାଲିଥିବା ବେଳେ ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କୁ ଏକ ଧମକପୂର୍ଣ୍ଣ ମେଲ ପଠାଇଥିଲା ଖଲିସ୍ତାନୀ ଆତଙ୍କୀ ପନ୍ନୁ। ପନ୍ନୁର ଧମକ ପୂର୍ଣ୍ଣ ଇ-ମେଲ ଆସିବା ପରେ ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ ପୁଲିସ କମିଶନରେଟଙ୍କୁ ଜଣାଇଥିଲେ। ପରେ କ୍ରାଇମବ୍ରାଞ୍ଚ ଏହାର ତଦନ୍ତ ଆରମ୍ଭ କରିଥିଲା। ଅକ୍ଷୟଙ୍କ ଅଫିସକୁ ଯାଇ ତଥ୍ୟ ସଂଗ୍ରହ କରି ଫେରିଥିଲା।ସେପଟେ ପନ୍ନୁନ୍ ପଟାଇଥିବା ମେସେଜକୁ ଯାଞ୍ଚ କରାଯିବା ପରେ ଉକ୍ତ ଇମେଲ ଆଇଡି ଏବଂ ଡୋମେନ୍ ଧମକ ଦେବାର ଦୁଇ ଦିନ ପୂର୍ବରୁ ବୁକ୍ କରାଯାଇଥିବା ସୂଚନା ଦେଇଛନ୍ତି ସାଇବର ଏକ୍ସପଟ୍।

ତେବେ କହିରଖୁଛୁ, ଗତ ଶୁକ୍ରବାର ପ୍ରଥମ ଥର ପାଇଁ ରାଜ୍ୟରେ ସର୍ବଭାରତୀୟ ଆଇଜି/ଡିଜିପି ସମ୍ମିଳନୀ ଆୟୋଜିତ ହୋଇଥିବା ବେଳେ ଏଥିରେ ପ୍ରଧାନମନ୍ତ୍ରୀ ମୋଦି ଗୃହମନ୍ତ୍ରୀ ଅମିତ୍ ଶାହ, ଦେଶ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହାକୁ କେନ୍ଦ୍ର କରି ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତଓ୍ବନ୍ତ ପନ୍ନୁନ୍ କିଛି ନିର୍ଦ୍ଦିଷ୍ଟ ବରିଷ୍ଠ ଓଡିଆ ସାମ୍ବାଦିକଙ୍କୁ ଇ-ମେଲ ଜରିଆରେ ଧମକପୂର୍ଣ୍ଣ ମେସେଜ୍ ପଠାଇଥିଲା। ଏଥିସହିତ ଏକ ଅଡିଓ ବାର୍ତ୍ତା ମଧ୍ୟ ଦେଇଥିଲା। ଭୁବନେଶ୍ବର ବିମାନବନ୍ଦରକୁ ରବିବାର ନଯିବା ପାଇଁ ଚେତାବନୀ ଦେଇଥିଲା। ସବୁଠୁ ବଡ କଥା ହେଉଛି, ଏହା ଧମକପୂର୍ଣ୍ଣ ମେସେଜ୍ ଉଭୟ ଓଡିଆ ଏବଂ ଇଂରାଜୀରେ ଲେଖାଯାଇଥିଲା। ଯାହାକୁ ନେଇ ଏଥିରେ କେହି ଓଡିଆ ଲୋକ ସମ୍ପୃକ୍ତି ଥିବା କିମ୍ବା ଓଡିଶାରୁ ପନ୍ନୁନର ସ୍ନିପର ସେଲ୍ କାମ କରୁଥିବା ସନ୍ଦେହ କରି ଖୋଳତାଡ ଆରମ୍ଭ କରିଥିଲା କ୍ରାଇମବ୍ରାଞ୍ଚ।

Leave A Reply

Your email address will not be published.