ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ଦୁର୍ଘଟଣାରେ ଆଖି ବୁଜିଲେ ଆଇପିଏସ ଅଧିକାରୀ

0

ଚାକିରିର ପ୍ରଥମ ଦିନରେ ଯୋଗ ଦେବାକୁ ଯିବା ବେଳେ ଘଟିଲା ଦୁର୍ଘଟଣା
କର୍ଣ୍ଣାଟକ: ଚାକିରିର ପ୍ରଥମ ଦିନରେ କାର୍ଯ୍ୟରେ ଯୋଗ ଦେବାକୁ ଯାଉଥିବା ବେଳେ ଭାରତୀୟ ପୁଲିସ ସେବା (ଆଇପିଏସ୍‌)ର ଜଣେ ଅଧିକାରୀଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଆଇପିଏସ୍‌ ଅଧିକାରୀ ଜଣକ ହେଲେ ହର୍ଷବର୍ଦ୍ଧନ। ହସନରେ ପ୍ରୋବେସନାରୀ ଆଇପିଏସ୍ ଅଧିକାରୀ ଭାବରେ ଡ୍ୟୁଟିରେ ଯୋଗଦେବାକୁ ଆସୁଥିବା ୨୭ ବର୍ଷୀୟ ହର୍ଷବର୍ଦ୍ଧନଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ହସନର କିତ୍ତନେ ଗ୍ରାମ ନିକଟରେ ଏହି ଦୁର୍ଘଟଣାଟି ଘଟିଥିବା ବେଳେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି।

କର୍ଣ୍ଣାଟକ କ୍ୟାଡର ୨୦୨୩ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ହେଲେ ହର୍ଷବର୍ଦ୍ଧନ। ହସନର ଏସପି କାର୍ଯ୍ୟାଳୟରେ ଦାୟିତ୍ୱ ନେବାପାଇଁ ସେ ମୈସୁରର ପୋଲିସ୍ ଏକାଡେମୀରୁ ହସନ ଆଡକୁ ଆସୁଥିବା ବେଳେ ଅଘଟଣ ଘଟିଥିଲା। ଗାଡିର ଟାୟାର ଫାଟିଯିବା କାରଣରୁ ଡ୍ରାଇଭର ନିୟନ୍ତ୍ରଣ ହରାଇ ଗାଡିଟି ରାସ୍ତା କଡରେ ଏକ ଘର ଓ ଗଛ ସହ ଧକ୍କା ହୋଇଥିଲା ଯାହାଦ୍ୱାରା ଏହି ଦୁର୍ଘଟଣା ଘଟିଥିଲା ବୋଲି ଜଣାପଡିଛି।
ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ହସନ ଏସପି ମହମ୍ମଦ ସୁଜିତା, ଏଏସପି ତମ୍ମୟା ଏବଂ ଭେଙ୍କଟେଶ ନାଇଡୁ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରୁ ଡାକ୍ତରୀ ଦଳଙ୍କ ସହ ଆଲୋଚନା କରି ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ବେଙ୍ଗାଲୁରୁ ନେବାକୁ ବିଚାରବିମର୍ଶ ଚାଲିଥିଲା। ତେବେ ସ୍ୱାସ୍ଥ୍ୟବସ୍ଥା ବିଗଡିଯିବାରୁ ତାଙ୍କୁ ଅନ୍ୟ ସ୍ଥାନକୁ ନେବା ସମ୍ଭବପର ହୋଇପାରି ନଥିଲା। ଫଳରେ ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଥିଲା ।

Leave A Reply

Your email address will not be published.