ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଦୀର୍ଘ ଦିନ ଛୁଟିରେ ଥିବା ଡାକ୍ତରଙ୍କ ବିରୋଧରେ ହେବ କଡା କାର୍ଯ୍ୟାନୁଷ୍ଠାନ

0

ଭୁବନେଶ୍ବର:ଏଣିକି ଛୁଟିରେ ଥିବା ଡାକ୍ତରଙ୍କ ବିରୋଧରେ ହେବ କଡା କାର୍ଯ୍ୟାନୁଷ୍ଠାନ। ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଏହି ଘୋଷଣା କରିଛନ୍ତି। ବର୍ତ୍ତମାନ ଆକ୍ସନ ମୋଡରେ ରାଜ୍ୟ ସରକାର। ୧୯୬ ଡାକ୍ତରଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ। ଦୀର୍ଘ ଦିନ ଛୁଟିରେ ଥିବାରୁ ଏହିସବୁ ଡାକ୍ତରଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହି ସୂଚନା ଦେଇଛନ୍ତି।

ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନର ଉତ୍ତର ଦେଇ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ବିଭିନ୍ନ କ୍ୟାଡରରେ ୧୯୬ ଜଣ ଡାକ୍ତର ବିଭିନ୍ନ କାରଣ ଦର୍ଶାଇ ଦୀର୍ଘ ଦିନ ହେଲା ଛୁଟିରେ ଅଛନ୍ତି। ତେଣୁ ଏବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ରାଜ୍ୟରେ ଏବେ ଡାକ୍ତର ମରୁଡ଼ି। ୧୧୧୪ ସ୍ପେଶାଲିଷ୍ଟ ଡାକ୍ତରଙ୍କ ସହ ୫ ହଜାର ୧୪ ଡାକ୍ତର ପଦବୀ ଖାଲି ପଡ଼ିଛି। ମୋଟ ୩୦ଟି ଜିଲ୍ଲାର ୩୭୫ଟି ସିଏଚସିରେ ଖାଲି ପଡ଼ିଛି ଡାକ୍ତରଙ୍କ ପଦବୀ। ଗଞ୍ଜାମରେ ସର୍ବାଧିକ ୪୫୦, ମୟୁରଭଞ୍ଜରେ ୩୦୯, ଖୋର୍ଦ୍ଧାରେ ୧୨, କଟକରେ ୨୮୧ ଡାକ୍ତର ପଦବୀ ଖାଲି ପଡିଛି। ସେହିପରି ମୟୁରଭଞ୍ଜରେ ୮୭, ଗଞ୍ଜାମରେ ୮୭, ଖୋର୍ଦ୍ଧାରେ ୨୯, କଟକରେ ୪୩ ସ୍ପେଶାଲିଷ୍ଟ ଡାକ୍ତର ପଦବୀ ଖାଲିପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ଏବେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ରାଜ୍ୟ ସରକାର।

Leave A Reply

Your email address will not be published.