ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ସମ୍ ପକ୍ଷରୁ ଆୟୋଜିତ ଜାତୀୟ ଇଂଟରଭେନସନାଲ୍ ରେଡିଓଲୋଜି ସମ୍ମିଳନୀ ‘ସମମ୍‌ଇରକନ୍‌’

0

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଦେଶ ତଥା ବିଦେଶରେ ନୂତନ ଅଧ୍ୟାୟ ସୃଷ୍ଟି କରିଛି ସମ୍ ହସ୍ପିଟାଲ : ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର: ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଘରୋଇ ଡାକ୍ତରଖାନା ମଧ୍ୟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲ ଓ ସମ୍ ଅଲ୍ଟିମେଟ୍ ମେଡିକେୟାର (ସମ୍ମମ୍‌) ଦେଶ ସମେତ ବିଦେଶରେ ମଧ୍ୟ ନୂଆ ଅଧ୍ୟାୟ ସୃଷ୍ଟି କରିବାରେ ଲାଗିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ। ସମ୍ ପକ୍ଷରୁ ଆୟୋଜିତ ଜାତୀୟ ଇଂଟରଭେନସନାଲ୍ ରେଡିଓଲୋଜି ସମ୍ମିଳନୀ ‘ସମମ୍‌ଇରକନ୍‌’ ର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ।

ସମ୍ ଓଡିଶା ରେଡିଓଲୋଜିକାଲ୍ ଆଣ୍ଡ ଇମେଜିଂ ଆସୋସିଏସନ୍ ଓ ଇଣ୍ଡିଆନ୍ ସୋସାଇଟି ଅଫ୍ ଇଂଟରଭେନସନାଲ୍ ରେଡିଓଲୋଜିର ମିଳିତ ସହଯୋଗରେ ଆୟୋଜିତ ଏହି କର୍ମଶାଳା ପରିପ୍ରେକ୍ଷୀରେ ଡକ୍ଟର ମହାଲିଙ୍ଗ କହିଥିଲେ ଯେ ରେଡିଓଲୋଜିର ଦୁଇଟି କ୍ଷେତ୍ର ଇମେଜିଂ ଓ ଇଂଟରଭେନସନାଲ୍ ପ୍ରକ୍ରିୟା ଏବେ ଖୁବ୍ ବ୍ୟାପକ ହେବାରେ ଲାଗିଛି। ତେଣୁ ସମ୍ ପକ୍ଷରୁ ଏଭଳି ଜାତୀୟ ସମ୍ମିଳନୀର ଆୟୋଜନ କରାଯାଇଥିବାରୁ ସେ ଆନନ୍ଦ ପ୍ରକାଶ କରିଥିଲେ।

ଏହି ଅବସରରେ ଡକ୍ଟର ମହାଲିଙ୍ଗ କହିଥିଲେ ଯେ ଖୁବ୍‌ଶୀଘ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ୨୫୦ଜଣ ରେଡିଓଗ୍ରାଫରଙ୍କୁ ସରକାରୀ ହସ୍ପିଟାଲରେ ନିଯୁକ୍ତି ଦିଆଯିବ। ରାଜ୍ୟରେ ସ୍ୱାସ୍ଥ୍ୟସେବାକୁ ଅଧିକ ତ୍ୱରାନିତ୍ୱ କ୍ରିୟା କରିବା ଲକ୍ଷ୍ୟରେ ଆସନ୍ତା ଆର୍ôଥକ ବର୍ଷରେ ଆୟୁଷ୍ମାନ ଭାରତ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାକୁ ଏକତ୍ର କରି ସାଢେ ତିନି କୋଟି ଜନସାଧାରଣଙ୍କୁ ମାଗଣା ସ୍ୱାସ୍ଥ୍ୟସେବା ପ୍ରଦାନ କରାଯିବ। ଏହି ଯୋଜନା ଦ୍ୱାରା ଜନସାଧାରଣ ଦେଶର ୨୭,୦୦୦ ହସ୍ପିଟାଲରେ ମାଗଣା ସ୍ୱାସ୍ଥ୍ୟସେବା ପାଇପାରିବେ ବୋଲି ସେ କହିଥିଲେ।

ସେହିପରି ସରଭାଇକାଲ୍ କ୍ୟାନସ୍‌ର ଆଗୁଆ ନିରାକରଣ ପରିପ୍ରେକ୍ଷୀରେ କିଶୋରୀ ମାନଙ୍କ ଟୀକାକରଣ ନିମନ୍ତେ ରାଜ୍ୟ ସରକାର ଏକ ବଡ କାର୍ଯ୍ୟକ୍ରମ ହାତକୁ ନେବେ ବୋଲି ସେ କହିଥିଲେ। ସ୍କୁଲ ଓ କଲେଜ ମାନଙ୍କରେ ଏହି ଟୀକା ପ୍ରଦାନ ନେଇ ସରକାରଙ୍କ ଯୋଜନା ରହିଥିବା ସେ ପ୍ରକାଶ କରିଛନ୍ତି।

ସମ୍ ରେ ଆୟୋଜିତ ଏହି ଜାତୀୟ କର୍ମଶାଳାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ। ପ୍ରଥମ ଥର ପାଇଁ ସମ୍ମମ୍‌ରେ ଇନ୍‌ଟରଭେନ୍‌ସନାଲ୍ ରେଡିଓଲୋଜିକୁ ନେଇ ଏଭଳି ଜାତୀୟ କର୍ମଶାଳାର ଆୟୋଜନ କରାଯାଇଥିବା ବେଳେ ଅତ୍ୟାଧୁନିକ ଚିକିତ୍ସା କ୍ଷେତ୍ରରେ ଏହା ବେଶ ସହାୟକ ହେବ ବୋଲି ପ୍ରଫେସର ନାୟକ କହିଛନ୍ତି।
ଏହି ଅବସରରେ ସମ୍ମମ୍‌ର ସିଇଓ ଡକ୍ଟର ଶ୍ୱେ୍‌ତପଦ୍ମା ଦାଶ କହିଥିଲେ ଯେ ଇଂଟରଭେନସନାଲ୍ ରେଡିଓଲୋଜି ଚିକିତ୍ସା କ୍ଷେତ୍ରରେ ସମ୍ମମ୍ ହେଉଛି ରାଜ୍ୟର ଏକମାତ୍ର ହସ୍ପିଟାଲ ଯେଉଁଠାରେ କି ଏହି ଚିିକିତ୍ସା ନିମନ୍ତେ ଏକ ସ୍ୱତନ୍ତ୍ର ବିଭାଗ ରହିଛି। ଏହି ଚିକିତ୍ସା ଫଳରେ ଜଟିଳ ଅସ୍ତ୍ରୋପଚାର ଗୁଡିକ ମିନିମାଲ ଇନ୍‌ଭେସିଭ୍ ଅର୍ଥାତ୍ ବିନା କଟା ଛଟାରେ ସମ୍ଭବ ହୋଇପାରିବ। ସମ୍ମମ୍‌ରେ ପ୍ରଥମ ଥର ଏହି ଜାତୀୟ ସମ୍ମିଳନୀ ଆୟୋଜନ କରାଯାଇଥିବା ଡକ୍ଟର ଦାଶ ପ୍ରକାଶ କରିଥିଲେ।

ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମ୍ମମ୍‌ର ଚିଫ୍ ଅଫ୍ ମେଡିକାଲ୍ ସର୍ଭିସେସ୍ ବ୍ରିଗେଡିଅର (ଡାକ୍ତର) ବିରାଜ ମୋହନ ମିଶ୍ର, ଆଇଏସ୍‌ଭିଆଇଆର୍‌ର ସମ୍ପାଦକ ଡାକ୍ତର ଅଜିତ କୁମାର ଯାଦବ, ଓଆର୍‌ଆଇଏର ସଭାପତି ଡାକ୍ତର ପ୍ରଫୁଲ୍ଲ କୁମାର ଦାଶ, ସଚିବ ଡାକ୍ତର ସତ୍ୟ ସୁନ୍ଦର୍ ଗଜେନ୍ଦ୍ର ମହାପାତ୍ର, ସମ୍ମମ୍ ଆଇଆରକନ୍‌-୨୦୨୪ ର ଆୟୋଜକ ଅଧ୍ୟକ୍ଷ ଡାକ୍ତର ରଞ୍ଜନ କୁମାର ସାହୁ ଓ ଆୟୋଜକ ସମ୍ପାଦକ ଡାକ୍ତର ସମ୍ବିତ କୁମାର ପଟ୍ଟନାୟକ ବକ୍ତବ୍ୟ ରଖିଥିଲେ।

Leave A Reply

Your email address will not be published.