ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ପ୍ୟାକେଜ୍ ପାଣିକୁ ବିପଦପୂର୍ଣ୍ଣ ଖାଦ୍ୟ ଶ୍ରେଣୀରେ ତାଲିକାଭୁକ୍ତ କଲା ଏଫ୍ଏସ୍ଏସ୍ଏଆଇ

0

ନୂଆଦିଲ୍ଲୀ; ସ୍ଵାସ୍ଥ୍ୟ ପାଇଁ କ୍ଷତିକାରକ ବଜାରରେ ମିଳୁଥିବା ମିନେରାଲ ୱାଟର ଏବଂ ପ୍ୟାକେଜଡ୍ ୱାଟର। ଏପରି ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛି କେନ୍ଦ୍ର ସରକାରଙ୍କ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରଧିକରଣ (FSSAI)। ଏଫ୍ଏସ୍ଏସ୍ଏଆଇ ପ୍ୟାକେଜ୍ ପାଣି ଏବଂ ମିନେରାଲ ପାଣିକୁ ବିପଦପୂର୍ଣ୍ଣ ଖାଦ୍ୟ ଶ୍ରେଣୀରେ ତାଲିକାଭୁକ୍ତ କରିଛି। ପ୍ୟାକେଜଡ୍ ୱାଟର ଏବଂ ମିନେରାଲ୍ ପାଣିକୁ ହାଇ ରିସ୍କ ଖାଦ୍ୟ ପଦାର୍ଥ ଶ୍ରେଣୀରେ ସାମିଲ କରିଛି ଏଫ୍ଏସ୍ଏସ୍ଏଆଇ। ଏଥିସହିତ ଏହାକୁ ବାଧ୍ୟତାମୂଳକ ଯାଞ୍ଚ ଏବଂ ତୃତୀୟ-ପକ୍ଷ ଅଡିଟ ନିୟମ ଅନୁଯାୟୀ ପାଳନ କରିବାକୁ କହିଛି ଏଫ୍ଏସ୍ଏସ୍ଏଆଇ।

ଏହି ଉତ୍ପାଦଗୁଡିକ ପାଇଁ ବିଆଇଏସରୁ ସାର୍ଟିଫିକେସନର ଆବଶ୍ୟକତାକୁ ହଟାଇବା ପାଇଁ ଗତ ଅକ୍ଟୋବରରେ ନିଷ୍ପତ୍ତି ନେଇଥିଲେ କେନ୍ଦ୍ର ସରକାର। ଏହା ପରେ ଏହି ସଂଶୋଧନ କରିଛି ଏଫ୍ଏସ୍ଏସ୍ଏଆଇ। ନୂଆ ନିୟମ ଅନୁସାରେ ପ୍ୟାକେଜଡ୍ ପାନୀୟ ଜଳ ଓ ମିନେରାଲ ଓ୍ବାଟର କମ୍ପାନିଗୁଡ଼ିକର ପ୍ରତିବର୍ଷ ବାଧ୍ୟତାମୂଳକ ପର୍ଯ୍ୟବେକ୍ଷଣ ହେବ। ଏହାଛଡ଼ା କମ୍ପାନିକୁ ଲାଇସେନ୍ସ ପ୍ରଦାନ ପୂର୍ବରୁ ପର୍ଯ୍ୟବେକ୍ଷଣ ହେବ। ଏହା ପଛରେ ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଉତ୍ପାଦର ସୁରକ୍ଷା ଏବଂ ଗୁଣବତ୍ତାରେ ସୁଧାର କରିବା। ଏହାଦ୍ୱାରା ଉପଭୋକ୍ତାଙ୍କୁ ସୁରକ୍ଷିତ ଖାଦ୍ୟ ସାମଗ୍ରୀ ଉପଲବ୍ଧ କରାଯାଇପାରିବ।

Leave A Reply

Your email address will not be published.