ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ଗିରଫ ହେଲେ ସହକାରୀ ନିର୍ବାହୀ ଯନ୍ତ୍ରୀ

0

ଜୟପୁର: ଗିରଫ ହେଲେ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ୱନାଥ ପାତ୍ର। ଭିଜିଲାନ୍ସ ଅଧିକାରୀମାନେ ଆଜି ବିଶ୍ୱନାଥଙ୍କୁ ଗିରଫ କରିଛନ୍ତି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ୱନାଥ ପାତ୍ରଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ। ଜୟପୁରରେ ଥିବା ତିନି ମହଲା ଘର, ଗଞ୍ଜାମ ବେଲଗୁଣ୍ଠାରେ ଥିବା ଦୁଇ ମହଲା ପୈତୃକ ଘର, ଭୁବନେଶ୍ୱର ନିଳାଦ୍ରୀ ବିହାର ସ୍ଥିତ ସମ୍ପର୍କୀୟ ଘରେ, ଜୟପୁର ବ୍ଲକରେ ଥିବା କାର୍ଯ୍ୟାଳୟ, ଜୟପୁର ମୁନିସିପାଲିଟିରେ ଥିବା କାର୍ଯ୍ୟାଳୟରେ ହୋଇଥିଲା ଚଢାଉ।

୨୦୧୬ ରୁ ନିୟମିତ ଚାକିରିରେ ଥିଲେ ନିର୍ବାହୀ ଯନ୍ତ୍ରୀ ବିଶ୍ୱନାଥ ପାତ୍ର। ଚଢ଼ାଉ ବେଳେ ୧ କୋଟି ଟଙ୍କାର ଜମା ଠାବ ହୋଇଥିଲା। ୧ କୋଟି ୫୫ ଲକ୍ଷ ଟଙ୍କାର ଘର ସହ ଦୁଇଟା କୋଠା ଓ ୧୮ ପ୍ଲଟର ମାଲିକ ବିଶ୍ୱନାଥ ପାତ୍ର। ସେହିପରି ଭୁବନେଶ୍ୱର ପ୍ରାଇମ ଲୋକେସନରେ ରହିଛି ୬ଟି ପ୍ଲଟ,ସହ ୮୫୦ ଗ୍ରାମ ସୁନା ଅଳଙ୍କାର ଠାବ କରିଥିଲା ଭିଜିଲାନ୍ସ। ୧୮୦୦ ଗ୍ରାମର ରୁପା ସହ ୭ ଲକ୍ଷ ୭୦ ହଜାର ଟଙ୍କାର ଘରକରଣ ସାମଗ୍ରୀ ଜବତ କରିଥିଲା ଭିଜିଲାନ୍ସ ଟିମ୍। ୨୦୧୧ ରେ ଆଡ଼ହକ ଆସିଷ୍ଟାଣ୍ଡ ଇଂଜିନିୟର ଭାବେ ଯୋଗ ଦେଇଥିଲେ। ସେତେବେଳେ ମାତ୍ର ୧୪ ହଜାର ଟଙ୍କା ଥିଲା ଦରମା। ୨୦୧୬ ରେ ଓପିଏସସି ଦେଇ ନିୟମିତ ହୋଇଥିଲେ। ତେବେ ୮ ବର୍ଷର ନିୟମିତ ଚାକିରିରେ ଅମାପ ସମ୍ପତ୍ତିର ମାଲିକ ଥିଲେ ନିର୍ବାହୀ ଯନ୍ତ୍ରୀ ବିଶ୍ୱନାଥ ପାତ୍ର।

Leave A Reply

Your email address will not be published.