ପ୍ରମୁଖ ଖବର

ଫିଟନେସ୍‌ ବିନା ରାସ୍ତାରେ ଗଡ଼ିବନି ଗାଡ଼ି; ନିୟମ ଭଙ୍ଗିଲେ ହେବ ଜବତ
ଭୁବନେଶ୍ୱରରେ ନିର୍ମାଣ ହେବ ୬୦୦ କୋଟି ଟଙ୍କାର ଅତ୍ୟାଧୁନିକ ରାଜସ୍ୱ ଭବନ
ଅହମଦାବାଦ ସିରିଏଲ ବିସ୍ଫୋରଣ ମାମଲା: ୩୮ଙ୍କୁ ଫାଶୀ, ୧୧ଙ୍କୁ ଆଜୀବନ କାରାଦଣ୍ଡ
ଶିଶୁ ବାଟିକା ଶିକ୍ଷକ ନିଯୁକ୍ତି ନେଇ ଭାଇରାଲ ଚିଠି ଜାଲ୍, ସ୍ପଷ୍ଟ କଲା ଗଣଶିକ୍ଷା ବିଭାଗ
ୱାୟାନାଡରେ ଭୟଙ୍କର ଭୂସ୍ଖଳନ: ୩ ମୃତ, ୭ ନିଖୋଜ; ଜାରି ରହିଛି ଉଦ୍ଧାର କାର୍ଯ୍ୟ
ନାଟୋ ସମ୍ମିଳନୀ ପୂର୍ବରୁ ୟୁକ୍ରେନ୍‌ ଉପରେ ରୁଷର ଭୟଙ୍କର ଆକ୍ରମଣ, ୨୩ ମୃତ
ତେଲ ନଦୀରେ ଭାସି ଯାଇ ବୃଦ୍ଧଙ୍କ ମୃତ୍ୟୁ
ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦୀ
ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗଜପତି
ଭୁବନେଶ୍ବର: ଦାମୀ ଗାଡ଼ିରେ ବ୍ରାଉନସୁଗାର କାରବାର, ବାପ–ପୁଅ ଗିରଫ

ପଞ୍ଜାବର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲଙ୍କୁ ଗୁଳିମାଡ଼

0

ପଞ୍ଜାବ: ସ୍ୱର୍ଣ୍ଣ ମନ୍ଦିରରେ ଶିରୋମଣି ଅକାଳୀ ଦଳ ନେତା ତଥା ପଞ୍ଜାବର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲଙ୍କ ଉପରେ ହୋଇଛି ଗୁଳିମାଡ଼। ଅଳ୍ପକେ ବର୍ତ୍ତିଲେ ସୁଖବୀର ସିଂ ବାଦଲ। ତେବେ ଶ୍ରୀ ବାଦଲ ସୁରକ୍ଷିତ ଅଛନ୍ତି। ତାଙ୍କର କିଛି ହୋଇନାହିଁ। କୁହାଯାଉଛି ଯେ ଜଣେ ବ୍ୟକ୍ତି ମନ୍ଦିରର ଫାଟକରେ ତାଙ୍କ ଉପରକୁ ଗୁଳିମାଡ କରିଥିଲେ। ସ୍ୱର୍ଣ୍ଣ ମନ୍ଦିର ଫାଟକ ନିକଟରେ ଆଜି ସକାଳେ ଘଟିଛି ଏହି ଘଟଣା। ତାଙ୍କର କିମ୍ବା ଅନ୍ୟ କୌଣସି ଲୋକଙ୍କର କୌଣସି କ୍ଷତି ହୋଇନାହିଁ। ଆତତାୟୀ ଗୁଳିମାଡ କରିବା ମାତ୍ରେ ଘଟଣାସ୍ଥଳରେ ଉପସ୍ଥିତ ଲୋକମାନେ ତାଙ୍କୁ ଧରିପକାଇଥିଲେ। ସେ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲଙ୍କ ଉପରକୁ ଲକ୍ଷ୍ୟ କରି ଗୁଳି ଚଳାଇବା ପରେ ସେଠାରେ ଉପସ୍ଥିତ ସ୍ୱର୍ଣ୍ଣ ମନ୍ଦିର କର୍ମଚାରୀ ଓ ଶ୍ରଦ୍ଧାଳୁମାନେ ତାଙ୍କୁ କାବୁ କରିଥିଲେ ଓ ସେ ଧରିଥିବା ପିସ୍ତଲ ଛଡ଼ାଇ ନେଇଥିଲେ। ଏହା ପରେ ତାଙ୍କୁ ପୁଲିସକୁ ହସ୍ତାନ୍ତର କରାଯାଇଛି। ପୁଲିସ ତାଙ୍କୁ ଗିରଫ କରିଛି। ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ତା ନିକଟରୁ ଏକ ପିସ୍ତଲ ମଧ୍ୟ ଉଦ୍ଧାର କରାଯାଇଛି। ଅଭିଯୁକ୍ତଙ୍କ ନାମ ନାରାୟଣ ସିଂ ଚୌରା ବୋଲି କୁହାଯାଉଛି। ସିଏ ଖାଲସା ଦଳ ସହ ଜଡିତ ବୋଲି ଜଣାପଡିଛି।

ସୂଚନାଥାଉକି,ଗୁଳି ମାରିଥିବା ବ୍ୟକ୍ତି ଧରାପଡ଼ିଛନ୍ତି। ତାଙ୍କ ନାଁ ନାରାୟଣ ସିଂହ। ସେ ବାବର ଖାଲସା ଇଣ୍ଟରନ୍ୟାସନାଲର ଜଣେ ପୂର୍ବତନ ଆତଙ୍କବାଦୀ ବୋଲି ଜଣାପଡ଼ିଛି। କୁହାଯାଉଛି ଯେ ସେ ୧୯୮୪ରେ ପାକିସ୍ତାନ ଯାଇଥିଲେ। ପାକିସ୍ତାନରୁ ପଞ୍ଜାବକୁ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ଚୋରା ଚାଲାଣ କରୁଥିଲେ। ଆକ୍ରମଣକାରୀ ମଧ୍ୟ ଗରିଲା ଯୁଦ୍ଧ ବିଷୟରେ ଏକ ପୁସ୍ତକ ଲେଖିଥିବା ଜଣାଯାଇଛି। ସେ ବୁରାଇଲ ଜେଲ ଭାଙ୍ଗିବା ମାମଲାରେ ଜଣେ ଅଭିଯୁକ୍ତ ଏବଂ ପଞ୍ଜାବ ଜେଲରେ ମଧ୍ୟ ତାଙ୍କ ଦଣ୍ଡ ଭୋଗୁଛନ୍ତି।

ଅନ୍ୟପଟେ ୨୦୦୭ରୁ ୨୦୧୭ ମଧ୍ୟରେ ଶିରୋମଣି ଅକାଳୀ ସରକାର ସମୟରେ ଏକ ଧାର୍ମିକ ଅପବିତ୍ରୀକରଣ ମାମଲା ସହିତ ଅନ୍ୟାନ୍ୟ ଭୁଲ୍‌ କରି ଅକାଲ ତଖ୍ତଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲଙ୍କୁ ଦଣ୍ଡ ଦିଆଯାଇଛି। ତାଙ୍କ ଦଣ୍ଡ ସ୍ୱରୂପ ସ୍ୱର୍ଣ୍ଣ ମନ୍ଦିର ଓ ଅନ୍ୟ ଗୁରୁଦ୍ୱାରରେ ଶୌଚାଳୟ, ବାସନ ଓ ଜୋତା ସଫା କରିବା ସହିତ ଅନ୍ୟାନ୍ୟ କାର୍ଯ୍ୟ କରିବାକୁ କୁହାଯାଇଛି।

ତେବେ ତାଙ୍କ ଗୋଡ଼ ଭାଙ୍ଗିଥିବାରୁ ସେ ଦୁଇ ଦିନ ହେବ ସ୍ୱର୍ଣ୍ଣ ମନ୍ଦିରର ଫାଟକ ସମ୍ମୁଖରେ ଜଣେ ସୁରକ୍ଷାକର୍ମୀ ଭାବେ କାର୍ଯ୍ୟ କରୁଛନ୍ତି। ହୁଇଲ ଚେୟାରରେ ବସି ହାତରେ ଏକ ବର୍ଚ୍ଛା ଧରି ସେ ଏହି ସେବା କରୁଛନ୍ତି। ଆଜି ସକାଳେ ସେ ଏହି ସେବା କରୁଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା। ତେବେ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ।

Leave A Reply

Your email address will not be published.