ପ୍ରମୁଖ ଖବର

ଭାରତ ପାଇଁ ସ୍ୱର୍ଣ୍ଣ ଜିତିଲେ ଛତ୍ରପୁରର ପାରା ଫେନ୍ସର ଭି. ରମେଶ ରାଓ
ମୌସୁମୀ ଅଧିବେଶନରେ ୧୨ ବିଲ୍ ପାରିତ, ଉତ୍ପାଦକତା କମ୍
ମୋଦୀଙ୍କ ବିଦେଶନୀତିକୁ ମୋରିସନଙ୍କ ପ୍ରଶଂସା
ସଂସଦରେ ଓଲଟା ଚିତ୍ର: ଆଲୋଚନା ଚାହୁଁଛି ସରକାର
ପ୍ୟାକେଟ୍ ଖାଦ୍ୟରେ ଚେତାବନୀ ଲେବଲ୍ ନେଇ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ତାଗିଦ
ଡିଜିପି ନିଯୁକ୍ତିକୁ ସୁପ୍ରିମକୋର୍ଟଙ୍କ ରୋକ, ଅଗଷ୍ଟ ୧୮ ପର୍ଯ୍ୟନ୍ତ ଚୟନ ନକରିବାକୁ ନିର୍ଦ୍ଦେଶ
କ୍ଷୀର ଦର ବୃଦ୍ଧି ପରେ ମହଙ୍ଗା ହେଲା ଛେନା-ପନିର

ପୁଷ୍ପା ୨’ ପ୍ରିମିୟର ଶୋ’ ବେଳେ ଦଳାଚକଟାରେ ଜଣେ ମୃତ

0

ହାଇଦ୍ରାବାଦ: ରିଲିଜ ହୋଇଛି ଅଲ୍ଲୁ ଅର୍ଜୁନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୁଷ୍ପା ୨’। ତେବେ ପୁଷ୍ପା-୨ ରିଲିଜ୍‌ ବେଳେ ଘଟିଛି ବଡ଼ ଅଘଟଣ ହୋଇଛି। ଦଳାଚକଟାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଲୋକ ଆହତ ହୋଇଛନ୍ତି। ହାଇଦ୍ରାବାଦରେ ଗତକାଲି ରାତିରେ ପୁଷ୍ପା-୨ ପ୍ରିମିୟର୍ ଶୋ’ ହୋଇଥିଲା। ଏଥିରେ ପୁଷ୍ପା ଅର୍ଥାତ ଅଲ୍ଳୁ ଅର୍ଜୁନ୍ ଓ ରଶ୍ମିକା ମନ୍ଦନା ସାମିଲ ହୋଇଥିଲେ। ତେବେ ତାଙ୍କୁ ଦେଖିବାକୁ ଫ୍ୟାନ୍ ଏତେ ଭିଡ଼ ଜମାଇଥିଲେ ଯେ, ଦଳାଚକଟା ପରିସ୍ଥିତି ଉପୁଜିଥିଲା।

ସୂଚନା ଅନୁସାରେ, ଫିଲ୍ମକୁ ନେଇ ଲୋକଙ୍କ ମଧ୍ୟରେ ପୁର୍ବରୁ ବହୁତ ଉତ୍ସାହ ଥିବା ବେଳେ ପ୍ରିମିୟର ଶୋ ଦେଖିବା ପାଇଁ ହଲ୍ ସାମ୍ନାରେ ରାତି ଅଧରୁ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ଏହାସହ ଅଲ୍ଲୁ ଅର୍ଜୁନଙ୍କ ଆସିବା ଖବର ଭିଡକୁ ଆହୁରି ଦୁଇ ଗୁଣିତ କରିଥିଲା। ଅଲ୍ଲୁ ଅର୍ଜୁନ ସିନେମା ହଲରେ ପହଞ୍ଚିବା ପରେ ଭିଡ ଅଣଆୟତ ହୋଇଥିଲା। ଭିଡ ଏତେ ମାତ୍ରାରେ ବଢିଥିଲା ଯେ ଦଳାଚକଟା ଭଳି ପରିସ୍ଥିତି ଉପୁଜିଥିଲା। ଦିଲସୁଖନଗର ନିବାସୀ ରେବତୀ (୩୯) ତାଙ୍କ ସ୍ୱାମୀ ଭାସ୍କର ଏବଂ ଦୁଇ ପୁଅଙ୍କ ସହ ପୁଷ୍ପା-୨ ଫିଲ୍ମ ଦେଖିବାକୁ ଯାଇଥିଲେ। ଯେତେବେଳେ ରେବତୀ ଏବଂ ତାଙ୍କ ପରିବାର ଥିଏଟର ବାହାରକୁ ଆସୁଥିଲେ, ସେତେବେଳେ ଦଳାଚକଟା ହୋଇଥିଲା। ଦଳାଚକଟାରେ ଅନେକ ଲୋକ ଆହତ ହୋଇଥିବା ବେଳେ ରେବତୀ ତାଙ୍କ ପୁଅ ସହ ତଳେ ପଡିଯାଇଥିଲେ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତରଖାନାରେ ରେବତୀଙ୍କର ମୃତ୍ୟୁ ହୋଇଛି। ତାଙ୍କ ପୁଅଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏକ ସୁପର ସ୍ପେସାଲିଷ୍ଟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଶେଷରେ ଭିଡ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା ଏବଂ ଦଳାଚକଟା ପରିସ୍ଥିତି ଉପୁଜିଥିଲ।। ପରିସ୍ଥିତି ଅସମ୍ଭାଳ ହେବାରୁ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଲାଠୀ ଚାର୍ଜ ମଧ୍ୟ କରିଥିଲା।

Leave A Reply

Your email address will not be published.