ପ୍ରମୁଖ ଖବର

ମଣ୍ଡିରୁ ଧାନ ଉଠାଇବାରେ ଅବହେଳା: ୧୧ ମିଲରଙ୍କୁ ନୋଟିସ ଜାରି
ରଞ୍ଜନା ଚୋପ୍ରା ଓ ହେମନ୍ତ ଶର୍ମାଙ୍କ ପଦୋନ୍ନତି କଲେ ରାଜ୍ୟ ସରକାର
କମେଡି କିଙ୍ଗ୍ କପିଲ୍ ଶର୍ମା, କମେଡିଆନ ରାଜପାଲ ଯାଦବ, ରେମୋ ଡିସୁଜା, କମେଡିଆନ ସୁଗନ୍ଧା ମିଶ୍ରଙ୍କୁ ମିଳିଛି ହତ୍ୟା ଧମକ
ଟ୍ରେନ ଦୁର୍ଘଟଣା ମୃତକଙ୍କ ପରିବାରକୁ ୫ ଲକ୍ଷ ଲେଖାଏଁ ସହାୟତା ଘୋଷଣା କଲେ ଦେବେନ୍ଦ୍ର ଫଡ୍‌ନାବୀସ
ରାଜଧାନୀରୁ ୪୨ କିଲୋ ଗଞ୍ଜେଇ ଜବତ, ୫ ଗିରଫ

ରାଜ୍ୟସଭାରେ ସାଂସଦଙ୍କ ସିଟ୍ ତଳୁ ମିଳିଲା ଟଙ୍କା

0

ନୂଆଦିଲ୍ଲୀ: ରାଜ୍ୟସଭାରେ ସାଂସଦଙ୍କ ସିଟ୍ ତଳୁ ମିଳିଲା ନୋଟ୍ ବଣ୍ଡଲ। ସଂସଦରେ ଶୀତକାଳୀନ ଅଧିବେଶନ ସମୟରେ ଶୁକ୍ରବାର ରାଜ୍ୟସଭାରେ ପ୍ରବଳ ହଙ୍ଗାମା ହୋଇଛି। ରାଜ୍ୟସଭାରେ କଂଗ୍ରେସ ସାଂସଦ ଅଭିଷେକ ମନୁ ସିଂଘଭୀଙ୍କ ସିଟ୍‌ରୁ ପୁଳା ପୁଳା ଟଙ୍କା ମିଳିବା ଘଟଣା ସାମ୍ନାକୁ ଆସିବା ପରେ ପ୍ରବଳ ହଟ୍ଟଗୋଳ ହୋଇଛି।ସୁରକ୍ଷା କର୍ମୀଙ୍କ ଯାଞ୍ଚ ବେଳେ ସିଟ୍ ତଳୁ ନୋଟ ବଣ୍ଡଲ ମିଳିଥିବା ନେଇ ଗୃହରେ ଅବଗତ କରାଇଲେ ରାଜ୍ୟସଭା ସଭାପତି ଜଗଦୀପ ଧନକଡ। ତେବେ ଏହି ନୋଟ୍ ବିଡାଟି କଂଗ୍ରେସ ସାଂସଦଙ୍କ ସିଟ୍ ତଳୁ ମିଳିଥିବାରୁ ଏହାକୁ ନେଇ ଗୃହରେ ବିରୋଧ ଦେଖାଦେଇଥିଲା। ବିଜେପି ଜୋରଦାର ପ୍ରସଙ୍ଗକୁ ତେଜିଥିବା ବେଳେ ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି ହୋଇଛି।

ତେବେ ଆଦାନୀ ପ୍ରସଙ୍ଗକୁ ନେଇ ବିଜେପିକୁ ଲଗାତାର ଘେରୁଥିବା କଂଗ୍ରେସ ଏବେ ବିଜେପି ଘେରରେ ପଡିଛି। ଆଜି ରାଜ୍ୟସଭା ସଦନର କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ସୁରକ୍ଷା କର୍ମୀଙ୍କ ଯାଞ୍ଚ ଦ୍ବାରା ଗୃହ ମଧ୍ୟରୁ ନୋଟ ବିଡା ମିଳିଥିବା ନେଇ ଅବଗତ କରାଇଥିଲେ ରାଜ୍ୟସଭା ସଭାପତି ତଥା ଉପରାଷ୍ଟ୍ରପତି ଜଗଦୀପ ଧନକଡ। ଧନଖଡ଼ ଆଜି ରାଜ୍ୟସଭାରେ କହିଛନ୍ତି ଯେ, ‘‘ଗତକାଲି ଗୃହ ମୁଲତବୀ ହେବାପରେ ସଫେଇ କରାଯିବା ସମୟରେ ସିଟ୍ ନମ୍ବର ୨୨୨ରୁ ଟଙ୍କା ବଣ୍ଡଲ ମିଳିଛି। କହିରଖୁଛି ଯେ, ଏହି ଆସନ ତେଲଙ୍ଗାନା ରାଜ୍ୟରୁ ନିର୍ବାଚିତ ଅଭିଷେକ ମନୁ ସିଂଘଭୀଙ୍କୁ ଆବଣ୍ଟିତ କରାଯାଇଛି। ଏହି ମାମଲା ମୋ ନଜରକୁ ଅଣାଯାଇଛି ଏବଂ ମୁଁ ସୁନିଶ୍ଚିତ କରିଥିଲି ଯେ ତଦନ୍ତ ହେଉ ଏବଂ ତଦନ୍ତ ଜାରି ରହିଛି।’’ ସିଂଘଭୀଙ୍କ ଆସନ ତଳୁ ପୁଳା ପୁଳା ଟଙ୍କା ମିଳିବା ପରେ ବିଜେପି ବିରୋଧୀଙ୍କୁ ଟାର୍ଗେଟ କରିଛି।

ଅପରପକ୍ଷେ ଏଭଳି ଅଭିଯୋଗ ଆସିବା ପରେ ଆସନରୁ ମିଳିଥିବା ଟଙ୍କା ତାଙ୍କର ନୁହେଁ ବୋଲି ଦାବି କରି କହିଛନ୍ତି ଅଭିଷେକ। ସେ କହିଛନ୍ତି, “ମୁଁ ରାଜ୍ୟସଭାକୁ ୫୦୦ଟଙ୍କା ନେଇଥାଏ। ମୁଁ ଏ ବିଷୟରେ ପ୍ରଥମ ଥର ଶୁଣିଲି। ମୁଁ ଗତକାଲି ଦିନ ୧୨ଟା ୫୭ରେ ଗୃହରେ ପ୍ରବଶେ କରି ଏବଂ ୧ଟାରେ ବାହାରି ଆସିଥିଲି। କ୍ୟାଣ୍ଟିନରେ ୧.୩୦ ପର୍ଯ୍ୟନ୍ତ ଭୋଜନ କରିବା ପରେ ମୁଁ ସଂସଦରୁ ଚାଲିଆସିଥିଲି। ଗୃହରେ ମୁଁ ସମୁଦାୟ ୩ ମିନିଟ୍‌ ରହିଥିଲି। ଏହା ବ୍ୟତୀତ କ୍ୟାଣ୍ଟିନରେ ୩୦ ମିନିଟ୍‌ ଥିଲି।’’ ସେ ଆହୁରି କହିଛନ୍ତି ନିଶ୍ଚିତ ଭାବେ ଏହାର ଯାଞ୍ଚ ହେବା ଆବଶ୍ୟକ।

ସେପଟେ ଟଙ୍କା ବଣ୍ଡଲ ମିଳିବା ପରେ ଏହାକୁ ନେଇ ସରଗରମ ହୋଇଛି ଗୃହ। ବିଜେପି କଂଗ୍ରେସକୁ ଘେରିଥିବା ବେଳେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏହାକୁ ବିରୋଧ କରିଛନ୍ତି । ବିନା ତଦନ୍ତରେ କାହା ନାଁ ନେବା ଉଚିତ୍ ନୁହଁ ବୋଲି କହି ଅସନ୍ତୋଷ ପ୍ରକାଶ କରିଛନ୍ତି ଖଡଗେ।

Leave A Reply

Your email address will not be published.