ପ୍ରମୁଖ ଖବର

ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ, ପୁରୀ ଗଲେ ୭୪ ଶ୍ରଦ୍ଧାଳୁ
ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
ଓଡିଶାର ଏହି ୪ ସହର ହେବ କମନ ଇକୋନୋମିକ୍‌ ଜୋନ୍‌
ବାଂଲାଦେଶ ନିର୍ବାଚନ: ବିଏନପିର ସଫଳତାରେ ତାରିକଙ୍କୁ ମୋଦୀଙ୍କ ଅଭିନନ୍ଦନ
ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ପରଲୋକ
ଆଜିଠୁ ପରୀକ୍ଷା ପରିଚାଳନା ହବ୍‌କୁ ଯିବ +୨ ପ୍ରଶ୍ନପତ୍ର

ଅପରିବର୍ତ୍ତିତ ରହିଲା ରେପୋ ରେଟ୍, ବଢ଼ିବନି ଇଏମ୍ଆଇ

0

ନୂଆଦିଲ୍ଲୀ: ରେପୋ ହାରକୁ ନେଇ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଅପରିବର୍ତ୍ତିତ ରହିଲା ରେପୋ ରେଟ୍। ଲଗାତାର ୧୧ ଥର ପାଇଁ ରେପୋ ରେଟ୍‌ରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ରେପୋ ରେଟ୍‌କୁ ୬.୫ ପ୍ରତିଶତରେ ସ୍ଥିର ରଖିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଫଳରେ ଅର୍ଥ ଲୋନ ଇଏମ୍ଆଇ ରେ କୌଣସି ପରିବର୍ତ୍ତନ ହେବନି। ଏନେଇ ସୂଚନା ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର ତଥା ଏମପିସି ଅଧ୍ୟକ୍ଷ ଶକ୍ତିକାନ୍ତ ଦାସ।

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଆଜି ଲଗାତାର ୧୧ମ ଥର ପାଇଁ ରେପୋ ରେଟକୁ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଛି ଆରବିଆଇ। ୨୦୨୩ ଫେବୃଆରୀରୁ ରେପୋ ରେଟ ଅପରିବର୍ତ୍ତିତ ରହିଛି। ଫଳରେ ଇଏମଆଇରେ ବୃଦ୍ଧି ଘଟିବନି। ଇଏମଆଇ ବଢିବ ନାହିଁ କି ହ୍ରାସ ଘଟିବ ନାହିଁ। ଏହାଫଳରେ ଗ୍ରାହକଙ୍କ ଉପରେ ଋଣ ବୋଝ ପଡିବିନି। ଲୋନ ନେଇ ଇଏମଆଇରେ ଦେଉଥିଲେ ଏହା ବୃଦ୍ଧି ପାଇବନି। ରେପୋ ରେଟ୍‌କୁ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନିଆଯାଇଥିବା ନେଇ ଏମପିସି ବୈଠକରେ କହିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ।

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ତାଙ୍କ କାର୍ଯ୍ୟକାଳର ଶେଷ ମୁଦ୍ରା ନୀତି ଘୋଷଣା କରିବାବେଳେ କହିଛନ୍ତି ଯେ ରେପୋ ହାରକୁ ଅପରିବର୍ତ୍ତିତ ରଖିବା ଉଚିତ ବୋଲି ଅଧିକାଂଶ ସଦସ୍ୟ ନିଷ୍ପତ୍ତି ନେଇଛନ୍ତି। ଟାର୍ଗେଟରେ ମୁଦ୍ରାସ୍ଫୀତି ଆଣିବା ଉପରେ ଧ୍ୟାନ ଦିଆଯିବ ବୋଲି MPC ନିଷ୍ପତ୍ତି ନେଇଛି। ସେଥିପାଇଁ ରେପୋ ରେଟ୍ ବର୍ତ୍ତମାନ ପରିବର୍ତନ କରାଯାଉନାହିଁ।

Leave A Reply

Your email address will not be published.