ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

ରାଜ୍ୟସଭାରୁ କୋଏଲ ମଲ୍ଲିକଙ୍କ ଇସ୍ତଫା

0

ତୃଣମୂଳ ଶିବିରରେ ରାଜନୈତିକ ଚର୍ଚ୍ଚା ତୀବ୍ର
ନୂଆଦିଲ୍ଲୀ: ବଙ୍ଗାଳୀ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତ୍ରୀ ଓ ତୃଣମୂଳ କଂଗ୍ରେସ ନେତ୍ରୀ କୋଏଲ ମଲ୍ଲିକ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଚଳିତ ବର୍ଷ ଫେବୃଆରୀରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା କୋଏଲ ମାତ୍ର ତିନି ମାସ ମଧ୍ୟରେ ପଦ ଛାଡ଼ିବାରୁ ପଶ୍ଚିମବଙ୍ଗ ରାଜନୀତିରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି।

ସୂଚନା ଅନୁଯାୟୀ, କୋଏଲ ପ୍ରଥମେ ଇ-ମେଲ୍‌ ଯୋଗେ ନିଜର ଇସ୍ତଫାପତ୍ର ପଠାଇଥିଲେ। ପରେ ନିୟମ ଅନୁସାରେ ବ୍ୟକ୍ତିଗତ ଭାବେ ଉପସ୍ଥିତ ହୋଇ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ସି. ପି. ରାଧାକୃଷ୍ଣନଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଥିଲେ। ଇସ୍ତଫା ପରେ ସେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ବାସଭବନରେ ଦେଖାଯିବା ପରେ ତାଙ୍କ ଭବିଷ୍ୟତ ରାଜନୈତିକ ପଦକ୍ଷେପକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସର ପରାଜୟ ପରେ ରାଜ୍ୟସଭାରୁ ଇସ୍ତଫା ଦେଇଥିବା ଦଳର ଚତୁର୍ଥ ସାଂସଦ ହେଲେ କୋଏଲ ମଲ୍ଲିକ। ଏହା ପୂର୍ବରୁ ସୁଖେନ୍ଦୁ ଶେଖର ରାୟ, ସୁଷ୍ମିତା ଦେବ ଓ ପ୍ରକାଶ ଚିକ ବରାଇକ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ।

ଉଲ୍ଲେଖନୀୟ ଯେ, ରାଜ୍ୟସଭାକୁ ନିର୍ବାଚିତ ହେବା ପରେ କୋଏଲ ମଲ୍ଲିକ ଗୋଟିଏ ମଧ୍ୟ ସଦନ ଅଧିବେଶନରେ ଯୋଗ ଦେଇନଥିଲେ। ବରଂ ସେ ରାଜ୍ୟରେ ତୃଣମୂଳ ପ୍ରାର୍ଥୀମାନଙ୍କ ପ୍ରଚାରରେ ଅଧିକ ସକ୍ରିୟ ଥିଲେ। ତାଙ୍କ ଇସ୍ତଫା ପରେ ତୃଣମୂଳର ରାଜନୈତିକ ଭବିଷ୍ୟତ ଓ ଦଳ ଛାଡ଼ିବା ସମ୍ଭାବନାକୁ ନେଇ ରାଜନୈତିକ ମହଲରେ ନାନା କଳ୍ପନାଜଳ୍ପନା ଜାରି ରହିଛି।

Leave A Reply

Your email address will not be published.