ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

ରଥଯାତ୍ରାରେ ଅଘଟଣ: ଦଳାଚକଟାରେ ଜଣେ ଭକ୍ତଙ୍କ ମୃତ୍ୟୁ

0

ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ପୁରୀରେ ଏକ ଦୁଃଖଦ ଅଘଟଣ ଘଟିଛି। ରଥଯାତ୍ରା ସମୟରେ ଦଳାଚକଟାରେ ଜଣେ ଭକ୍ତଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତକ ହେଲେ କଟକ ଅଞ୍ଚଳର ଅନିଲ ଦାଶ।

ସୂଚନା ଅନୁଯାୟୀ, ପୁରୀର ମରିଚିକୋଟ ଛକ ନିକଟରେ ପ୍ରବଳ ଭିଡ଼ ମଧ୍ୟରେ ଏହି ଅଘଟଣ ଘଟିଥିଲା। ଭିଡ଼ ଭିତରେ ଅଣନିଶ୍ୱାସୀ ହୋଇ ଅନିଲ ଦାଶ ତଳେ ପଡ଼ିଯାଇଥିବା ବେଳେ ପରିସ୍ଥିତି ଦଳାଚକଟାର ରୂପ ନେଇଥିଲା। ଘଟଣାରେ ଅନେକ ଭକ୍ତ ଆହତ ହୋଇଥିବା ସୂଚନା ମିଳିଛି। ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଅନିଲ ଦାଶଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଘଟଣା ପରେ ସେହି ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି। ରଥଯାତ୍ରା ଭଳି ବିଶାଳ ଜନସମାଗମରେ ଏଭଳି ଅଘଟଣ ଭକ୍ତମାନଙ୍କ ମଧ୍ୟରେ ଶୋକର ଛାୟା ଖେଳାଇ ଦେଇଛି।

Leave A Reply

Your email address will not be published.