ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ମଧ୍ୟାହ୍ନ ଭୋଜନ ଖାଇ ୫୩ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ

0

ଦାରିଙ୍ଗବାଡ଼ି: ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ୫୩ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ। ସେମାନଙ୍କ ମଧ୍ୟରୁ ଅନେକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇବା ପରେ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଯାଇଛନ୍ତି।

କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବଡ଼ ଅଘଟଣ ଘଟିଛି। ଶନିବାର ମଧ୍ୟାହ୍ନଭୋଜନ ଖାଇବା ପରେ ପ୍ରଥମେ ୬ ଓ ପର୍ଯ୍ୟାୟ କ୍ରମେ ପ୍ରାୟ ୩୫ ଜଣ ଛାତ୍ରୀଛାତ୍ରଙ୍କୁ ପ୍ରଥମେ ପେଟ କାଟିବା ଓ ପରେ ବାନ୍ତି ହୋଇଥିଲା। ପ୍ରଧାନଶିକ୍ଷକ ବିଦେଶୀ ନାୟକ ଓ ସହକାରୀ ଶିକ୍ଷୟିତ୍ରୀ, ସିଆରସିସି ଶିବଶଙ୍କର ସାହୁ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଆରକେଲ ପ୍ରଧାନ ପ୍ରମୁଖ ଗୁରୁତର ଛାତ୍ରୀଛାତ୍ରଙ୍କୁ ସିମନବାଡ଼ି ପ୍ରାଥମିକ ସ୍ବାସ୍ଥ୍ୟକନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ୫ ଜଣ ଛାତ୍ରଛାତ୍ରୀଙ୍କୁ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି।

ଛାତ୍ରୀଛାତ୍ରଙ୍କ ଅଭିଯୋଗ ପ୍ରକାରେ ଆଜି ଶନିବାର ଛାତ୍ରଛାତ୍ରୀଙ୍କୁ ଭାତ ଓ ଅଣ୍ଡା ତରକାରୀ ଖାଇବାକୁ ଦିଆଯାଇଥିଲା। ମଧ୍ୟାହ୍ନ ଭୋଜନ ଖାଇବା ବେଳେ ଖଟା ଲାଗୁଥିଲା ବୋଲି ଛାତ୍ରଛାତ୍ରୀ କହିଥିଲେ। ଏହାର କିଛି ସମୟ ପରେ ଛାତ୍ରଛାତ୍ରୀମାନେ ଅସୁସ୍ଥ ଅନୁଭବ କରିଥିଲେ। କିଛି ଛାତ୍ରୀଛାତ୍ର ଉକ୍ତ ମଧ୍ୟାହ୍ନଭୋଜନ ନ ଖାଇ ଫିଙ୍ଗି ଦେଇଛନ୍ତି।

Leave A Reply

Your email address will not be published.