ପ୍ରମୁଖ ଖବର

ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ଏୟାର ଇଣ୍ଡିଆର ଦୁଇ ପାଇଲଟ୍‌ ଡ୍ରଗ୍‌ ଟେଷ୍ଟରେ ପଜିଟିଭ୍‌
ତାମିଲନାଡୁର ଚାଷୀଙ୍କ ପାଇଁ ବଡ଼ ଘୋଷଣା, ୭୫ ହଜାର ପର୍ଯ୍ୟନ୍ତ କୃଷି ଋଣ ସମ୍ପୂର୍ଣ୍ଣ ଛାଡ଼
ତାରାପୀଠ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ, ୫ ମୃତ; ୫ ଆହତ
ଅଶୋକ ଧାମ ମନ୍ଦିରରେ ଦଳାଚକଟା, ୭ ଭକ୍ତଙ୍କ ମୃତ୍ୟୁ; ୧୨ ଆହତ
ଏଲପିଜି ଇ-କେୱାଇସିର ଶେଷ ତାରିଖ ବଢ଼ିଲା, ଅଗଷ୍ଟ ୨୩ ପର୍ଯ୍ୟନ୍ତ ସୁଯୋଗ

ମଠ ଭିତରେ ଯୁବତୀଙ୍କୁ ଔଷଧ ଦେଇ ଦୁଷ୍କର୍ମ

0

ରେଢ଼ାଖୋଲ: ରେଢ଼ାଖୋଲରେ ଲଜ୍ଜା। ବନ୍ଧା ହେଲେ ଆତ୍ମଘୋଷିତ ବାବା ପ୍ରଫୁଲ୍ଲ। ମଠ ଭିତରେ ଯୁବତୀଙ୍କୁ ଦୁଷ୍କର୍ମ କଲା ରଙ୍ଗିଲା ବାବା। ଲୁହାପଙ୍କ ପଞ୍ଚାୟତ ବୈଷ୍ଣବଝୁଲି ଗାଁ ମଠ ଭିତରେ ଯୁବତୀଙ୍କୁ ଦୁଷ୍କର୍ମ। ଔଷଧ ଦେଇ ଯୁବତୀଙ୍କୁ ଅଚେତ ଅବସ୍ଥାରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ୫୩ ବର୍ଷୀୟ ବାବା ପ୍ରଫୁଲ୍ଲ ମହଲାଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି ପୋଲିସ।

ସୂଚନାନୁସାରେ, ସମ୍ବଲପୁର ରେଢାଖୋଲ ଥାନା ବୌଷ୍ଣବଝୁଲୀ ଗାଁରେ ଏକ ଆଶ୍ରମରେ ପ୍ରଫୁଲ୍ଲ ବାବା ପରିଚୟ ଦେଇ ଦୀର୍ଘ ୮ମାସ ହେଲା ରହୁଥିଲେ ଏହି ଭଣ୍ଡ ବାବା। ଟାର୍ଗେଟରେ ଥିଲେ ଗରିବ ଅସୁସ୍ଥ ଯୁବତୀ ଓ ମହିଳା ସେମାନଙ୍କୁ ସୁସ୍ଥ କରିଦେବି କହି ଚେରମୂଳି ଔଷଧ ଦେଉଥିଲା। ସେମାନଙ୍କଠାରୁ ମୋବାଇଲ ନମ୍ବର ରଖି ପରବର୍ତ୍ତୀ ସମୟରେ ସେମାନଙ୍କ ସହ କଥାବାର୍ତ୍ତା ହୋଇ ବିଶ୍ୱାସ ଜନ୍ମାଉଥିଲା। ତେବେ ଜବତ ହୋଇଥିବା ମୋବାଇଲରେ ଅନେକ ମହିଳା, ଝିଅଙ୍କ ଫୋନ ନମ୍ବର ଓ ଫଟୋ ରହିଥିବା ପୋଲିସ ସୂଚନା ଦେଇଛି।

ଦେହ ଖରାପ ଥିବାରୁ ଚାରମାଳ ଥାନା ଅଞ୍ଚଳର ଜଣେ ଅବିବାହିତ ଆଦିବାସୀ ଯୁବତୀ ଆଶ୍ରମ ଆସିଥିଲେ। ସେଠାରେ କଥାବାର୍ତ୍ତା ହେବା ପରେ କିଛି ଔଷଧ ଯୁବତୀଙ୍କୁ ଖାଇବାକୁ ଦେଇଥିଲେ। ଏହାପରେ ଆଉଥରେ ଔଷଧ ନେବାକୁ କହିଥିଲେ। ଔଷଧ ଦେବା ବାହାନାରେ ଆଶ୍ରମକୁ ଡାକି ଔଷଧ ଖାଇବାକୁ ଦେଇଥିଲେ। ବଟିକା ଖାଇବାପରେ ଯୁବତୀ ଜଣଙ୍କ ଅଚେତ ହୋଇଯାଇଥିଲେ। ପରେ ସେ ତାଙ୍କୁ ବଳାତ୍କାର କରିଥିଲା। ଯୁବତୀଜଣଙ୍କ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଏ ନେଇ ଅଭିଯୋଗ ପରେ ପୋଲିସ ବାବାଙ୍କୁ ଅଟକ ରଖିଛି।

Leave A Reply

Your email address will not be published.