ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ମଠ ଭିତରେ ଯୁବତୀଙ୍କୁ ଔଷଧ ଦେଇ ଦୁଷ୍କର୍ମ

0

ରେଢ଼ାଖୋଲ: ରେଢ଼ାଖୋଲରେ ଲଜ୍ଜା। ବନ୍ଧା ହେଲେ ଆତ୍ମଘୋଷିତ ବାବା ପ୍ରଫୁଲ୍ଲ। ମଠ ଭିତରେ ଯୁବତୀଙ୍କୁ ଦୁଷ୍କର୍ମ କଲା ରଙ୍ଗିଲା ବାବା। ଲୁହାପଙ୍କ ପଞ୍ଚାୟତ ବୈଷ୍ଣବଝୁଲି ଗାଁ ମଠ ଭିତରେ ଯୁବତୀଙ୍କୁ ଦୁଷ୍କର୍ମ। ଔଷଧ ଦେଇ ଯୁବତୀଙ୍କୁ ଅଚେତ ଅବସ୍ଥାରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ୫୩ ବର୍ଷୀୟ ବାବା ପ୍ରଫୁଲ୍ଲ ମହଲାଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି ପୋଲିସ।

ସୂଚନାନୁସାରେ, ସମ୍ବଲପୁର ରେଢାଖୋଲ ଥାନା ବୌଷ୍ଣବଝୁଲୀ ଗାଁରେ ଏକ ଆଶ୍ରମରେ ପ୍ରଫୁଲ୍ଲ ବାବା ପରିଚୟ ଦେଇ ଦୀର୍ଘ ୮ମାସ ହେଲା ରହୁଥିଲେ ଏହି ଭଣ୍ଡ ବାବା। ଟାର୍ଗେଟରେ ଥିଲେ ଗରିବ ଅସୁସ୍ଥ ଯୁବତୀ ଓ ମହିଳା ସେମାନଙ୍କୁ ସୁସ୍ଥ କରିଦେବି କହି ଚେରମୂଳି ଔଷଧ ଦେଉଥିଲା। ସେମାନଙ୍କଠାରୁ ମୋବାଇଲ ନମ୍ବର ରଖି ପରବର୍ତ୍ତୀ ସମୟରେ ସେମାନଙ୍କ ସହ କଥାବାର୍ତ୍ତା ହୋଇ ବିଶ୍ୱାସ ଜନ୍ମାଉଥିଲା। ତେବେ ଜବତ ହୋଇଥିବା ମୋବାଇଲରେ ଅନେକ ମହିଳା, ଝିଅଙ୍କ ଫୋନ ନମ୍ବର ଓ ଫଟୋ ରହିଥିବା ପୋଲିସ ସୂଚନା ଦେଇଛି।

ଦେହ ଖରାପ ଥିବାରୁ ଚାରମାଳ ଥାନା ଅଞ୍ଚଳର ଜଣେ ଅବିବାହିତ ଆଦିବାସୀ ଯୁବତୀ ଆଶ୍ରମ ଆସିଥିଲେ। ସେଠାରେ କଥାବାର୍ତ୍ତା ହେବା ପରେ କିଛି ଔଷଧ ଯୁବତୀଙ୍କୁ ଖାଇବାକୁ ଦେଇଥିଲେ। ଏହାପରେ ଆଉଥରେ ଔଷଧ ନେବାକୁ କହିଥିଲେ। ଔଷଧ ଦେବା ବାହାନାରେ ଆଶ୍ରମକୁ ଡାକି ଔଷଧ ଖାଇବାକୁ ଦେଇଥିଲେ। ବଟିକା ଖାଇବାପରେ ଯୁବତୀ ଜଣଙ୍କ ଅଚେତ ହୋଇଯାଇଥିଲେ। ପରେ ସେ ତାଙ୍କୁ ବଳାତ୍କାର କରିଥିଲା। ଯୁବତୀଜଣଙ୍କ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଏ ନେଇ ଅଭିଯୋଗ ପରେ ପୋଲିସ ବାବାଙ୍କୁ ଅଟକ ରଖିଛି।

Leave A Reply

Your email address will not be published.