ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍‌ଏମ୍ କ୍ରିଷ୍ଣାଙ୍କ ପରଲୋକ

0

କର୍ଣ୍ଣାଟକ: କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍‌ଏମ୍ କ୍ରିଷ୍ଣାଙ୍କ ପରଲୋକ। ୯୨ ବର୍ଷ ବୟସରେ ଡିସେମ୍ବର ୧୦ ମଙ୍ଗଳବାର ବେଙ୍ଗାଲୁରୁର ସାଦାଶିଭନଗରରେ ଥିବା ତାଙ୍କ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ବୟସ ସମ୍ବନ୍ଧୀୟ ଅସୁସ୍ଥତା ହେତୁ ତାଙ୍କୁ ବେଙ୍ଗାଲୁରୁର ମଣିପାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୨୦୦୪ରୁ ୨୦୦୮ ପର୍ଯ୍ୟନ୍ତ ଏସ୍‌ଏମ୍ କ୍ରିଷ୍ଣା ମହାରାଷ୍ଟ୍ରର ରାଜ୍ୟପାଳ ଥିଲେ। ୨୦୦୯ରେ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ବ ତୁଲାଇଛନ୍ତି ସେ।

ସୂଚନା ଅନୁସାରେ, ଏସ ଏମ୍ କ୍ରୀଷ୍ଣା ବେଶ କିଛି ଦିନ ହେବ ଅସୁସ୍ଥ ଥିଲେ। ସେ ତାଙ୍କ ବେଙ୍ଗାଲୁରୁ ସ୍ଥିତ ବାସଭବନରେ ସକାଳ ୨ଟା ୪୫ ମିନିଟ ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଆଜି ମୃତଦେହକୁ ତାଙ୍କ ପୈତୃକ ଗାଁ ମଦଦୁରକୁ ନିଆଯିବ। ସେଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ।

ସୂଚନାଯୋଗ୍ୟ, ୧୯୩୨ମସିହା ମଇ ୧ ରେ କର୍ନାଟକର ମାଣ୍ଡିଆ ଜିଲାର ସୋମାନହଲିରେ ଜନ୍ମଗ୍ରହଣ କରିଥିବା ସୋମାନାହାଲୀ ମଲ୍ଲିକ କ୍ରିଷ୍ଣା ୧୯୬୨ମସିହାରେ ସ୍ବାଧୀନ ଭାବରେ ମଦଦୁର ବିଧାନସଭା ଆସନ ଜିତି ନିର୍ବାଚନ ରାଜନୀତିରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। କଂଗ୍ରେସରେ ଯୋଗଦେବା ପୂର୍ବରୁ ସେ ପ୍ରଜା ସମାଜବାଦୀ ପାର୍ଟି ସହ ଜଡିତ ଥିଲେ। ଏସ ଏମ୍ କ୍ରୀଷ୍ଣା ୧୯୯୯ ରୁ ୨୦୦୪ ପର୍ଯ୍ୟନ୍ତ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଥିଲେ। ବେଙ୍ଗାଲୁରୁକୁ ଭାରତର ସିଲିକନ୍ ଭ୍ୟାଲିରେ ପରିଣତ କରିବାରେ ସେ ଗୁରୁତ୍ଵପୂର୍ଣ୍ଣ ଭୁମିକା ତୁଲାଇଥିଲେ। ୨୦୨୩ରେ କେନ୍ଦ୍ର ସରକାର ତାଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ।

Leave A Reply

Your email address will not be published.