ପ୍ରମୁଖ ଖବର

କର୍ଣ୍ଣାଟକ ଉପନିର୍ବାଚନ: ସିଦ୍ଦରାମାଇୟାଙ୍କୁ ବିଜେପିର ନିଶାନା
କେନ୍ଦ୍ରାପଡାରେ ନିଖୋଜ ଶିଶୁର ମୃତଦେହ ଉଦ୍ଧାର
“ମୋତେ ଚୁପ୍ କରାଯାଇଛି, କିନ୍ତୁ ମୁଁ ହାର ମାନିନାହିଁ।”: ରାଘବ ଚଡ୍ଡା
ନୂଆ ଅବକାରୀ ନୀତି: ଟେଟ୍ରା ପ୍ୟାକ୍‌ରେ ମଦ ବିକ୍ରୟକୁ ଅନୁମତି
ଏଲ୍‌ପିଜି ସଙ୍କଟ: ସିଲିଣ୍ଡର ବଣ୍ଟନ ପାଇଁ ବାୟୋମେଟ୍ରିକ ବାଧ୍ୟତାମୂଳକ
ପାକିସ୍ତାନରେ ଆତ୍ମଘାତୀ କାର୍ ବୋମା ବିସ୍ଫୋରଣ, ୫ ମୃତ
ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ଝଟକା: ଔଷଧ ଉପରେ ୧୦୦% ଶୁଳ୍କ
ବାଣ ଭିଡିବା ବେଳେ ଭୟଙ୍କର ବିସ୍ଫୋରଣ, ୬ ଜଣ ଗୁରୁତର
ସମସ୍ତ ସରକାରୀ କୋଠା ପ୍ରକଳ୍ପରେ ଅଗ୍ନି ନିରାପତ୍ତା ବାଧ୍ୟତାମୂଳକ
ଜନଗଣନା ନ ସରିବା ପର୍ଯ୍ୟନ୍ତ ହେବନି କର୍ମଚାରୀଙ୍କ ବଦଳି

‘ଗୋଟିଏ ଦେଶ,ଗୋଟିଏ ନିର୍ବାଚନ’ ବିଲ୍‌କୁ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ

0

ନୂଆଦିଲ୍ଲୀ: ‘ଗୋଟିଏ ଦେଶ,ଗୋଟିଏ ନିର୍ବାଚନ’ ବିଲ୍‌କୁ ଗୁରୁବାର କେନ୍ଦ୍ର କ୍ୟାବିନେଟ ବୈଠକରେ ମଞ୍ଜୁରୀ ମିଳିଛି। ଏହି ବିଲ୍ ଆସନ୍ତା ସପ୍ତାହରେ ସଂସଦରେ ଉପସ୍ଥାପିତ ହେବାର ସମ୍ଭାବନା ରହିଛି। ଏହାପୂର୍ବରୁ ବୁଧବାର କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ ଏକ କାର୍ଯ୍ୟକ୍ରମରେ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ପାଇଁ ଜୋରଦାର ପ୍ରଚାର କରିଥିଲେ ଏବଂ ବାରମ୍ବାର ନିର୍ବାଚନ ଦେଶର ପ୍ରଗତିରେ ବାଧା ସୃଷ୍ଟି କରୁଛି ବୋଲି କହିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶ ଦ୍ରୁତ ଗତିରେ ଆଗକୁ ବଢୁଛି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଏକ ଗୌରବମୟ, ସମୃଦ୍ଧ ତଥା ଶକ୍ତିଶାଳୀ ଭାରତ ନିର୍ମାଣ କରାଯାଉଛି। ଖୁବଶୀଘ୍ର ଭାରତ ଆମ ଆଖି ଆଗରେ‘ବିଶ୍ୱ ଗୁରୁ’ ହେବ, ଏଥିରେ କୌଣସି ସନ୍ଦେହ ନାହିଁ ଏବଂ ସମଗ୍ର ବିଶ୍ୱ ଏହା ଜାଣେ। କିନ୍ତୁ ଭାରତର ପ୍ରଗତି ଏବଂ ବିକାଶରେ ବାଧା ସୃଷ୍ଟି କରୁଛି ବାରମ୍ବାର ନିର୍ବାଚନ।
ଏହା ସହ ବୁଧବାର ଦିନ, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଥିଲେ, “ଏହା କୌଣସି ଦଳର ସ୍ବାର୍ଥ ନୁହେଁ, ବରଂ ଦେଶବାସୀଙ୍କ ହିତରେ । ଦେଶ ପାଇଁ ଏହା ଗେମଚେଞ୍ଜର ସାବ୍ୟସ୍ତ ହେବ। ଏହା ମୋର ନୁହେଁ, ବରଂ ଅର୍ଥନୀତିଜ୍ଞଙ୍କ ମତ। ସେମାନଙ୍କ କହିବା କଥା, ଏହା ଲାଗୁ ହେବା ଦ୍ବାରା ଦେଶର ଜିଡିପି ୧- ୧.୫ ପ୍ରତିଶତ ବୃଦ୍ଧି ହୋଇପାରେ।

ସୂଚନାଯୋଗ୍ୟ,ଆରମ୍ଭରୁ କେନ୍ଦ୍ର ସରକାର ‘ଗୋଟିଏ ଦେଶ,ଗୋଟିଏ ନିର୍ବାଚନ’କୁ ସମର୍ଥନ କରିଆସୁଛନ୍ତି। ତଥାପି, ବିଦ୍ୟମାନ ସିଷ୍ଟମକୁ ପରିବର୍ତ୍ତନ କରିବା ଏକ ଚ୍ୟାଲେଞ୍ଜିଂ କାର୍ଯ୍ୟ। ଏଥିପାଇଁ ସହମତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଦେଶରେ ‘ଗୋଟିଏ ଦେଶ,ଗୋଟିଏ ନିର୍ବାଚନ’କୁ କାର୍ଯ୍ୟକାରୀ କରିବା ପାଇଁ ସମ୍ବିଧାନରେ ସଂଶୋଧନ ପାଇଁ ପ୍ରାୟ ୬ଟି ବିଲ ଆଣିବାକୁ ପଡିବ। ସଂସଦରେ ଏସବୁ ପାସ କରିବାକୁ ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ଆବଶ୍ୟକ ହେବ।

Leave A Reply

Your email address will not be published.