ପ୍ରମୁଖ ଖବର

ମଣ୍ଡିରୁ ଧାନ ଉଠାଇବାରେ ଅବହେଳା: ୧୧ ମିଲରଙ୍କୁ ନୋଟିସ ଜାରି
ରଞ୍ଜନା ଚୋପ୍ରା ଓ ହେମନ୍ତ ଶର୍ମାଙ୍କ ପଦୋନ୍ନତି କଲେ ରାଜ୍ୟ ସରକାର
କମେଡି କିଙ୍ଗ୍ କପିଲ୍ ଶର୍ମା, କମେଡିଆନ ରାଜପାଲ ଯାଦବ, ରେମୋ ଡିସୁଜା, କମେଡିଆନ ସୁଗନ୍ଧା ମିଶ୍ରଙ୍କୁ ମିଳିଛି ହତ୍ୟା ଧମକ
ଟ୍ରେନ ଦୁର୍ଘଟଣା ମୃତକଙ୍କ ପରିବାରକୁ ୫ ଲକ୍ଷ ଲେଖାଏଁ ସହାୟତା ଘୋଷଣା କଲେ ଦେବେନ୍ଦ୍ର ଫଡ୍‌ନାବୀସ
ରାଜଧାନୀରୁ ୪୨ କିଲୋ ଗଞ୍ଜେଇ ଜବତ, ୫ ଗିରଫ

ଜୟପୁରରେ ଭୟଙ୍କର ବିସ୍ଫୋରଣ: ୬ ଜୀବନ୍ତ ଦଗ୍ଧ

0

ରାଜସ୍ଥାନ: ରାଜସ୍ଥାନର ଜୟପୁରରେ ଶୁକ୍ରବାର ସକାଳେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଜୟପୁରର ଆଜମେର ରୋଡ ଭାନ୍‌କ୍ରୋଟା ସ୍ଥିତ ଏକ ପେଟ୍ରୋଲ ପମ୍ପ ସାମ୍ନାରେ ସିରିଜ୍ ଦୁର୍ଘଟଣା ଘଟିଛି। ଏକ ସିଏନଜି ଟ୍ରକ ଅନ୍ୟ ଏକ ଏଲପିଜି ଟ୍ରକ ସହିତ ମୁହାଁମୁହିଁ ଧକ୍କା ହେବା ପରେ ବିସ୍ଫୋରଣ ଘଟି ଚାରିଆଡେ ନିଆଁ ଲାଗିଯାଇଥିଲା। ଏହି ଦୁର୍ଘଟଣାରେ ୬ ଜଣ ଜୀବନ୍ତ ଦଗ୍ଧ ହୋଇଥିଲେ ଏବଂ ପ୍ରାୟ ୪୦ ଜଣ ଲୋକ ଜଳି ଯାଇଥିଲେ। କେବଳ ଏତିକି ନୁହେଁ ୪୦ଟି ଗାଡି ମଧ୍ୟ ପାଉଁଶ ହୋଇଯାଇଥିଲା। ଏହି ଯାନଗୁଡିକରେ ଯାତ୍ରୀ ଥିଲେ, ଯେଉଁମାନେ କୌଣସି ପ୍ରକାରେ ସେମାନଙ୍କ ଜୀବନ ରକ୍ଷା କରିଥିଲେ।

ସୂଚନା ଅନୁସାରେ ଆଜି ସକାଳ ପ୍ରାୟ ୫ଟା ୩୦ରେ ଜୟପୁର ଭାନ୍‌କ୍ରୋଟା ସ୍ଥିତ ଏକ ପେଟ୍ରୋଲ୍‌ ପମ୍ପ ସାମ୍ନାରେ ଏକଏଲପିଜି ବୋଝେଇ ଟ୍ରକ୍‌ ଓ ସିଏନଜି ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କା ହେବା ଯୋଗୁଁ ଘଟଣାସ୍ଥଳରେ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା। ଯାହାଫଳରେ ଆଖପାଖରେ ଥିବା ଗାଡ଼ି ଜଳି ଯାଇଥିଲା । ଯାହାଫଳରେ ଘଟଣାସ୍ଥଳରେ ହିଁ ୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪୦ରୁ ଅଧିକ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି। ସେପଟେ ଜୟପୁରରେ ହୋଇଥିବା ଏହି ଭୟଙ୍କର ଦୁର୍ଘଟଣା ପରେ ସୁରକ୍ଷା ଦୃଷ୍ଟିରୁ ନିକଟସ୍ଥ ରାସ୍ତାକୁ ଅଲଗା କରାଯାଇଛି। ଘଟଣାସ୍ଥଳରେ ଅନେକ ଯାନବାହନ ଅଛି, ଯାହା ଅଗ୍ନିକାଣ୍ଡ ଯୋଗୁଁ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି।
ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଓ ତଦନ୍ତ ଜାରି ରଖିଛି। ନିଆଁ ଏତେ ଭୟଙ୍କର ଥିଲା ଯେ ଅଗ୍ନିଶମ ବିଭାଗର ଅନେକ ଗାଡି ଏହାକୁ ଘଣ୍ଟା ଘଣ୍ଟା ଧରି ଲିଭାଇବାରେ ବ୍ୟସ୍ତ ଥିଲେ। ମୁଖ୍ୟମନ୍ତ୍ରୀ ଭଜନ ଲାଲ୍ ଶର୍ମା ଏସଏମଏସ ହସ୍ପିଟାଲରେ ଆହତଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି।

Leave A Reply

Your email address will not be published.