ପ୍ରମୁଖ ଖବର

ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ୭୯ ବର୍ଷରେ ପରଲୋକ
ଅମିତାଭଙ୍କ ‘ଜଲ୍‌ସା’କୁ ବୋମାରେ ଉଡ଼ାଇବା ଧମକ, ଟାର୍ଗେଟ୍‌ରେ ଦିଲଜିତ ଦୋସାଞ୍ଜ
ଅରୁଣାଚଳରେ ଭାରତ-ଚୀନ୍‌ ସୈନିକ ମୁହାଁମୁହିଁ
୨୯ରୁ ଓସିଏସ୍‌ ମୁଖ୍ୟ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍‌ କାର୍ଡ
ଏସିଆନ ପାରା ଗେମ୍ସ: ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନିତେଶ

ରାସ୍ତାରେ ଠିଆ ହୋଇଥିବା ବେଳେ ମାଡ଼ିଗଲା ପିକଅପ୍‌, ଜଣେ ମୃତ

0

ଭବାନୀପାଟଣା: କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅଧୀନ ବନ୍ଧୋପଲା ରିଲାଏନ୍ସ ପେଟ୍ରୋଲ ପମ୍ପ ନିକଟରେ ଶୁକ୍ରବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ ଠିଆ ହୋଇଥିବା ଲୋକଙ୍କ ଉପରେ ଏକ ପିକଅପ୍‌ ମାଡ଼ି ଯାଇଥିଲା। ଫଳରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି। ମୃତ ବୃଦ୍ଧ ଜଣକ ହେଲେ କୁମାରପଡ଼ା ନକଟିଗୁଡାର ରାହେମ ତୁଲ ଖାଁ। ଦୁଇ ଗୁରୁତର ହେଲେ ଅଶୋକ ମହାରଣା ଓ ମୁରଲୀ ହଂସ।

ଗୁରୁତର ଦ୍ୱୟଙ୍କୁ ଭବାନୀପାଟଣା ମୁଖ୍ୟ ଚିିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏ ନେଇ ଭବାନୀପାଟଣା ସଦର ଥାନା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ବେଳେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଅନ୍ୟପକ୍ଷେ ଧକ୍କା ଦେଇଥିବା ମିନି ପିକଅପ ଦୁର୍ଘଟଣା ଘଟାଇ ଚମ୍ପଟ ମାରିଥିବା ବେଳେ ଯାହାର ଭିଡିଓ ଏବେ ସିସିଟିଭି ଫୁଟେଜରେ କଏଦ ହୋଇଛି।

Leave A Reply

Your email address will not be published.